ଧଣ୍ଡାମୁଣ୍ଡା ରେ ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ

୦୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :->  ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଧଣ୍ଡାମୁଣ୍ଡା ଜବାହରଲାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟ ର ଶତାଧିକ ଛାତ୍ରୀ ଛାତ୍ର ଯୋଗଦେଇ କୁଇଜ୍ ପ୍ରତିଯୋଗିତା ରେ ଭାଗ ନେଇଥିଲେ ।

କୃତୀ ପ୍ରତିଯୋଗୀ ଙ୍କୁ ଅତିଥି ମାନେ ଟ୍ରଫି ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉଦଯାପନୀ ଉତ୍ସବରେ ବ୍ଲକ୍ ସହ ଶିକ୍ଷା ଅଧିକାରୀ ତଥା ବି ଆର ସି ସି ରୁଦ୍ର ଦେବ ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ବୈଦ୍ୟନାଥ ମିଶ୍ର,

ମୁଖ୍ୟ ବକ୍ତା ରୂପେ ଖପ୍ରାଖୋଲ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ବଳଭଦ୍ର ଦାଶ, ସମ୍ମାନିତ ଅତିଥି ରୂପେ ବ୍ଲକ୍ ସହ ଶିକ୍ଷା ଅଧିକାରୀ ମିନିକେତନ ବରିହା, ଆୟୋଜକ କମିଟି ସମ୍ପାଦକ ତଥା ପ୍ରଧାନ ଶିକ୍ଷକ ଅଜେୟ ଭୋଇ ଯୋଗଦେଇଥିଲେ। କାର୍ଯ୍ୟକ୍ରମ କୁ ଶିକ୍ଷକ କିଶୋର ପାତ୍ର, ଶ୍ରୀପତି କୁମ୍ଭାର ପରିଚାଳନା କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷୟତ୍ରୀ, ଶିକ୍ଷକ, ପ୍ରତିଯୋଗୀ ଭାଗନେଇ ଥିଲେ ।

Exit mobile version