୦୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର/ଜଟଣୀ :-> ପଡୋଶୀ ବାଂଲାଦେଶରେ ବର୍ତମାନ ଅଶାନ୍ତ ରହିଥିଲା ବେଳେ ସେଠାରୁ ଲୋକେ ଦେଶଛାଡ଼ି ଅନ୍ୟତ୍ର ଯିବାକୁ ଉଦ୍ୟମ କରୁଛନ୍ତି। ଭାରତ ସବୁଠାରୁ ନିକଟବର୍ତୀ ସୁରକ୍ଷିତ ସ୍ଥାନ ହୋଇଥବାରୁ ସମସ୍ତେ ଭାରତ ଆସିବାକୁ ଚେଷ୍ଟା ଚଳାଇଛନ୍ତି। ଗତ ଦୁଇ ଦିନ ମଧ୍ୟରେ ଦୁଇ ଦେଶର ସୀମାର ଅନେକ ସ୍ଥାନରେ ଅନେକ ଅନୁପ୍ରବେଶ ରୋକିଲାଣି ସେନା। ଏହି କ୍ରମରେ ଓଡ଼ିଶାରେ ବିଶାଳ ସମୁଦ୍ର ତଟ ରହିଛି। ବୋଟ୍ ଯୋଗେ ବାଂଲାଦେଶୀ ମାନେ ଆସିବା ସମ୍ଭାବନା ଥିବାରୁ ପୋଲିସ ସତର୍କ ହୋଇଯାଇଛି।