Home ଓଡ଼ିଶା ବନ୍ଧନ ବ୍ୟାଙ୍କ ପକ୍ଷରୁ ଅନ୍ତର୍ଜାତୀୟ ଟେନିସ୍ ହଲ୍ ଅଫ୍ ଫେମ୍ରେ ଲିଆଣ୍ଡର ପେସ୍ଙ୍କ ଯୋଗଦାନକୁ ପାଳନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସମ୍ମାନଜନକ ଅନ୍ତର୍ଜାତୀୟ ଟେନିସ୍ ହଲ୍ ଅଫ୍ ଫେମ୍ରେ ସାମିଲ ହୋଇଥିବା ଲିଆଣ୍ଡର ପେସ୍ଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ବନ୍ଧନ ବ୍ୟାଙ୍କ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଛି । ସେ ପ୍ରଥମ ଏସୀୟ ଭାବେ ଖେଳାଳି ବର୍ଗରେ ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇଛନ୍ତି । ଏହି ସମ୍ମାନ କ୍ରୀଡ଼ା ପ୍ରତି ଲିଆଣ୍ଡରଙ୍କ ଅତୁଳନୀୟ ଅବଦାନ ଓ ତାଙ୍କ ପ୍ରେରଣାଦାୟକ ପରମ୍ପରାକୁ ଦର୍ଶାଉଛି । ଦୁନିଆକୁ ବଂଚିବାର ଏକ ଉତମ ସ୍ଥାନରେ ପରିଣତ କରିବା ଲାଗି ୨୫୦ ନିୟୁତ ଶିଶୁଙ୍କୁ ସହାୟତା ଓ ଅନୁପ୍ରାଣିତ କରିବା ଲାଗି ଲିଆଣ୍ଡରଙ୍କ ସ୍ୱପ୍ନକୁ ସହଯୋଗ କରିବା ପାଇଁ ବନ୍ଧନ ବ୍ୟାଙ୍କ ସୁଯୋଗ ଅନୁସନ୍ଧାନ କରୁଛି । ଭାରତୀୟ କ୍ରୀଡ଼ାରେ ଉତ୍କର୍ଷ ସହ ଉତପ୍ରୋତ ଭାବେ ଜଡ଼ିତ ଏକ ନାମ ହେଉଛି ଲିଆଣ୍ଡର ପେସ୍ ଯାହାଙ୍କ ତିନି ଦଶନ୍ଧିରୁ ଅଧିକ ସମୟର ଏକ ଚମତ୍କାର କ୍ୟାରିୟର ରହିଛି । ନିଜର ଉଲ୍ଲେଖନୀୟ ଦକ୍ଷତା, ନିଷ୍ଠା ଓ କ୍ରୀଡ଼ା ମନୋଭାବ ପାଇଁ ସେ ପରିଚିତ ଥିବା ବେଳେ ଏକାଧିକ ଅବସରରେ ସେ ଭାରତକୁ ଗର୍ବିତ କରିଛନ୍ତି । ଅନ୍ତର୍ଜାତୀୟ ଟେନିସ୍ ହଲ୍ ଅଫ୍ ଫେମ୍ରେ ସେ ସାମିଲ ହେବା ତାଙ୍କର ସମର୍ପଣ ଓ ବିଶ୍ୱସ୍ତରରେ କ୍ରଡ଼ା କ୍ଷେତ୍ରରେ ତାଙ୍କ ପ୍ରଭାବର ପ୍ରମାଣ । ତାଙ୍କୁ ସମ୍ବର୍ନ୍ଧିତ କରିବା ଲାଗି ଆୟୋଜିତ ସମାରୋହରେ ବନ୍ଧନ ବ୍ୟାଙ୍କର ଏମ୍ଡି ଓ ସିିଇଓ (ଅନ୍ତରୀଣ) ରତନ କୁମାର କେଶ ଲିଆଣ୍ଡର ପେସ୍ଙ୍କ ସଫଳତାକୁ ପ୍ରଶଂସା କରି କହିଛନ୍ତି ଯେ, “ଅନ୍ତର୍ଜାତୀୟ ଟେନିସ୍ ହଲ୍ ଅଫ୍ ଫେମ୍ରେ ଲିଆଣ୍ଡର ସାମିଲ ହେବା ସାରା ଭାରତ ପାଇଁ ଗର୍ବର ବିଷୟ । ସେ ଜଣେ କିମ୍ବଦନ୍ତୀ ଓ ଆମ ସମସ୍ତଙ୍କ ପାଇଁ ପ୍ରେରଣା । ଟେନିସ୍ରେ ତାଙ୍କ କାହାଣୀ ହେଉଛି ଉତ୍କର୍ଷ ଓ ଅତୁଳନୀୟ ଭାବକୁ ନିରନ୍ତର ଅନୁସନ୍ଧାନ କରିବାର ଏକ କାହାଣୀ । ଏହି ଐତିହାସିକ ମୁହୂର୍ତରେ ତାଙ୍କୁ ସମ୍ବର୍ନ୍ଧିତ କରି ବନ୍ଧନ ବ୍ୟାଙ୍କ ଗର୍ବିତ ମନେ କରୁଛି । କୃତଜ୍ଞତା ଜଣାଇ ଲିଆଣ୍ଡର ପେସ୍ କହିଛନ୍ତି ଯେ, “ଖେଳାଳି ବର୍ଗରେ ପ୍ରଥମ ଏସୀୟ ଓ ଭାରତୀୟ ଭାବେ ଅନ୍ତର୍ଜାତୀୟ ଟେନିସ୍ ହଲ୍ ଅଫ୍ ଫେମ୍ରେ ସାମିଲ ହୋଇଥିବାରୁ ମୁଁ ନିଜକୁ କୃତଜ୍ଞ ଓ ଗର୍ବିତ ମନେ କରୁଛି । ଏହି ସଫଳତା ହେଉଛି ବର୍ଷ ବର୍ଷର କଠିନ ପରିଶ୍ରମ, ସମର୍ପଣ ଏବଂ ମୋ ପରିବାର, ପ୍ରଶିକ୍ଷକ ଓ ସାରା ଦୁନିଆରେ ଥିବା ଭାରତୀୟଙ୍କ ଅତୁଟ ସମର୍ଥନର ଫଳ । ମୋ ସହିତ ଏହି ସ୍ୱତନ୍ତ୍ର ମୁହୂର୍ତକୁ ପାଳନ କରିଥିବାରୁ ବନ୍ଧନ ବ୍ୟାଙ୍କ ପ୍ରତି ମୁଁ କୃତଜ୍ଞ ।’’ ଶ୍ରେଷ୍ଠତାକୁ ଅନୁପ୍ରାଣିତ କରୁଥିବା ଓ ସମାଜ ପ୍ରତି ଯୋଗଦାନ ଦେଉଥିବା ଉଲ୍ଲେଖନୀୟ ବ୍ୟାଙ୍କିକୁ ସହାୟତା ଓ ସେମାନଙ୍କ ସଫଳତାକୁ ପାଳନ କରିବା ଲାଗି ବନ୍ଧନ ବ୍ୟାଙ୍କ ପ୍ରତିବଦ୍ଧ ରହିଛି । Categories: ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍ Related Content ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର by Proprietor Abhimanyu Maharana August 4, 2026 ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026