ବିଦ୍ୟୁତ ଆଘାତରେ ମୃତକ ପରିବାରକୁ ସହୟତା ପ୍ରଦାନ

୦୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ  :->  କୋଣାର୍କ ଥାନା ଅଧିନ ଅନସରା ଗ୍ରାମର ଜଟାଧାରୀ ବରାଳ ନାମକ ଜଣେ ଚାଷୀ ରବିବାର ସକାଳେ ନିଜ ବାରିପଟ ବିଲକୁ କାମ କରିବା ପାଇଁ ଯାଇ ବିଦ୍ୟୁତ୍ ଆଘାତ ପାଇଥିଲେ । ପରିବାର ଲୋକ ତୁରନ୍ତ ଜଟାଧାରୀଙ୍କୁ ଚିକିତ୍ସା ନିମନ୍ତେ ଗୋପ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ମୃତ ଜଟାଧାରୀଙ୍କ ପୁତୁରା ଏନେଇ କୋଣାର୍କ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା  ବେଳେ ତାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।

ଜଟାଧାରୀ ନିଜ ପାଞ୍ଚ ପ୍ରାଣୀ କୁଟୁମ୍ବ ନିମନ୍ତେ ଏକମାତ୍ର ସାହା ଭରସା ହୋଇଥିବା ବେଳେ ତାଙ୍କ ପରିବାର ଅତ୍ୟନ୍ତ ଅସହାୟ ଅବସ୍ଥାରେ ରହିଥିଲେ । ଜଟାଧାରୀଙ୍କ ମୃତ୍ୟୁ ଖବର ପାଇ ପୁରୀ ଜିଲ୍ଲାର ଏକ ଅଗ୍ରଣୀ ସଂସ୍ଥା ମଲ୍ଟିପ୍ରପୋଜ ଯୁବ ସମନିତ୍ଵ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଜଣାପଡିଛି । ଏନେଇ ସଂସ୍ଥାର ସଭାପତି ସୁଶାନ୍ତ ପରିଡ଼ା, ଉପ ସଭାପତି ସୁବାଷ ଚନ୍ଦ୍ର ବେଉରା,

ସମ୍ପାଦକ ବିଶ୍ୱଜିତ୍ ବିଶ୍ଵାଳ, ସହ ସମ୍ପାଦକ ବିଚିତ୍ର ଓଝା ପ୍ରମୁଖ ଗୁରୁବାର ପୂର୍ବାହ୍ନରେ ଅନସରା ଗ୍ରାମକୁ ଯାଇ ସ୍ୱର୍ଗତ ଜଟାଧାରୀଙ୍କ ପତ୍ନୀଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଆଗାମୀ ଦିନରେ ଜଟାଧାରୀଙ୍କ ପରିବାରକୁ ଯଥା ସମ୍ଭବ ସହଯୋଗ ପ୍ରଦାନ କରାଯିବ ବୋଲି ଟ୍ରଷ୍ଟର ସମ୍ପାଦକ ପ୍ରକାଶ କରିଥିଲେ । ଟ୍ରଷ୍ଟ ସଦସ୍ୟଙ୍କ ସମେତ ସିମିଳି ଗ୍ରାମ ପଞ୍ଚାୟତର ସରପଞ୍ଚ ବିଶ୍ୱଜିତ୍ ସ୍ବାଇଁ, ବରିଷ୍ଟ ନେତା ବିଜୟ ସେଠ୍ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version