Home ଓଡ଼ିଶା ରାଜ୍ୟସ୍ତରୀୟ ଦଶମ ଜାତୀୟ ହସ୍ତତନ୍ତ ଦିବସ ପାଳିତ ଚାରିଜଣ ବିଶିଷ୍ଟ ହସ୍ତତନ୍ତ ବୁଣାକାର ସମ୍ମାନିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆଜି ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ରାଜ୍ୟସ୍ତରୀୟ ଦଶମ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ଅର୍ଥନୀତିରେ ହସ୍ତତନ୍ତ ବୁଣାକାରଙ୍କ ପ୍ରମୁଖ ଯୋଗଦାନ ରହିଛି ବୋଲି ପ୍ରକାଶ କରିଛନ୍ତି । ଗୁରୁତ୍ୱାରୋପ କରିଥିଲେ । ଏଥି ସହ ସେ ଓଡ଼ିଶାର ସମୃଦ୍ଧ ପରମ୍ପରା ତଥା ଭାରତୀୟ ବୟନଶିଳ୍ପରେ ହସ୍ତତନ୍ତ ବୁଣାକାରଙ୍କ ବ୍ୟାପକ ଅବଦାନ ଉପରେ ଆଲୋକପାତ କରିଥିଲେ । ଆର୍ଥିକ ସହାୟତା, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ବାଣିଜ୍ୟ ସହାୟତା ସମେତ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ହସ୍ତତନ୍ତ କ୍ଷେତ୍ରକୁ ସମର୍ଥନ ତଥା ପ୍ରୋତ୍ସାହନ କରିବା ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ଡ. ପାଢ଼ୀ ମଧ୍ୟ ଆଲୋକପାତ କରିଥିଲେ । ଆମର ପୁରୁଣା ବୟନ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ଏବଂ ବୁଣାକାରମାନଙ୍କୁ ସମର୍ଥନ କରିବା ଦିଗରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ଦଶମ ଜାତୀୟ ହସ୍ତତନ୍ତ ଦିବସ ପାଳନ ଏକ ବହୁମୂଲ୍ୟ ଅବସର । ୧୯୦୫ ମସିହାରେ ଏହି ଦିନ କଲିକତା ଟାଉନହଲ୍ରେ ଏକ ବିଶାଳ ସଭାରେ ସ୍ୱଦେଶୀ ଆନ୍ଦୋଳନ ଆନୁଷ୍ଠାନିକ ଭାବରେ ଆରମ୍ଭ କରାଯାଇଥିଲା । ଏହି ଆନ୍ଦୋଳନର ଶୁଭ ତିଥି ୭ ଅଗଷ୍ଟକୁ ସ୍ମରଣ କରିବା ପାଇଁ ଏହି ଦିନଟିକୁ ସାରା ଦେଶରେ ଜାତୀୟ ହସ୍ତତନ୍ତ୍ର ଦିବସ ଭାବରେ ପାଳନ କରାଯାଉଛି । ହସ୍ତତନ୍ତର ଗୁରୁତ୍ୱ ଓ ଦେଶ ବିଦେଶରେ ସାମାଜିକ ତଥା ଅର୍ଥନୈତିକ ବିକାଶରେ ଏହାର ଅବଦାନ ଉପରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ପ୍ରମୁଖ ଉଦ୍ଦେଶ୍ୟ । ସାଂସ୍କୃତିକ ଐତିହ୍ୟସମୃଦ୍ଧ ଓଡ଼ିଶା ଏହାର ସୂକ୍ଷ୍ମ ହସ୍ତତନ୍ତ ପରମ୍ପରା ପାଇଁ ପ୍ରସିଦ୍ଧ । ରାଜ୍ୟର ହସ୍ତତନ୍ତ ଶିଳ୍ପ ଏହାର ବୁଣାକାରମାନଙ୍କ ଦକ୍ଷତା ଓ ସୃଜନଶୀଳତାର ପ୍ରମାଣ । ବୁଣାକାରମାନେ ନିଜ କଳାକୁ ଯୁଗଯୁଗ ଧରି ସଂରକ୍ଷଣ କରି ରଖିଛନ୍ତି । ସମ୍ବଲପୁରୀ, ଟସର, ବମକାଇ, ମାଣିଆବନ୍ଧ ଓ ବ୍ରହ୍ମପୁରୀ ଶାଢ଼ି ପରି ଓଡ଼ିଶାର ହସ୍ତତନ୍ତ ଉତ୍ପାଦ ସାରା ବିଶ୍ୱରେ ନିଆରା ଡିଜାଇନ୍ ଏବଂ ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧି ଅର୍ଜନ କରିଛି । ଏହି ବସ୍ତ୍ର କେବଳ କପଡ଼ାର ଏକ ଖଣ୍ଡ ନୁହେଁ ବରଂ ଆମ ଓଡ଼ିଶାର ପ୍ରତିଟି ଅଞ୍ଚଳର ଇତିହାସ, ସଂସ୍କୃତି ଏବଂ ପରମ୍ପରା ଆଧାରିତ କାହାଣୀର ରୂପାନ୍ତରଣ । ଏପରି ସମାବେଶ ନିଶ୍ଚିତ ଭାବରେ ଆମ ରାଜ୍ୟର ବୁଣାକରମାନଙ୍କୁ ସେମାନଙ୍କର ଉତ୍ତମ ବୃତ୍ତି ବଜାୟ ରଖିବାକୁ ଏବଂ ଯୁବପିଢ଼ିକୁ ଏଥିପ୍ରତି ଆକୃଷ୍ଟ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଅତିଥିମାନେ ମତପ୍ରଦାନ କରିଥିଲେ । ଏହି ଅବସରରେ ଚାରିଜଣ ବିଶିଷ୍ଟ ବୁଣାକାର ଭାଇ ଓ ଭଉଣୀଙ୍କୁ ହସ୍ତତନ୍ତ କ୍ଷେତ୍ରରେ ସଫଳ ଯୋଗଦାନ ପାଇଁ ଉତ୍ସାହିତ କରାଯାଇଥିଲା । ଖୋର୍ଦ୍ଧା ଜିଲ୍ଲାର ଧଳାପରଦା କପଡ଼ା ଓ ଫାବି୍ରକ୍ସ କାମ ପାଇଁ ଶ୍ରୀ ସୁରେଶ କୁମାର ରାଉତଙ୍କୁ, ମୟୁରଭଞ୍ଜ ଜିଲ୍ଲାର ଫୁଟା ଶାଢ଼ି/ ଗାମୁଛାରେ ପାରଦର୍ଶିତା ପାଇଁ ଶ୍ରୀ ଶମ୍ଭୁନାଥ ସେନାପତି, କେରାପୁଟ ଜିଲ୍ଲାର କେରଙ୍ଗା କପଡ଼ାରେ ବିବିଧ କାରିଗରୀ ପାଇଁ ଶ୍ରୀମତୀ ଭାଗବତୀ ସିସା, ଓ କଳାହାଣ୍ଡି ଜିଲ୍ଲାର ହାବାସପୁରି ହସ୍ତତନ୍ତ ଉତ୍ପାଦ ପାଇଁ ଶ୍ରୀ ଜଲନ୍ଦର ମେହେରଙ୍କୁ ସମ୍ମାନିତ କରାଯାଇଥିଲା । ଏହି ବୁଣାକାରମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଜ ନିଜ ଅଞ୍ଚଳର ସମୃଦ୍ଧ ଐତିହ୍ୟ ଓ ବୟନ ଦକ୍ଷତାକୁ ପ୍ରତିଫଳିତ କରି ହସ୍ତତନ୍ତ ଶିଳ୍ପ ଉପରେ ମହତ୍ତ୍ୱପୂର୍ଣ୍ଣ ପ୍ରଭାବ ଆଣିପାରିଛନ୍ତି । କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ବିକ୍ରମାଦିତ୍ୟ ବାରିକ, ଯୁଗ୍ମ ଶାସନ ସଚିବ, ଶ୍ରୀମତୀ ଅନନ୍ୟା ଦାସ, ‘ବୟନିକା’ର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ପ୍ରଣତୀ ଛୋଟରାୟ, ‘ଉତ୍କଳିକା’ର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ କଲ୍ୟାଣୀ ପଟ୍ଟନାୟକ, ଅତିରିକ୍ତ ନିର୍ଦ୍ଦେଶକ, ରେଶମଚାଷ ଶ୍ରୀ ସୂର୍ଯ୍ୟନାରାୟଣ ପଟ୍ଟନାୟକ ଏବଂ ବୟନଶିଳ୍ପ ଓ ହସ୍ତତନ୍ତ ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର ଅଧିକାରୀ ଶ୍ରୀମତୀ ଇନ୍ଦିରା ବେହେରା ମଧ୍ୟ ଉପସ୍ଥିତ ଥିଲେ । ବୟନଶିଳ୍ପ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ରୀ ଶୋଭନ୍କୃଷ୍ଣ ସାହୁ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଚାଳନ କରିଥିବାବେଳେ ବୟନଶିଳ୍ପ ଓ ହସ୍ତତନ୍ତ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଦେବଜିତ୍ ନନ୍ଦୀ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026 ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026