Home ଓଡ଼ିଶା ରୋଟାରୀ ରୟାଲର ଅଧିଷ୍ଠାନ ଉତ୍ସବ ପାଳିତ ବିଭୂତି କର ସଭାପତି ଭାବେ ଅଧିଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ରୟାଲର ୨୩ତମ ଅଧିଷ୍ଠାନ ଉତ୍ସବ ସ୍ଥାନୀୟ ଏକ ତାରକା ହୋଟେଲରେ ଆୟୋଜିତ ହୋଇଯାଇଛି । ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ରୋଟାରୀୟାନ ବିଭୂତି ଭୂଷଣ କର ଚଳିତ ରୋଟାରୀ ବର୍ଷ ପାଇଁ କ୍ଲବର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା ୩୨୬୨ର ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ କରଙ୍କୁ ଶପଥ ପାଠ କରାଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର କହିଥିଲେ ଯେ, ସାମାଜିକ କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ରୋଟାରୀ ଜିଲ୍ଲା ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ଏକାଧିକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏକ ସୁସ୍ଥ ସବଳ, ସବୁଜିମାଭରା ସ୍ୱାବଲମ୍ବୀ ସମାଜ ଗଠନ କରିବାର ଲକ୍ଷ୍ୟ ନେଇ ସମଗ୍ର ରାଜ୍ୟରେ ରୋଟାରୀ ତାର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରୁଛି । ଉପସ୍ଥିତ ରୋଟାରୀମାନଙ୍କୁ ସମ୍ବୋଧିତ କରି ଶ୍ରୀ କର କହିଥିଲେ ଯେ, ଚଳିତ ରୋଟାରୀ ବର୍ଷକୁ କ୍ଲବ ପକ୍ଷରୁ ସେବା, ସଂକଳ୍ପ ଓ ସମ୍ଭାବନାର ବର୍ଷଭାବେ ଅଭିହିତ କରାଯାଇଛି । ଏହି ଆଧାରରେ ସମାଜର ବଞ୍ôଚତବର୍ଗଙ୍କ ସାମାଜିକ ଓ ଆର୍ଥିକ ଉତ୍ଥାନ ପାଇଁ ପ୍ରୟାସ କରାଯିବା ସହ ସମଗ୍ର ରାଜ୍ୟରେ ବୃକ୍ଷରୋପଣ ମାଧ୍ୟମରେ ବ୍ୟାପକ ସବୁଜିମା ସୃଷ୍ଟି ପାଇଁ ଚଳିତବର୍ଷ ରୋଟାରୀ ବ୍ୟାପକ ପ୍ରୟାସ ଜାରି ରଖିବ । ଏହି ଅବସରରେ ପୂର୍ବତନ କ୍ଲବ ସଭାପତି ପ୍ରତାପ ଚନ୍ଦ୍ର ଚୌଧୁରୀ ଓ ସମ୍ପାଦକ ଅର୍ଜୁନ କୁମାର ସାହୁ ଯଥାକ୍ରମେ ସଭାପତି ଶ୍ରୀ କର ଓ ସମ୍ପାଦକ ଆଶିଷ କୁମାର ପରିଡ଼ାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । କାର୍ଯ୍ୟକ୍ରମ ଶେଷଭାଗରେ ଅନ୍ୟତମ ଅତିଥି ପ୍ରାକ୍ତନ ପ୍ରାନ୍ତପାଳ ଅଶ୍ୱିନୀ କରଙ୍କ ଦ୍ୱାରା କେକ୍ କଟାଯାଇ କ୍ଲବର ସ୍ଥାପନା ଦିବସକୁ ପାଳନ କରାଯାଇଥିଲା । ଉତ୍ସବରେ କ୍ଲବର ସ୍ମରଣିକା “ଦ ରୟାଲ” ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମ ଅବସରରେ ରମେଶ କେଜ୍ରିୱାଲ, ପିତବାସ ମିଶ୍ର, ଅରୁଣ ବରିସଲ ଓ ଅରୁଣ ରାଉତରାୟଙ୍କ ସମେତ ଛଅଜଣ ରୋଟାରୀୟାନ ଭାବେ କ୍ଲବର ସଦସ୍ୟତା ଗ୍ରହଣ କରିଥିଲେ । ଏଥିରେ ପ୍ରାକ୍ତନ ପ୍ରାନ୍ତପାଳ ନରେନ୍ଦ୍ର ମିଶ୍ର, ଦିଲ୍ଲୀପ ପଟ୍ଟନାୟକ, ଭବାନୀ ଚୌଧୁରୀ, ଏ.ବି ମହାପାତ୍ର, ଶିବବ୍ରତ ଦାଶ, ରବିନାରାୟଣ ନନ୍ଦ, ନିର୍ବାଚିତ ପ୍ରାନ୍ତପାଳ ଅନିଲ କୁମାର ସାମଲ, ପ୍ରାନ୍ତୀୟ ଅଧ୍ୟକ୍ଷ ଅଜିତ ପାଢୀ, ଇନର ହୁଇଲ୍ ସଭାପତି କାଦମ୍ବିନୀ ରଥ, ଆରତି ବଡ଼ପଣ୍ଡା, ବସନ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟପକ୍ଷରେ ପ୍ରାକ୍ତନ ସଭାପତି ତୁଷାର ମହାନ୍ତି ସଦସ୍ୟତା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ଦୀପକ ସେହଗଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026 ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026