Home ଓଡ଼ିଶା ଏଡିଆର ଓ ଭିଏଫଡି ରିପୋର୍ଟ ଦେଶରେ ନିର୍ବାଚନ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି : ବିଜେଡି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୫୪୧ ଲୋକସଭା ଆସନ ମଧ୍ୟରୁ ୫୩୮ ଆସନରେ ବ୍ୟତିକ୍ରମ ପରିଲକ୍ଷିତ ଭୋଟ ବ୍ୟତିକ୍ରମ ସୌଜନ୍ୟରୁ ୭୯ ଆସନରେ ବିଜେପିକୁ ଫାଇଦା ଓଡ଼ିଶାର ୨୧ ଲୋକସଭା ଆସନରୁ ୧୮ ଆସନରେ ବ୍ୟତିକ୍ରମ ୦୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ନିକଟରେ ଜାତୀୟ ସ୍ତରରେ ପ୍ରକାଶିତ ହୋଇଥିବା ଏଡିଆର ରିପୋର୍ଟ ଓ ଭଏସ ଫର ଡେମୋକ୍ରେସୀ ରିପୋର୍ଟ ଉପରେ ଆଲୋକପାତ କରି ଏହା ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କହିଥିଲେ । ସେ କହିଥିଲେ, ନିକଟରେ ଆସୋସିଏସନ ଫର ଡେମୋକ୍ରାଟିକ ରିପୋର୍ଟ ଓ ଭଏସ ଫର ଡେମୋକ୍ରେସି ପରି ଦୁଇ ଜାତୀୟ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇଛି ଯେଉଁଥିରେ ଭୋଟ ଦିନ ପ୍ରକାଶିତ ହୋଇଥିବା ସମୁଦାୟ ଭୋଟ ଓ ଭୋଟ ଗଣତି ଦିନ ଜଣା ପଡ଼ିଥିବା ସମୁଦାୟ ଭୋଟର ପାର୍ଥକ୍ୟ ପାଞ୍ଚ କୋଟିରୁ ଅଧିକ ରହିଛି । ସମୁଦାୟ ଭୋଟରେ ଏତେ ବଡ଼ ବ୍ୟବଧାନ ନିଶ୍ଚିତ ଭାବେ ଏକ ବଡ଼ ବ୍ୟତିକ୍ରମ ଓ ଆମ ସାମ୍ୱିଧାନିକ ବ୍ୟବସ୍ଥା ପାଇଁ ଏକ ପ୍ରଶ୍ନବାଚୀ । ଏହି ରିପୋର୍ଟ ଅନୁଯାୟୀ, ନିର୍ବାଚନ ହୋଇଥିବା ୫୪୧ ସିଟ୍ ମଧ୍ୟରୁ ୫୩୮ଟି ସିଟ୍ରେ ଏହି ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏହି ରିପୋର୍ଟ ଅନୁଯାୟୀ, ଅନୁନ୍ୟ ୭୯ଟି ଏମ୍ପି ଆସନରେ ଏହି ବ୍ୟତିକ୍ରମ କାରଣରୁ ବିଜେପିର ବିଜୟ ପାଇଁ ସହାୟକ ହୋଇଛି । ସେହିପରି ଓଡ଼ିଶାର ୧୮ଟି ଲୋକସଭା ଆସନରେ ମଧ୍ୟ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଥିଲେ । ସେ ଆହୁରି କହିଥିଲେ, ଏହି ରିପୋର୍ଟକୁ ଅନୁଧ୍ୟାନ କଲେ ଆମ ଦେଶର ସାମ୍ୱିଧାନିକ ବ୍ୟବସ୍ଥା ଉପରେ ସ୍ୱାଭାବିକ ଭାବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦିଓ ନିର୍ବାଚନ କମିସନର ଇଭିଏମର ସ୍ୱଚ୍ଛତା ଉପରେ ବାରମ୍ୱାର ଦୃଢୋକ୍ତି ପ୍ରକାଶ କରିଛନ୍ତି, ଏହି ରିପୋର୍ଟ ଜନସାଧାରଣଙ୍କ ମନରେ ଇଭିଏମର ସ୍ୱଚ୍ଛତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ତେଣୁ ଆମ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ ରଖିବା ପାଇଁ ଏହା ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକତା ରହିଛି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content Taneira reimagines ‘Solah Shringaar’ for the modern Indian woman with its new Diwali campaign by Proprietor Abhimanyu Maharana October 7, 2026 VeDakshata : Creating Pathways to Livelihood for Rural Youth by Proprietor Abhimanyu Maharana October 7, 2026 ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି by Proprietor Abhimanyu Maharana October 7, 2026 ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ - ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ by Proprietor Abhimanyu Maharana October 7, 2026 Silver Gandhi demands regularisation of Contractual Teachers - Submitted Memorandum to CM by Proprietor Abhimanyu Maharana October 7, 2026 ମାଫିଆ ଓ ସିଣ୍ଡିକେଟଙ୍କ ସଲା ସୁତୁରାରେ ବେଧଡକ ଗୋଚାଲାଣ : କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସର ହାତ ଥରୁଛି by Proprietor Abhimanyu Maharana October 7, 2026