୦୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବିଜୁ ଜନତା ଦଳ ସମନ୍ୱୟ ଓ କାର୍ଯ୍ୟାନ୍ୱୟନ କମିଟିର ପ୍ରଥମ ବୈଠକ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି । ପୂର୍ବତନ ମନ୍ତ୍ରୀ ତଥା କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ଯକ୍ଷତାରେ ବସିଥିବା ଏହି ବୈଠକରେ ସମସ୍ତ ୧୫ ଜଣ ସଦସ୍ଯ ଉପସ୍ଥିତ ଥିଲେ । ରାଜ୍ୟର ଅନେକ ପ୍ରସଙ୍ଗ ସହ ବିଜେଡିର ରାଜ୍ୟସ୍ତରୀୟ ସଂଗଠନ ନେଇ ବୈଠକରେ ଆଲୋଚନା ହୋଇଛି । ଦଳର ସଂଗଠନ ଓ କାର୍ଯ୍ୟପନ୍ଥା ନେଇ ପ୍ରସ୍ତୁତ ହୋଇଥିବା ରୂପରେଖର ଅନୁମୋଦନ ପାଇଁ ଦଳୀୟ ସଭାପତିଙ୍କ ପାଖରେ ଖସଡ଼ା ଉପସ୍ଥାପନ କରିବ କମିଟି । ତୃଣମୂଳ ସ୍ତରରେ କେମିତି କାମ କରିବ ବିଜେଡିର ସମନ୍ୱୟ କମିଟି କଣ ରହିବ ଆଗାମୀ କାର୍ଯ୍ୟପନ୍ଥା ସରକାରଙ୍କୁ କେମିତି ଦିଆଯିବ ଚେକ ଏ ସମସ୍ତ ଦିଗକୁ ନେଇ ବିଜେଡିର ନୂଆ ସମନ୍ୱୟ କମିଟିରେ ଟିଖିନିଖି ଆଲୋଚନା ହୋଇଛି । ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଜେଡି ସୁପ୍ରିମୋ ଗଠନ କରିଥିବା କମିଟିର ଆଜି ଥିଲା ପ୍ରଥମ ବୈଠକ ।
