ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ଯମ ଶିଳ୍ପ ବିଭାଗୀୟ ମନ୍ତ୍ରୀଙ୍କର ନୟାଗଡ଼ ଗସ୍ତ

୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ ଜିଲ୍ଲା :-> ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ତଥା ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୋମବାର ନୟାଗଡ଼ ଜିଲ୍ଲା ପରିଷଦ ସୃଜନ କକ୍ଷରେ ମତ୍ସ୍ୟ, ପ୍ରାଣୀସମ୍ପଦ ବିକାଶ ଓ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଜିଲ୍ଲାସ୍ତରୀୟ ସମୀକ୍ଷା କରିଛନ୍ତି ।

ଏହି ଅବସରରେ ସେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ଯୋଜନା ତଥା କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ତୃଣମୂଳ ସ୍ତରରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ସହ ଜିଲ୍ଲାରେ ଉତ୍ପାଦନ ବୃଦ୍ଧି ସହ ହିତାଧିକାରୀଙ୍କ ଆୟ ବୃଦ୍ଧି ଦିଗରେ ଯତ୍ନବାନ ହେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଇଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କିଭଳି ବିକାଶ ହୋଇପାରିବ ସେ ସମ୍ପର୍କରେ ବ୍ୟାପକ ପରାମର୍ଶ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ଼ ଅରୁଣ କୁମାର ସାହୁ ବକ୍ତବ୍ୟ ଦେଇଥିବା ବେଳେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ଜିଲ୍ଲାପାଳ, ଜିଲ୍ଲାପରିଷଦ ଅଧକ୍ଷ, ଉପାଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ଥିଲେ  l

Exit mobile version