ଗୋପ ର ମୁଖ୍ୟ ରାସ୍ତାରେ ମଝିରେ ଖାଲ ବିପଦ ସଂକେତ ଭଳି କାର୍ଯ୍ୟ କରୁଛି ଗଛର ଡାଳ : କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀ ଙ୍କୁ ମିଳୁନି ବେଳେ  

୦୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ରାଜ୍ୟ ରାଜପଥ କୁ ସୁଦୃଢ ଓ ଉର୍ନ୍ନତିକରଣ ନିମନ୍ତେ ପ୍ରତିବର୍ଷ କୋଟି କୋଟି ଟଙ୍କାର ବ୍ୟୟ ବରାଦ ହେଉଥିଲେ ମଧ୍ୟ ନିମାପଡା ଠାରୁ କୋଣାର୍କ ମାତ୍ର 25 କିଲୋମିଟର ରାସ୍ତା ଏବେ ମରଣଯନ୍ତା ପାଲଟିଛି l ପିପିଲି ଠାରୁ କୋଣାର୍କ ରାଜ୍ୟ ରାଜପଥ ରାସ୍ତା କୁ ଚାରି ଥାକିଆ ବିଶିଷ୍ଟ ପ୍ରଶସ୍ତ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ହୋଇଥିଲେ ମଧ୍ୟ ନିମାପଡା ଠାରୁ କୋଣାର୍କ ରାସ୍ତା କାର୍ଯ୍ୟକାରୀ ହେଲାନାହିଁ l ଯାହାଫଳରେ କୀ ଏବେ ଉକ୍ତ ରାସ୍ତା ଟି ମରଣାନ୍ତକ ପାଲଟିଛି l ଅଧିକାଂଶ ସ୍ଥାନରେ ଖାଲ ଖମ୍ମା ରେ ଭର୍ତ୍ତୀ l

ଗୋପ ମୁଖ୍ୟ ରାସ୍ତା ର ମେଡିକାଲ ଛକ ପାଖରେ ବଡ଼ ବଡ଼ ଖାଲ୍ଲ ରୁ ବର୍ତ୍ତିବାପାଇଁ ସ୍ଥାନୀୟ ଅଟୋ ବ୍ୟବସାୟୀ ମନେ ରାସ୍ତା ଉପରେ ଦୁଇଟି ଗଛର ଡାଳ କୁ ମଝିରେ ପୋତିଛନ୍ତି l ଆଗକୁ ଯେପରି କୌଣସି ଦୃଘଟଣା ନ ଘଟେ ସେଥିପାଇଁ ଏ ଅଭିନଭ ଉପାୟ ଅବଲମ୍ବନ କରୁଛନ୍ତି l ରାସ୍ତାର ଉଭୟ ପାର୍ଶ୍ଵ ରେ ଡ୍ରେନେଜ ବ୍ୟବସ୍ଥା ନଥିବା ଫଳରେ ରାସ୍ତା ଉପରେ ଆଣ୍ଠୁଏ ବର୍ଷା ଜଳ ଜମି ରହୁଛି l ଆଉ ରାସ୍ତା ରେ କେଉଁଠି ଖାଲ୍ଲ ଖମ୍ମା ଜଣାପଡ଼ୁନାହିଁ ଯାହାଫଳରେ କୀ ଗାଡି ଚାଲିକ ବାଧ୍ୟ ହୋଇ ଆସ୍ତେ ଆସ୍ତେ ଗାଡି ଚଳାଇବାକୁ ପଡୁଛି l ଆଉ ଯେଉଁମାନେ ଦ୍ରୁତଗତିରେ ଗାଡି ଚଳାଉଛନ୍ତି ସେମାନଙ୍କର ଦୈନିକ ଦୃଘଟଣା ଘଟୁଛି l

ଡ୍ରେନେଜ ବ୍ୟବସ୍ତା ନଥିବା ହେତୁ ରାସ୍ତା ଉପରେ ତ ବର୍ଷା ଜଳ ରହୁଛି ତା ଛଡା ବସ୍ତି ରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନି ସେଥିପାଇଁ ଚର୍ମରୋଗ ରେ ଆକ୍ରାନ୍ତ ହେଉଛନ୍ତି ଗୋପ ର ସାଧାରଣ ଜନତା l ଗୋପ ରେ ଥିବା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଟି ବର୍ଷକ ବାରମାସ ତାଲା ଜଣେ ଖଲାସୀ ଉପରେ କାର୍ଯ୍ୟାଳୟ ନିର୍ଭର କରୁଥିବବେଳେ ଆଉ ଜଣେ ଖଲାସି ଙ୍କ ଦ୍ଵାରା ସଦାସର୍ବଦା ଅନୁପସ୍ଥିତ ଯନ୍ତ୍ରୀ ଙ୍କ କାର୍ଯ୍ୟ କରୁଛନ୍ତି l ସମସ୍ୟା ଭିତିକ ଅଭିଯୋଗକ କୁ ଖବର କାଗରେ ପ୍ରକାଶ କଲ୍ଲାପରେ ବିଭାଗୀୟ ଅଧିକାରୀମାନେ ରାସ୍ତା ଉପରେ ଡ଼କ୍ଟ ଗୁଣ୍ଡ ଟିକେ ପକାଇ କାର୍ଯ୍ୟ ଶେଷ ବୋଲି କହି ଦାୟିତ୍ୱ ମୁକ୍ତ ହୋଇଯାଆନ୍ତି l ରଥଯାତ୍ରା ର ଅନେକ ଦିନପୂର୍ବରୁ ଉକ୍ତ ରାସ୍ତା କାର୍ଯ୍ୟ ହେବାକଥା କିନ୍ତୁ ଏଥର ରଥଯାତ୍ରା ପୂର୍ବରୁ ରାସ୍ତା କାର୍ଯ୍ୟ ଟି ମରାମତି ହୋଇଥିଲା l ବର୍ତମାନ ଯେହେତୁ ବର୍ଷାଦିନ ରାସ୍ତା କାର୍ଯ୍ୟ ରେ ଅହେତୁକ ବିଳମ୍ବ ହେତୁ ଦୈନିକ ଚୋଟ ବଡ଼ ଦୃଘଟଣାମାନ ଘଟୁଛି l ଏଣୁ ସାଧାରଣ ରେ ଦାବୀ ହେଉଛୁ କୀ ତୁରନ୍ତ ରାସ୍ତା ଉପରେ ଥିବା ଖାଲ୍ଲ ଖମ୍ମା କୁ ମରାମତି କରାଯାଉ l

 

Exit mobile version