Home ଓଡ଼ିଶା ବନ୍ଧନ ବ୍ୟାଙ୍କ ପକ୍ଷରୁ ଅନ୍ତର୍ଜାତୀୟ ଟେନିସ୍ ହଲ୍ ଅଫ୍ ଫେମ୍ରେ ଲିଆଣ୍ଡର ପେସ୍ଙ୍କ ଯୋଗଦାନକୁ ପାଳନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସମ୍ମାନଜନକ ଅନ୍ତର୍ଜାତୀୟ ଟେନିସ୍ ହଲ୍ ଅଫ୍ ଫେମ୍ରେ ସାମିଲ ହୋଇଥିବା ଲିଆଣ୍ଡର ପେସ୍ଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ବନ୍ଧନ ବ୍ୟାଙ୍କ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଛି । ସେ ପ୍ରଥମ ଏସୀୟ ଭାବେ ଖେଳାଳି ବର୍ଗରେ ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇଛନ୍ତି । ଏହି ସମ୍ମାନ କ୍ରୀଡ଼ା ପ୍ରତି ଲିଆଣ୍ଡରଙ୍କ ଅତୁଳନୀୟ ଅବଦାନ ଓ ତାଙ୍କ ପ୍ରେରଣାଦାୟକ ପରମ୍ପରାକୁ ଦର୍ଶାଉଛି । ଦୁନିଆକୁ ବଂଚିବାର ଏକ ଉତମ ସ୍ଥାନରେ ପରିଣତ କରିବା ଲାଗି ୨୫୦ ନିୟୁତ ଶିଶୁଙ୍କୁ ସହାୟତା ଓ ଅନୁପ୍ରାଣିତ କରିବା ଲାଗି ଲିଆଣ୍ଡରଙ୍କ ସ୍ୱପ୍ନକୁ ସହଯୋଗ କରିବା ପାଇଁ ବନ୍ଧନ ବ୍ୟାଙ୍କ ସୁଯୋଗ ଅନୁସନ୍ଧାନ କରୁଛି । ଭାରତୀୟ କ୍ରୀଡ଼ାରେ ଉତ୍କର୍ଷ ସହ ଉତପ୍ରୋତ ଭାବେ ଜଡ଼ିତ ଏକ ନାମ ହେଉଛି ଲିଆଣ୍ଡର ପେସ୍ ଯାହାଙ୍କ ତିନି ଦଶନ୍ଧିରୁ ଅଧିକ ସମୟର ଏକ ଚମତ୍କାର କ୍ୟାରିୟର ରହିଛି । ନିଜର ଉଲ୍ଲେଖନୀୟ ଦକ୍ଷତା, ନିଷ୍ଠା ଓ କ୍ରୀଡ଼ା ମନୋଭାବ ପାଇଁ ସେ ପରିଚିତ ଥିବା ବେଳେ ଏକାଧିକ ଅବସରରେ ସେ ଭାରତକୁ ଗର୍ବିତ କରିଛନ୍ତି । ଅନ୍ତର୍ଜାତୀୟ ଟେନିସ୍ ହଲ୍ ଅଫ୍ ଫେମ୍ରେ ସେ ସାମିଲ ହେବା ତାଙ୍କର ସମର୍ପଣ ଓ ବିଶ୍ୱସ୍ତରରେ କ୍ରଡ଼ା କ୍ଷେତ୍ରରେ ତାଙ୍କ ପ୍ରଭାବର ପ୍ରମାଣ । ତାଙ୍କୁ ସମ୍ବର୍ନ୍ଧିତ କରିବା ଲାଗି ଆୟୋଜିତ ସମାରୋହରେ ବନ୍ଧନ ବ୍ୟାଙ୍କର ଏମ୍ଡି ଓ ସିିଇଓ (ଅନ୍ତରୀଣ) ରତନ କୁମାର କେଶ ଲିଆଣ୍ଡର ପେସ୍ଙ୍କ ସଫଳତାକୁ ପ୍ରଶଂସା କରି କହିଛନ୍ତି ଯେ, “ଅନ୍ତର୍ଜାତୀୟ ଟେନିସ୍ ହଲ୍ ଅଫ୍ ଫେମ୍ରେ ଲିଆଣ୍ଡର ସାମିଲ ହେବା ସାରା ଭାରତ ପାଇଁ ଗର୍ବର ବିଷୟ । ସେ ଜଣେ କିମ୍ବଦନ୍ତୀ ଓ ଆମ ସମସ୍ତଙ୍କ ପାଇଁ ପ୍ରେରଣା । ଟେନିସ୍ରେ ତାଙ୍କ କାହାଣୀ ହେଉଛି ଉତ୍କର୍ଷ ଓ ଅତୁଳନୀୟ ଭାବକୁ ନିରନ୍ତର ଅନୁସନ୍ଧାନ କରିବାର ଏକ କାହାଣୀ । ଏହି ଐତିହାସିକ ମୁହୂର୍ତରେ ତାଙ୍କୁ ସମ୍ବର୍ନ୍ଧିତ କରି ବନ୍ଧନ ବ୍ୟାଙ୍କ ଗର୍ବିତ ମନେ କରୁଛି । କୃତଜ୍ଞତା ଜଣାଇ ଲିଆଣ୍ଡର ପେସ୍ କହିଛନ୍ତି ଯେ, “ଖେଳାଳି ବର୍ଗରେ ପ୍ରଥମ ଏସୀୟ ଓ ଭାରତୀୟ ଭାବେ ଅନ୍ତର୍ଜାତୀୟ ଟେନିସ୍ ହଲ୍ ଅଫ୍ ଫେମ୍ରେ ସାମିଲ ହୋଇଥିବାରୁ ମୁଁ ନିଜକୁ କୃତଜ୍ଞ ଓ ଗର୍ବିତ ମନେ କରୁଛି । ଏହି ସଫଳତା ହେଉଛି ବର୍ଷ ବର୍ଷର କଠିନ ପରିଶ୍ରମ, ସମର୍ପଣ ଏବଂ ମୋ ପରିବାର, ପ୍ରଶିକ୍ଷକ ଓ ସାରା ଦୁନିଆରେ ଥିବା ଭାରତୀୟଙ୍କ ଅତୁଟ ସମର୍ଥନର ଫଳ । ମୋ ସହିତ ଏହି ସ୍ୱତନ୍ତ୍ର ମୁହୂର୍ତକୁ ପାଳନ କରିଥିବାରୁ ବନ୍ଧନ ବ୍ୟାଙ୍କ ପ୍ରତି ମୁଁ କୃତଜ୍ଞ ।’’ ଶ୍ରେଷ୍ଠତାକୁ ଅନୁପ୍ରାଣିତ କରୁଥିବା ଓ ସମାଜ ପ୍ରତି ଯୋଗଦାନ ଦେଉଥିବା ଉଲ୍ଲେଖନୀୟ ବ୍ୟାଙ୍କିକୁ ସହାୟତା ଓ ସେମାନଙ୍କ ସଫଳତାକୁ ପାଳନ କରିବା ଲାଗି ବନ୍ଧନ ବ୍ୟାଙ୍କ ପ୍ରତିବଦ୍ଧ ରହିଛି । Categories: ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍ Related Content ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନର ତତ୍ପରତା : ରବିବାର ମଧ୍ୟ ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ by Proprietor Abhimanyu Maharana November 1, 2026 ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ by Proprietor Abhimanyu Maharana November 1, 2026 ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana November 1, 2026 RASHTRIYA EKTA DIWAS OBSERVED AT KHURDA ROAD DIVISION by Proprietor Abhimanyu Maharana November 1, 2026 ଖୋର୍ଦ୍ଧାରୋଡ ରେଳମଣ୍ଡଳରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ by Proprietor Abhimanyu Maharana November 1, 2026 ଜାତୀୟ ଏକତା ଦିବସରେ ଜଟଣୀରେ ପ୍ରଥମ ସର୍ବ ଓଡ଼ିଶା ମିନି ମାରାଥନ ଅନୁଷ୍ଠିତ by Proprietor Abhimanyu Maharana November 1, 2026