ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ ; ୮୦ ବର୍ଷରେ ଶେଷ ନିଃଶ୍ୱାସ ତ୍ୟାଗ

୦୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର/ ଜଟଣୀ :-> ଦୀର୍ଘ ଦିନର ଅସୁସ୍ଥତା ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଏମ ନେତା ବୁଦ୍ଧଦେବ ଭଟ୍ଟାଚାର୍ୟ୍ୟଙ୍କ ଗୁରୁବାର ସକାଳେ କୋଲକାତାରେ ଦେହାନ୍ତ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ଜୁଲାଇ ୨୯ ତାରିଖରେ ଭଟ୍ଟାଚାର୍ୟ୍ୟଙ୍କୁ ଅଲିପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଏକାଧିକ ରୋଗ ସହ ସେ ନିମୋନିଆରେ ଚିକିତ୍ସିତ ହେଉଥିଲେ ଏବଂ ତାଙ୍କୁ ଭେଣ୍ଟିଲେସନରେ ରଖିବାକୁ ପଡିଥିଲା। ବଙ୍ଗଳାରେ ୩୪ ବର୍ଷ ବାମପନ୍ଥୀ ଶାସନ କାଳରେ ଭଟ୍ଟାଚାର୍ୟ୍ୟ ଦ୍ୱିତୀୟ ଏବଂ ଶେଷ ସିପିଏମ ମୁଖ୍ୟମନ୍ତ୍ରୀ ଯିଏକି ୨୦୦୦ ରୁ ୨୦୧୧ ପର୍ୟ୍ୟନ୍ତ କ୍ରମାଗତ ୧୧ ବର୍ଷ କାର୍ୟ୍ୟ କରିଥିଲେ।

Exit mobile version