ପ୍ରସନ୍ନଙ୍କ ୭୫ତମ ଜନ୍ମଦିନରେ ସମଲେଶ୍ୱରୀ ମନ୍ଦିର ରେ ୭୫ ଦୀପ ପ୍ରଜ୍ବଳନ

୦୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ସମ୍ବଲପୁର :-> ବିରୋଧୀ ଦଳ ଉପ ନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ୭୫ତମ ଜନ୍ମଦିନ ରେ ଆଜି ଆଶୁ ଆରୋଗ୍ୟ କାମନା କରି ସମଲେଶ୍ୱରୀ ମନ୍ଦିର ରେ ୭୫ ଗୋଟି ଦୀପ ପ୍ରଜ୍ବଳନ କରାଯାଇଥିଲା I ବରିଷ୍ଠ ବିଜେଡି ନେତା ହୀରାଲାଲ ବେହେରା ଏବଂ ମନୋଜ ମହାପାତ୍ର ଙ୍କ ନେତୃତ୍ୱ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରସନ୍ନ ଙ୍କ ଶୁଭେହୁ ମାନେ ମାଁ ସମଲେଶ୍ବରୀ ଠାରେ ପୂଜାର୍ଚ୍ଚନା କରିଥିଲେ I

 ଏହି ଅବସରରେ ଏମ୍ ଡ଼ି ଅଜିମ ଅଜୁ, ମହମଦ ସନାଉଲ୍ଲା, ଲଷ୍ମୀ ପ୍ରସାଦ ମହାପାତ୍ର, ଖରାଂଶୁ ଶେଖର ଦେବ, ଭକ୍ତ ବନ୍ଧୁ ଦାସ, ସୁଶାନ୍ତ ମହାପାତ୍ର, ବିନୋଦ ବଡ଼ପଣ୍ଡା, ସୁଶୀଲ ବେହେରା, ଆଶୁତୋଷ ପଣ୍ଡା, ବିଜୟ ସ୍ୱାଇଁ,ପ୍ରଶାନ୍ତ ଥାପା, ଆଶୁତୋଷ ସ୍ୱାଇଁ, ସଂଗୀତା ଦାସ, ସରିତା ଦାସ, ଗୁଞ୍ଜନ ଶର୍ମା, ରିଙ୍କୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ I ପୂଜକ ଅମ୍ବିକା ରାୟ ମା’ ସମଲେଶ୍ୱରୀ ପୂଜା କରିଥିଲେ I

Exit mobile version