Home ଓଡ଼ିଶା ଜଳସମ୍ପଦ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଦୁଇଟି ସ୍ଥାନରେ ଘାଇ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲାର ନିମାପଡା ନିର୍ବାଚନ ମଣ୍ଡଳୀରେ ଥିବ ଜଳସମ୍ପଦ ବିଭାଗ ଅଧିନସ୍ତ ମୁଖ୍ୟ କେନାଲ ଟି, ପୁରୀ ମୁଖ୍ୟ କେନାଲ ର ବାଲିଅନ୍ତା ଠାରୁ ଗୋପ ସବ ଡିଭିଜନ ଅଧିନସ୍ତ ଗଣେଶ୍ୱରପୁର ସେକ୍ସନ ପର୍ଯ୍ୟନ୍ତ ପ୍ରାୟ 60 କିଲୋମିଟର ରହିଛି l ନିମାପଡା ଡିଭିଜନ ଅଧୀନରେ 5 ଟି ସବ- ଡିଭିଜନ ରହିଛି ସେଥିମଧ୍ୟରୁ ନିମାପଡା ହେର୍ଡ କ୍ୟୁଟର, ବଳଙ୍ଗା, ବାଲିପାଟଣା, ଗୋପ, କାକଟପୁର ଓ ଅସ୍ତରଙ୍ଗ ପ୍ରଭୁତି ଅଞ୍ଚଳ କୁ ନେଇ ନିମାପଡା ଜଳସମ୍ପଦ ବିଭାଗ ର ଡିଭିଜନ ଗଠିତ ହୋଇଛି l ଏଠାରେ କାର୍ଯ୍ୟରତ ଙ୍କ ମଧ୍ୟରୁ ଗୋପ ସବ ଡିଭିଜନ ର ପ୍ରମୁଖ ଅଧିକାରୀ ଦୀର୍ଘ ବର୍ଷ ଧରି ରହିବା ସହିତ ସ୍ଥାନୀୟ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିରୁଦ୍ଧରେ ଯେତେ ଅଭିଯୋଗ ହେଉଥିଲେ ମଧ୍ୟ ପୁର୍ବ ସରକାରଙ୍କ ଠାରୁ ନୂତନ ସରକାର ଙ୍କ ପର୍ଯ୍ୟନ୍ତ କେହିଁ ବି ତାଙ୍କ ବିରୁଦ୍ଧରେ ପଦକ୍ଷେପ ନେବାକୁ ସାହସ କରୁନଥିବା ଶୁଣିବାକୁ ମିଳୁଛି l ଆମ ପ୍ରତିନିଧି SDO ସଂଗ୍ରାମ କେଶରୀ ମହାନ୍ତି ଙ୍କୁ ନିମ୍ନମାନର କାର୍ଯ୍ୟ ଓ ଘାଇ ସମ୍ପର୍କ ରେ ପଚାରିବାରୁ କହିଥିଲେ କାର୍ଯ୍ୟ ଠିକ ହୋଇଛି ମୂଷା ପାଇଁ ଗଳିଆ ହୋଇ ଘାଇ ହୋଇଗଲା l ପୂର୍ବରୁ କାର୍ଯ୍ୟ ନକରି ବର୍ତମାନ କାର୍ଯ୍ୟ କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରିବାରୁ ଶ୍ରୀ ମହାନ୍ତି କହିଥିଲେ ଯେ ଆଚାରଣବିଧି ଲାଗୁଥିବା ହେତୁ କାର୍ଯ୍ୟ ରେ ବିଳମ୍ବ ହୋଇଥିଲା l ମୋଟାମୋଟି କହିବାକୁ ଗଲେ ଶ୍ରୀ ମହାନ୍ତି ପିସି କାରବାର ସମ୍ରାଟ ଅଟନ୍ତି ଆଉ ଦୁନିଆ ରେ ଯେତେ ଅନିୟମିତତା କାର୍ଯ୍ୟ କରିବାରେ ମାହିର ଅଟନ୍ତି ବୋଲି ଲୋକେ ହୁଅନ୍ତି l ଅବଶିଷ୍ଟ ଅଧିକାରୀମାନ ଙ୍କ ମଧ୍ୟରୁ କିଛି ଅଧିକାରୀ ନିଜ କାର୍ଯ୍ୟ ରେ ଅବହେଳା ଯୋଗୁଁ ଆଜି ଅନେକ ସ୍ଥାନରେ କେନେଲ ବନ୍ଧ କାର୍ଯ୍ୟ ଅତି ନିମ୍ନମାର ହେଉଥିବା ଖବର ପ୍ରସାରଣ ହୋଇଛି l ଦୁଇଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି l ପୂର୍ବରୁ ସଠିକ ସମୟରେ କାର୍ଯ୍ୟ ନ କରିବା ଓ ଯେଉଁ ସବୁ କାର୍ଯ୍ୟ ପାଣି ପଞ୍ଚାୟତ ଦ୍ଵାରା ହେବା ତାହା ଅତି ନିମ୍ନମାନର ହେଉଥିବା ଖବର ବିଭିର୍ନ୍ନ ଗଣମାଧ୍ୟମ ରେ ପ୍ରସାରଣ ସତ୍ତ୍ୱେ ଅଧିକାରୀମାନେ ଠିକାଦାର ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି l ବର୍ତମାନ ନିମାପଡା ଓ ଗୋପ ର ଜଳସମ୍ପଦ ବିଭାଗୀୟ ଅଧିକାରୀମାନେ ନିଘୋଡ଼ ନିଦ୍ରାରେ l ଏ ସମ୍ପର୍କ ରେ ପୂର୍ବରୁ ବାରମ୍ବାର ଗୋପ ର SDO ସଂଗ୍ରାମ କେଶରୀ ମହାନ୍ତି ଙ୍କୁ ସୂଚିତ କଲାପରେ ମଧ୍ୟ ଠିକାଦାର ଙ୍କ ନିମ୍ନମାନର କାର୍ଯ୍ୟ ପ୍ରତି କୌଣସି ପଦକ୍ଷେପ ଗ୍ରହଣ ନ କରିବା ଫଳରେ ଆଜି ସକାଳୁ ନିମାପଡା ର ମୁଖ୍ୟ ରାସ୍ତାରେ ଥିବ ଜୟ ଗୁରୁ ଆଶ୍ରମ ଠାରେ ଏକ ବଡ଼ ଘାଇ ସୃଷ୍ଟି ହୋଇଛି l ଠିକ ଅନୁରୂପ ନିମାପଡା ବ୍ଲକ ଅଧିନସ୍ତ ଅରିଷଣ୍ଡ ପଞ୍ଚାୟତ ର ମୁରାରୀପୁର ଠାରେ ଥିବ କେନାଲ ବ୍ରିଜ ପାଖରେ ମଧ୍ୟ ବିରାଟ ଘାଇ ସୃଷ୍ଟି ହୋଇଛି l ଯାହାଫଳରେ କୀ ସମଗ୍ର ଚାଷ ଜମି ଏବେ ଜଳମଗ୍ନ ଚାଷୀକୁଳ ମୁଣ୍ଡରେ ଚଡକ l ଏ ଅଞ୍ଚଳରେ ବିହନ ଓ ଅନ୍ୟାନ୍ୟ ଚାଷ ପାଇଁ ଉଦିଷ୍ଟ ସାମଗ୍ରୀ ର ଘୋର ଅଭାବ ଓ କଳାବଜାରୀ ହେତୁ ଚାଷୀମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ପୁନଃ ଦୁଇଟି ଘାଇ ଯୋଗୁଁ ଚାଷୀ ଙ୍କ ପାଇଁ ଭୋଜ ଉପରେ ଲଳିତାବିଡା ସଦୃଶ ହୋଇଛି l ଏବେ ମୁଖ୍ୟତଃ କେନାଲ ବନ୍ଦ ର ଯେଉଁ ସବୁ କାର୍ଯ୍ୟ ହେଉଛି ତାହା ଅତି ନିମ୍ନମାନ ର କାର୍ଯ୍ୟ ପାଇଁ କେନାଲ ବନ୍ଦ ରେ ଘାଇ ସୃଷ୍ଟି ହୋଇଛି l ନିମାପଡା ଓ ଗୋପବାସୀଙ୍କ ପକ୍ଷରୁ ଓଡିଶା ର କୃଷକ ମୋର୍ଚା ସଂଯୋଜକ ପ୍ରଶାନ୍ତ କୁମାର ସ୍ୱାଇଁ ( ଲୁଲୁଭାଇ ) ଏହାକୁ ଦୃଢ଼ ନିନ୍ଦା କରିବା ସହିତ ଦୋଷୀଙ୍କ ବିରୁଦ୍ଧରେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରାଯାଉ ବୋଲି ଗଣମାଧ୍ୟମ ର ପ୍ରତିନିଧି ଙ୍କୁ ମତାମତ ଦେଇଛନ୍ତି l କାରଣ ଧନ ଜୀବନ ପ୍ରତି ଯେହେତୁ ବିପଦ ସୃଷ୍ଟି ହୋଇଛି ତତସହିତ ଗୋପ SDO ଙ୍କୁ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ମଧ୍ୟ ଦାବୀ ହୋଇଛି l Categories: ଓଡ଼ିଶା, ପୁରୀ, ହୋମ୍ Related Content A Rare Achievement by Ranpur’s Son Jagannath Mishra by Proprietor Abhimanyu Maharana August 12, 2026 ଭାପୁର ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଚାପ ଉତେଜନା by Proprietor Abhimanyu Maharana August 12, 2026 ବେଗୁନିଆରେ ଦେଶପ୍ରେମର ବାର୍ତ୍ତା ନେଇ ତ୍ରିରଙ୍ଗା ପଦଯାତ୍ରା by Proprietor Abhimanyu Maharana August 12, 2026 State Panchayati Raj Minister Meets Union Minister to Discuss Housing and Rural Development in Odisha by Proprietor Abhimanyu Maharana August 11, 2026 ଓଡ଼ିଶାର ଆବାସ ଓ ଗ୍ରାମୀଣ ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଆଲୋଚନା by Proprietor Abhimanyu Maharana August 11, 2026 Bajaj Finance Conducts Financial Literacy Programs in Rural Odisha by Proprietor Abhimanyu Maharana August 11, 2026