Home ଅପରାଧ ଗଞ୍ଜେଇ ସହ କାର, ବାଇକ, ମାଉଜର ଓ ଟଙ୍କା ଜବତ – ୭ ଅଭିଯୁକ୍ତ ଗିରଫ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ପୁଲିସକୁ ମିଳିଲା ଏକ ବଡ ସଫଳତା । ବଡ଼ ଧରଣର ଗଞ୍ଜେଇ ମାଫିଆମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । ଦୀର୍ଘ ଦିନ ହେବ ଏମାନେ ଜିଲାରେ ନିଜର ଗଞ୍ଜେଇ ସାମ୍ରାଜ୍ୟ ବିସ୍ତାର କରିବା ସହ କୋଟି କୋଟି ଟଙ୍କାର ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରୁଥିବା ଜଣାପଡିଥିଲା । ଏହାପରେ ପୁଲିସ ଏମାନଙ୍କୁ ଧରିବାକୁ ଯୋଜନା କରିଥିଲା । ସୂଚନା ଅନୁସାରେ ଗୋଛାପଡା ପୁଲିସକୁ ବିଭିନ୍ନ ଅଞ୍ଚଳରୁ ବିପୁଳ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଥିଲା । ଗୋଚ୍ଛାପଡ଼ା ଥାନା ଅଧିକାରୀ ଗଞ୍ଜେଇ ମାଫିଆମାନଙ୍କୁ ଧରିବା ପାଇଁ ୩ଟି ଟିମ ଗଠନ କରି ବାଲାନ୍ଦାପଡ଼ା ଫାଣ୍ଡି ଅଞ୍ଚଳ ସହ ଫିରିଙ୍ଗିଆ ବ୍ଲକ ଠାରୁ କଣ୍ଟାମାଳ ଯାଇଥିବା ଘାଟି ରାସ୍ତା ସୁଟାଣି ଘାଟିର ବିଭିନ୍ନ ସ୍ଥାନରେ ଛପି ରହିଥିଲେ। ଗଞ୍ଜେଇ ଚାଲାଣକାରୀ କେହି ନଥିବା ଭାବି ଗୋଚ୍ଛାପଡ଼ା ଥାନା ବାଳନ୍ଦାପଡ଼ା ଓ ବିଭିନ୍ନ ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି କଣ୍ଟାମାଳ ଦେଇ ବାହାର ରାଜ୍ୟକୁ ଚାଲାଣ ପାଇଁ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ସୁଟାଣିଘାଟି ରାସ୍ତାରେ ଅଟକାଇ ଥିଲା। ଏହି ସମୟରେ ଅଭିଯୁକ୍ତମାନେ ବାଇକ ଓ ଗଞ୍ଜେଇ ତଳେ ପକେଇ ଖସିବାକୁ ଚେଷ୍ଟା କରିଥିଲେ। ପୁଲିସ ଚତୁରତାର ସହ ୪ଜଣକୁ କାବୁ କରିବାରେ ସଫଳ ହୋଇଛି। ଏହାପରେ ଗଞ୍ଜେଇ ଚାଲାଣର ମୁଖ୍ୟ ପୁଲିସକୁ ଡକାୟତ ଭାବି ଏକ ଦାମୀ କାରରେ ଆସି ମାଉଜର ଦେଖାଇ ମାରିବାକୁ ଚେଷ୍ଟା କରିଥିଲେ। ପୁଲିସ ତାକୁ ମଧ୍ୟ କୌଶଳ କ୍ରମେ ଗିରଫ କରିବାରେ ସଫଳ ହୋଇଛି। ଘଟଣା ସ୍ଥଳରୁ ଗୋଚ୍ଛାପଡ଼ା ପୁଲିସ ୪ କୁଇଣ୍ଟାଲ ଗଞ୍ଜେଇ, ଦାମୀ କାର ସହ ୭ ଟି ବିଭିନ୍ନ କମ୍ପାନୀର ବାଇକ, ଗୋଟିଏ ମାଉଜର, ୬ ଟି ଜୀବନ୍ତ ଗୁଳି, ୪୬ ହଜାର ଟଙ୍କା, ୧୦ ଟିମୋବାଇଲ, ହକି ଷ୍ଟିକ, ୨ ଟି ବେଶ ବଲ ଷ୍ଟିକ ଜବତ କରିଥିଲା। ଘଟଣାରେ ଅନ୍ୟଜଣେ ଫେରାର ଥିବା ପୁଲିସ ସୂଚନା ଦେଇଛି। ସମସ୍ତ ୭ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ଗୋଚ୍ଛାପଡ଼ା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ସୂଚନା ଦେଇଛନ୍ତି। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମାଫିଆ କୋଟି କୋଟି ଟଙ୍କାର ମାଲିକ ବୋଲି ମଧ୍ୟ ପୁଲିସ୍ ତାହାର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି। Categories: ଅପରାଧ, ଓଡ଼ିଶା, କନ୍ଧମାଳ, ହୋମ୍ Related Content ବ୍ରହ୍ମପୁରର ଯୁବ ଚିତ୍ରଶିଳ୍ପୀ ଏନ୍ କରୁଣାକର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍ମ ଦିନ ଅବସରରେ ଦୁଇଟି ଫୋଟ ଚିତ୍ର ନରେନ୍ଦ୍ର ମୋଦୀ ଓଖଣି ମନ୍ତ୍ରୀ ବିଭୁତି ଭୁଷଣ ଜେନା ଙ୍କ ପ୍ରଦାନ by Proprietor Abhimanyu Maharana September 19, 2026 ଅଡ଼ବା ଥାନା ଅଞ୍ଚଳର ଡବଲ ମର୍ଡର ମାମଲା : ଗୁଣିଗାରେଡି ସନ୍ଦେହରେ ହତ୍ୟା ମାମଲାରେ ୧୨ ଅଭିଯୁକ୍ତଙ୍କୁ ଆଜୀବନ ସଜା by Proprietor Abhimanyu Maharana September 19, 2026 ସେବା ସଂକଳ୍ପ ଅଭିଯାନ ନିମନ୍ତେ ଜଳ ସମ୍ପଦ ବିଭାଗର ୱାଲମି ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ by Proprietor Abhimanyu Maharana September 19, 2026 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୬ତମ ଜନ୍ମଦିବସ ଅବସରରେ ସେବା ସଂକଳ୍ପ ଅଭିଯାନ’ ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ by Proprietor Abhimanyu Maharana September 19, 2026 ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026