Home ଓଡ଼ିଶା ଲଗାଣ ବର୍ଷା ଯୋଗୁଁ ଜାତୀୟ ରାଜପଥ ସମେତ ବିଭିନ୍ନ ରାସ୍ତା ଉପରେ ପାଣି , ୩ ଜଣଙ୍କ ଘର ଭାଙ୍ଗିଲା,ଯାନବାହାନ ଯାତାୟାତରେ ହେଲା ବାଧାପ୍ରାପ୍ତ : ବିଧାୟକ ଜଳ ପ୍ରବାହିତ ଅଞ୍ଚଳ ବୁଲିଲେ ଓ ସମସ୍ୟା ବୁଝିଲେ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ମଙ୍ଗଳବାର ଦିନ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ବାଘମାରୀସ୍ଥିତ ତୃପ୍ତି କଲ୍ୟାଣ ମଣ୍ଡପ ଠାରୁ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ୪ ଫୁଟ ଉଚ୍ଚର ପାଣି ,ବାଘମାରି- କଣ୍ଟିଲୋ ୪୮ ନମ୍ବର ରାଜ୍ୟ ରାଜପଥର ବାଘମାରି- ସିମୋର ରାସ୍ତାର ୪ ଫୁଟ ଉଚ୍ଚତା ବିଶିଷ୍ଟ ପାଣି, ସିମୋର-ବାଙ୍କୀ ମଧ୍ୟରେ ଗଂପୁର-କୋଟପଲା ମଧ୍ୟରେ ୧ ଫୁଟ ପାଣି, କୋଟପଲା – ପୋଡ଼ାଡିହ ମଧ୍ୟରେ ୨ ଫିଟ୍ ପାଣି, ବେଗୁନିଆ-କୁଶପଲ୍ଲା ମଧ୍ୟରେ ୪ ଫୁଟ ପାଣି କୁଶପଲା-କୋଲୁହାପାଟଣା ମଧ୍ୟରେ ୧ ଫୁଟ ପାଣି ଓ କଣ୍ଟାବାଡ଼ ପଂଚାୟତ ଅନ୍ତର୍ଗତ ମଲ୍ଲୀପଦର ଗ୍ରାମରେ ଛପଟିଆ ବନ୍ଧ ଭାଙ୍ଗି ଯିବା ଫଳରେ ରାସ୍ତା ଓ ଗ୍ରାମର ସାହି ମଧ୍ୟରେ ୪ ଫୁଟ ପାଣି ଚାଲୁଥିବା ଯୋଗୁଁ ଘର ଭାଙ୍ଗି ଯାଇଥିଲା।ବିଭିନ୍ନ ଗ୍ରାମ ସହିତ ଖୋର୍ଦ୍ଧା , ନୟାଗଡ଼ ,କଣ୍ଟିଲୋ ଓ ବାଙ୍କୀକୁ ସଂଯୋଗ କରୁଥିବା ରାସ୍ତାରେ ଜଳ ପ୍ରବାହିତ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇ ଯାନ ବାହାନ ଗୁଡ଼ିକ ଅଟକି ରହିଥିଲା। ଏପରିକି ନୟାଗଡ଼ କଣ୍ଟିଲୋ ପଟରୁ ଆସୁଥିବା ଗାଡି ଗୁଡିକ ବେଗୁନିଆ ପୋଷ୍ଟ ଅଫିସ ଛକ ଠାରୁ କଲେଜ ରୋଡ ଦେଇ ପରିଚ୍ଛଳ ଠାରୁ ଖୋର୍ଦ୍ଧା ଭୁବନେଶ୍ୱର ଅଭିମୁଖେ ଯାଉଛନ୍ତି ।ସେହିପରି ଭୁବନେଶ୍ୱରରୁ ଆସୁଥିବା ଗାଡି ଗୁଡିକ ସେହିବାଟ ଦେଇ ଆସି ବେଗୁନିଆ ଦେଇ ନିଜର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତାୟାତ କରୁଛନ୍ତି ।ଗତକାଲିର ୧୯୬ ମିଲିମି ବର୍ଷା ଯୋଗୁଁ ବାଘମାରୀ ବଜାରରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଥିବା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ଗାଡି ମଟର ଅଟକି ରହିଛି । ଏପରିକି ଲୋକମାନେ ଧାନ ପାଣି ଜମି ରହି ଧାନ ତଳି କ୍ଷତିଗ୍ରସ୍ତ ହେବା ସହ ତଳି ଗୁଡ଼ିକ ପ୍ରବାହିତ ଜଳ ମଧ୍ୟରେ ଭାସି ଯାଇଥିବାରୁ ପ୍ରଶାସନିକ ସ୍ତରରେ କ୍ଷତି ଭରଣା କରିବା ପାଇଁ ବିଧାୟକ ଶ୍ରୀ ସାହୁ ନିବେଦନ କରିଛନ୍ତି। ଅନ୍ୟ ପକ୍ଷରେ ବାଘମାରି ଓ କୋଟପଲା ଛକରେ ଢ଼ାବା ଓ ଦୋକାନ ଭିତରେ ପାଣି ପ୍ରବେଶ କରିଥିବାରୁ ବ୍ୟବସାୟ ପ୍ରତି l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026 ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026