Home ଓଡ଼ିଶା ଅଜଣା ରୋଗରେ ଶଯ୍ୟାଶାୟୀ : ଚିକିତ୍ସା ରେ ଅର୍ଥ ସାଜିଛି ବାଧକ – ସରକାରୀ ସାହାଯ୍ୟ ପାଇଁ ଦାବୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ପାହିରାଜୁ ପଞ୍ଚାୟତରେ ଥିବା ମୁଚ୍ଛଳପଡା ଗାଁର ପ୍ରଶ୍ନ ଦିଗାଲ ଦୀର୍ଘ ୪ ବର୍ଷ ହେବ ଏକ ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇ ପଡିଛନ୍ତି। ବର୍ତମାନ ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ମୂଲ ଲାଗି ପରିବାର ପ୍ରତି ପୋଷଣ କରି ଆସୁଥିବା ପ୍ରଶ୍ନ ଦିଗାଲ ଏବେ ଅଜଣା ରୋଗରେ ପୀଡିତ ହେବା ପରେ ତାଙ୍କ ସ୍ତ୍ରୀ ଜାନକୀ ଦିଗାଲ ବର୍ତ୍ତମାନ ସ୍ବାମୀର ଚିକିତ୍ସା କରାଇବା ଲାଗି ଟଙ୍କା ଅଭାବରୁ ଅସମର୍ଥ ହୋଇ ପଡି ଭାଙ୍ଗି ପଡିଛନ୍ତି । ସୂଚନା ଅନୁସାରେ ମୁଚ୍ଛଳପଡା ଗାଁରେ ପ୍ରଶ୍ନ ଦିଗାଲ, ସ୍ତ୍ରୀ ଜାନକୀ ଦିଗାଲ, ମା ଟୁବି ଦିଗାଲ, ପୁଅ ସାନୁଜ ଦିଗାଲ, ଝିଅ ଭୁମିକା ଦିଗାଲ, ମାଣିକଦିଗାଲ ମିଶି ସୁରୁଖୁରୁରେ ମୁଲ ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିଲେ । ପରିବାରରେ ସମୁଦାୟ ୬ ଜଣ ସଦସ୍ୟ ରହି ଆସୁଥିବା ବେଳେ ଦିନ ଥିଲା ଏହି ପରିବାର ମଧ୍ୟ ବହୁ ହସଖୁସିରେ ଚଳୁଥିଲେ। କିନ୍ତୁ ଗତ କିଛି ଦିନ ମଧ୍ୟରେ ପରିବାରର ମୁଖ୍ୟ ରୋଜଗାରିଆ ପ୍ରଶ୍ନ ଦିଗାଲ ଅଜଣା ରୋଗରେ ପୀଡିତ ହେବାରୁ ବହୁ ଅସୁବିଧା ଭୋଗୁଛନ୍ତି । ପ୍ରଶ୍ନ ଦିଗାଲଙ୍କୁ ୨୮ ବର୍ଷ ହେଉଥିବା ବେଳେ ତାଙ୍କର ଗୋଡ଼ ହାତ ବିନ୍ଧିବା ସହ କଥୋପକଥନ ମଧ୍ୟ ବନ୍ଦ ହେଇଯାଇଥିଲା। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ କିନ୍ତୁ ଚିକିତ୍ସା ଅସମ୍ଭବ କାରଣରୁ ଡାକ୍ତର ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସ୍ବାମୀର ଚିକିତ୍ସା ପାଇଁ ଆବଶ୍ୟକ ଟଙ୍କା ପାଇଁ ଜମିବାଡ଼ି ଯାହା ଥିଲା ବିକା ବିକି କରି ଚିକିତ୍ସା କରାଇଥିଲେ। ବର୍ତ୍ତମାନ ସ୍ବାମୀର ଚିକିତ୍ସା ପାଇଁ ଏବେ ଅର୍ଥ ଅଭାବରୁ ପରିବାର ଯାହା ରୋଜଗାର ହେଉଛି ଖାଇବା ପାଇଁ ଅଣ୍ଟୁ ନାହିଁ। ଅନ୍ୟ ପଟେ ସ୍ବାମୀର ଚିକିତ୍ସା କରିବା ମଧ୍ୟ ସମ୍ଭବ ହୋଇପାରୁନାହିଁ । ଯାହା ଲାଗି ବର୍ତ୍ତମାନ ନିଜ ଭାଗ୍ୟକୁ ଆଦରି ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ସ୍ତ୍ରୀ ଜାନକୀ। ଜାନକୀ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ପରିବାର ଚଳିବା ଓ ସ୍ୱାମୀର ଚିକିତ୍ସା ପାଇଁ ଜାନକୀଙ୍କ ପରିବାର ସହ ଗ୍ରାମବାସୀ ସରକାରଙ୍କୁ ନିବେଦନ କରିଛନ୍ତି। Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ନିଜ ଦୋଷ ଲୁଚାଇବା ପାଇଁ ଶିକ୍ଷକ ବନମାଳୀ ପ୍ରଧାନ ଙ୍କ ପ୍ରଚେଷ୍ଠା ଆରମ୍ଭ by Proprietor Abhimanyu Maharana September 20, 2026 ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana September 20, 2026 ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମୀକ୍ଷା ବୈଠକ by Proprietor Abhimanyu Maharana September 20, 2026 ବହୁ ଚର୍ଚ୍ଚିତ "ବ୍ରାହ୍ମଣୀ ମାଉସୀ" ଙ୍କୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ସମର୍ପଣ ବୃଦ୍ଧା ଶ୍ରମ ରେ ଥଇଥାନ by Proprietor Abhimanyu Maharana September 20, 2026 ନୂଆଖାଇ ଭେଟଘାଟ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 20, 2026 ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026