ମଣ୍ଡଳ ସ୍ତରୀୟ ଶିଶୁ ମାନଙ୍କ ଓଜନ ଏବଂ ଉଚତା ନିରୀକ୍ଷଣ ତାଲିମ

୦୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :->  ମହିଳା ଶିଶୁ ବିକାଶ ବିଭାଗ ଓଡିଶା ପକ୍ଷରୁ ଶିଶୁଵିକାଶ ପ୍ରକଳ୍ପ ବିରିଡି ବ୍ଲକ ଜରିଆରେ 4ଦିନ ଧରି ଚାଲିଥିବା ଅଙ୍ଗନବାଡି କର୍ମୀ ମାନଙ୍କ ପାଇଁ ମଣ୍ଡଳ ସ୍ତରୀୟ ଶିଶୁ ମାନଙ୍କ ଓଜନ ଏବଂ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟ କ୍ରମ ଗୁରୁବାର ଶେଷ ହୋଇଛି l ଏଥିରେ ମୋଟ 7ଟି ସେକ୍ଟର ର 170ଜଣ ଅଙ୍ଗନବାଡି କର୍ମୀ ଭାଗ ନେଇ ତାଲିମ ଗ୍ରହଣ କରିଥିଲେ l ସିଡିପିଓ ଦେବକୀ ପଟେଲ ଙ୍କ ପ୍ରତ୍ୟକ୍ଷ ତତ୍ୱବଧାନ ରେ ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ସୁପରଭାଇଜର ପ୍ରତିମା ସ୍ୱାଇଁ,

ରମଣୀ ଲାକ୍ରା, କୁନୀଲତା ମହାନ୍ତି, ସୁକାନ୍ତି ପୃଷ୍ଟି, ବ୍ଲକ ମିଶନ ଶକ୍ତି ସଂଯୋଜକ ବିଜୟ ରଣା ତାଲିମ ପ୍ରଦାନ କରିଥିଲେ l ବିଶେଷ କରି ଶିଶୁ ମାନଙ୍କ ସଠିକ ଓଜନ ଓ ଉଚତା ନିରୀକ୍ଷଣ କରି ବୟସ ଅନୁସାରେ ଉଚତା ଓ ଓଜନ କମିଥିବା ଶିଶୁ ମାନଙ୍କୁ ମୁଖ୍ୟ ମନ୍ତ୍ରୀ ସମ୍ପୂର୍ଣ ପୃଷ୍ଟି ଯୋଜନା ରେ ଅନ୍ତର୍ଭୁକ୍ତ କରି ସେମାନଂକୁ ଛତୁଆ ଅଣ୍ଡା କଦଳୀ ଆଦି କିପରି ଦିଆଯିବ ସେ ସମ୍ପର୍କରେ କର୍ମୀ ମାନଂକୁ ତାଲିମ ଦିଆ ଯାଇଥିଲା l

ପ୍ରତ୍ୟକ ଶିଶୁର ଓଜନ ଓ ଉଚତା ନିୟମିତ ମାପକଲେ ଶିଶୁର ଅଭିବୃଦ୍ଧି ଠିକ ହେଉଛି କି ନାହିଁ ଜଣାପଡେ l  ତେଣୁ ଜନ୍ମରୁ 6ବର୍ଷ ପର୍ଯ୍ୟନ୍ତ ପିଲାମାନଂକର ଅଭିବୃଦ୍ଧି ମନିଟରିଙ୍ଗ ଏବଂ ତଥ୍ୟ ପୋଷଣ ଟ୍ରାକରେ ଭରିବା ଅଙ୍ଗନବାଡି କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ବୋଲି ତାଲିମ ଦାତାମାନେ କହି ଥିଲେ l ନିୟମିତ ଅଭିବୃଦ୍ଧି ମନିଟରିଙ୍ଗ ମା ମାନଙ୍କୁ ନିଜପିଲାର ଶାରୀରିକ ସ୍ଥିତି ଜଣାଇବାରେ ସହାୟକ ହୋଇଥାଏ l

ଯାହାକି ସେମାନଙ୍କ ପିଲାମାନେ ଠିକ ଭାବେ ବଢୁଛନ୍ତି କିମ୍ବା ସୁସ୍ଥ ଅଛନ୍ତି କି ନାହିଁ ଜଣାପଡ଼ିଥାଏ l ତେଣୁ ଓଡ଼ିଶାରେ ପ୍ରତେକ ଅଙ୍ଗନବାଡି କେନ୍ଦ୍ରରେ ମାସର ପ୍ରଥମ ସପ୍ତାହରେ 0 ରୁ 6 ବର୍ଷ ଶିଶୁଙ୍କ ଓଜନ ଉଚତା ନିଆଯାଇ ଶାରୀରିକ ଅଭିବୃଦ୍ଧି ଆକଳନ କରାଯାଇଥାଏ ବୋଲି ତାଲିମ ଦାତା ମାନେ କର୍ମୀ ମାନଙ୍କୁ ବୁଝାଇ ଥିଲେ l

Exit mobile version