ବାଘମରି, ବେଗୁନିଆ ଏବଂ ସୀମର ରାସ୍ତା ଉପରେ ବର୍ଷା ପାଣିର ସୁଅ ; ଯାନ ବହନ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ
୦୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା/ବାଘମରି :-> ଗତ ୪,୫ ଦିନ ବର୍ଷା ଲାଗିଥିବାରୁ ଆଜି ଭୋରରୁ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ୱର୍ ଜାତୀୟ ରାଜପଥ ଉପରେ ୩ ରୁ ୪ ଫୁଟ ପାଣିର ସୁଅ ଚାଲି ଥିବାର ଦେଖିବାକୁ ମିଳିଛି । ଯାନ ବାହାନ ଏବଂ ଲୋକଙ୍କ ଯାତାୟାତ ରେ ଅସୁବିଧାର ସମ୍ମୁଖୀନ ହେବାର ଦେଖିବାକୁ ମିଳଥିଲା । ବାଘମାରି ଠାରୁ ବେଗୁନିଆ ଏବଂ ବାଘମାରି ଠାରୁ ସୀମାର ରାସ୍ତା ଉପରେ ପାଣିର ସୁଅ ଚାଲି ଥିବା ବେଳେ ଅନେକ ଘର ଏବଂ ଦୋକାନ ଘର ପାଣିରେ ରହି ଥିବାର ଦେଖିବାକୁ ମିଳିଥିଲା ।
ଖୋର୍ଦ୍ଧା ପୋଲିସ ଟିମ୍ ସହ ଏସ ଡି ପି ଓ ଦିଲୀପ କୁମାର ଦାସ ବାଘମରିରରେ ପହଂଚି ପରିସ୍ଥିତିର ସମ୍ମୁଖୀନ କରି ସ୍ଥାନୀୟ ଲୋକଙ୍କ ସହଯୋଗ କ୍ରମେ ଧୀରେ ଧୀରେ ଯାନ ବାହନ ଯିବା ଆସିବାର ବେବସ୍ତା କରିଥିଲେ । ବେଗୁନିଆ ବୋଲଗଡ଼ର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଦୀପ କୁମାର ସାହୁ ଆସି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ବର୍ଷା ପୂର୍ବରୁ ପ୍ରଶାସନ ଏଥି ପ୍ରତି ଆଗରୁ ଧ୍ୟାନ ଦେଇଥିଲେ ପରିସ୍ଥିତିରେ ସୁଧାର ହୋଇପାରିଥାନ୍ତା । ଏହା ପ୍ରତି ବର୍ଷ ପ୍ରବଳ ବର୍ଷା ଏବଂ ବନ୍ୟା ଜଳର ପରିସ୍ଥିତିରେ ଦେଖିବାକୁ ମିଳୁଛି। ଏହାର କୌଣସି ସମାଧାନର ବାଟ ହୋଇପାରୁନାହିଁ ।
