ବିଜୁ ଜନତା ଦଳର ସଭାପତିଙ୍କୁ ଭେଟିଲେ ରାଜ୍ୟସ୍ତରିୟ ସମନ୍ୱୟ କମିଟି : ସାଙ୍ଗଠନିକ ପୁନର୍ଗଠନ ପାଇଁ ଦେଲେ ପ୍ରସ୍ତାବ

ନଭେମ୍ବରରୁ ସାର ରାଜ୍ୟ ଗସ୍ତ କରିବେ ନବୀନ ପଟ୍ଟନାୟକ l ସୋସିଆଲ ମିଡିଆରେ ସକ୍ରିୟ ରହିବା ପାଇଁ ସଭାପତି ଦେଲେ ପରାମର୍ଶ

୦୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :–>  ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବିଜୁ ଜନତା ଦଳର ରାଜ୍ୟସ୍ତରୀୟ ସମନ୍ୱୟ କମିଟିର ସଦସ୍ୟମାନେ ଆଜି ସଂନ୍ଧ୍ୟାରେ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦଳୀୟ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେଯେ ଓଡ଼ିଶାବାସୀ ବିଜୁ ଜନତା ଦଳକୁ ୨୪ ବର୍ଷଧରି ନିରନ୍ତର ଭାବରେ ଆର୍ଶୀବାଦ ଦେଇଅଆସିଛନ୍ତି ସେଥିପାଇଁ ଆମେ ସମସ୍ତେ ଓଡ଼ିଶାବାସୀଙ୍କ ନକଟରେ ଋଣୀ ।

ଆଗକୁ କଠିନ ପରିଶ୍ରମ କରି ଲୋକଙ୍କ ସେବା ଜାରି ରଖ‍ିବା ପାଇଁ ଶ୍ରୀ ପଟ୍ଟନାୟକ ପରମର୍ଶ ଦେଇଥିଲେ । ଦଳର କର୍ମୀ ଓ ତୃଣମୁଳ ସ୍ତରର ନେତାମାନଙ୍କୁ ଭେଟିବା ପାଇଁ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଗାମୀ ନଭେମ୍ୱର ମାସରୁ ସାରା ରାଜ୍ୟ ଗସ୍ତ କରିବେବୋଲି ସୁଚନା ଦେଇଥିଲେ ।

ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସାଙ୍ଗଠନିକ ପୁନର୍ଗଠନ ପାଇଁ ସଭାପତିଙ୍କୁ ପ୍ରସ୍ତାବ ଦେଇଥିଲେ । ଗଞ୍ଜାମ ଜିଲ୍ଲାକୁ ଦୁଇଟି ସାଙ୍ଗଠନିକ ଜିଲ୍ଲାରେ ପରିଣତ କରିବା ପାଇଁ ମଧ୍ୟ ସେମାନେ ପ୍ରସ୍ତାବ ଦେଇଥିଲେ । ଏହା ସହିତ ଦଳ ର ଛାତ୍ର ଯୁବ ମହିଳା ଆଦି ଛାମୁଆ ସଂଗଠନ କୁ ଗଠନ କରିବା ଓ ଅକଟୋବର ଦୁଇ ତାରିଖ ରୁ ମାସ ବ୍ୟାପୀ ପଦଯାତ୍ରା ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେଇଥିଲେ l

Exit mobile version