ଶ୍ରମିକଙ୍କ ସ୍ବାର୍ଥପାଇଁ ଏକାଠିହେଲେ ନୟାଗଡର ସମସ୍ତ ଟ୍ରେଡ ୟୁନିୟନ୍

୦୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ  :->  ନୟାଗଡଜିଲ୍ଲା ଇଟାମାଟି ନିକଟସ୍ଥ ପ୍ରତାପ୍ରସାଦସ୍ଥିତ ମା´ଭୈରବୀଙ୍କ ମନ୍ଦିର ପ୍ରାଙ୍ଗଣରେ ଚଳିତମାସ ୭ ତାରିଖ ବୁଧବାରଦିନ ନୟାଗଡ ଜିଲ୍ଲାରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକ ସଂଗଠନର କର୍ମକର୍ତ୍ତା ଏବଂ ନେତ୍ରୁତ୍ବମାନଙ୍କୁ ନେଇ “ନୟାଗଡଜିଲ୍ଲା ଟ୍ରେଡ୍ ୟୁନିୟନସ୍ ସମନ୍ବୟ କମିଟି” ନାମରେ ଏକ ସଂଘ ଗଠନ କରାଯାଇଛି l ଟ୍ରେଡ ୟୁନିୟନ ନେତା ପ୍ରମୋଦ ମହାରଣାଙ୍କ ଆବାହକ ତ୍ବରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ଶ୍ରମିକନେତା ଶ୍ରୀକାନ୍ତ ପଟ୍ଟନାୟକ ସଭାପତିତ୍ବ କରିଥିଲେ  l

ନୟାଗଡ ଜିଲ୍ଲାର ଶ୍ରମିକମାନେ ସେମାନଙ୍କର ସମସ୍ତ ସହାୟତା ସୁବିଧାରେ ପାଇବା ଏବଂ ଶ୍ରମିକମାନଙ୍କର ସ୍ବାର୍ଥ ରଖ୍ୟାପାଇଁ ଶ୍ରମିକ ସଂଗଠନମାନେ ଯତ୍ନବାନହୋଇ କାର୍ଯ୍ୟ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ଶ୍ରମ ବିଭାଗରେ ଯେଉଁସବୁ ସମସ୍ୟା ସ୍ରୁଷ୍ଟି ହେଉଛି ତାହାର ସମାଧାନ କରିବା ନିମନ୍ତେ ଏହି ଟ୍ରେଡୟୁନିୟନସ୍ ସମନ୍ବୟ କମିଟି ଦାଇତ୍ବନେଇ ଶ୍ରମିକମାନଙ୍କ ଅଧୀକାରପାଇବା ସହିତ ଶ୍ରମ ବିଭାଗର କର୍ମଚାରୀମାନେ କିଭଳି ସଠିକ୍ ଭାବରେ କାର୍ଯ୍ୟକରିବେ ଏହା ଉପରେ ତୀଖ୍ଣ ନଜର ରଖିବା ପାଇଁ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତ ଗ୍ରହଣ କରାଯାଇଥିଲା l

ଏ ବିିଷୟରେ ଶ୍ରମବିଭାଗକୁ ଆସନ୍ତା ସୋମବାରଦିନ ଉକ୍ତ ସମନ୍ବୟ କମିଟି ଏକ ଅନୁରୋଧପତ୍ର ପ୍ରଦାନ କରିବା ସହିତ ନୟାଗଜ ଜିଲ୍ଲାର ୪ ବିଧାୟକଙ୍କସହ ସାଖ୍ୟାତକରି ଶ୍ରମିକଙ୍କ ଉନ୍ନତିପାଇଁ କିଭଳି ଅଧିକରୁ ଅଧିକକାମ କରାଯିବ , ସେ ବିଷୟରେ କମିଟି ସଦସ୍ୟମାନେ ମତ ରଖିଥିଲେ I ଶ୍ରମ ବିଭାଗ କାର୍ଯ୍ୟାଳୟରେ ଶ୍ରୁଙ୍ଖଳିତଭାବେ କାର୍ଯ୍ୟ କରିବାପାଇଁ ଏକ ୧୦ ଜଣିଆ କମିଟି ଗଠନ କରାଯାଇଛି l ଉକ୍ତ କମିଟିରେ ଶ୍ରୀକାନ୍ତ ପଟ୍ଟନାୟକ,ଆବାହକ ପ୍ରମୋଦ ମହାରଣା,ବସୁଦେବ ମହାନ୍ତି,ଆଲୋକ ପ୍ରଧାନ,ସଂଜୟ ଦାସ,ସମରେନ୍ଦ୍ର ଦାସ,ରଘୁନାଥ ମହାରଣା,ସବିତାରାଣୀ ସାଥୁଆ,ସଂଜୟ ସାହୁ ସଭ୍ୟ ରହିଛନ୍ତି l

Exit mobile version