Home ଓଡ଼ିଶା ରାଜପଥ ଉପରେ ଗର୍ତ୍ତ ଓ ଖାଲ, ବଢୁଛି ଦୁର୍ଘଟଣା,ସାଧାରଣରେ ଅସନ୍ତୋଷ, ମରାମତି ପାଇଁ ଦାବି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ/ଖୋର୍ଦ୍ଧା :-> ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ, ୪୮ ନମ୍ବର ରାଜ୍ୟ ରାଜପଥ ଓ ପୂର୍ତ୍ତ ବିଭାଗ ରାସ୍ତାର ବିଭିନ୍ନ ସ୍ଥାନରେ ଗର୍ତ୍ତ ଓ ଖାଲ ସୃଷ୍ଟି ହୋଇ ଛୋଟ ଓ ବଡ଼ ଦୁର୍ଘଟଣା ହେଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ଏଥିରେ ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ରାସ୍ତାକୁ ମରାମତି କରିବା ପାଇଁ ଦାବି ହୋଇଛି । ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରି- ବେଗୁନିଆ ଓ ୪୮ ନମ୍ବର ରାଜ୍ୟ ରାଜପଥର ବାଘମାରୀ- କଣ୍ଟିଲୋ ସଂଯୋଗ ସ୍ଥଳରେ ଖାଲ ରହିଥିବା ବେଳେ ବେଗୁନିଆ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଗର୍ତ୍ତ ରହିଛି । ସେହିପରି ବାଘମାରି- କଣ୍ଟିଲୋ ରାଜ୍ୟ ରାଜପଥର ବାଘମାରି-ସିମୋର ମଧ୍ୟରେ ଏକ ଶଙ୍ଖ ଉପରେ ଦୁଇଟି ଗର୍ତ୍ତ, ସିମୋର ବଜାର ନିକଟରେ ରାସ୍ତା ଉପରେ ଖାଲ ଓ ଗୋବିନ୍ଦପୁର ଛକ ଉପରେ ମଧ୍ୟ ଖାଲ ହୋଇଥିବାର ଦେଖିବାକୁ ମିଳିଛି । ଏତଦ ବ୍ୟତୀତ ସିମୋର- ବାଙ୍କୀ ପୂର୍ତ୍ତ ବିଭାଗ ରାସ୍ତାର ପୋଡ଼ାଡିହ- ଦିନିଆରୀ ମଧ୍ୟରେ ଦୁଇ ସ୍ଥାନରେ ଖାଲ ଓ ଦିନିଆରୀ – ଭୋଗଡ଼ା ମହାଦେବ ମନ୍ଦିର ମଧ୍ୟରେ ରାସ୍ତା ଉପରେ ଖାଲ ଢିପ ଅବସ୍ଥାରେ ପଡ଼ି ରହିଛି । ଏହି ସବୁ ରାସ୍ତା ଦେଇ ପ୍ରତିଦିନ ଦିବା ଓ ରାତ୍ରରେ ଯାତ୍ରୀବାହି ବସ,ଭାରୀ ଓ ଲଘୁଯାନ, ମୋଟର ସାଇକେଲ ଆରୋହୀ ଓ ପଥଚାରୀ ମାନେ ଯାତାୟାତ କରିଥାନ୍ତି। ଏପରିକି ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ରହିଥିବାରୁ ଯାତାୟାତ ପ୍ରତି ବାଧା ସୃଷ୍ଟି କରିବା ସହ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026 ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026