Home ଓଡ଼ିଶା ଚେନ୍ନାଇରେ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍ଏସ୍ଏଫ୍୨୫୦ଆର୍ର ତୃତୀୟ ରାଉଣ୍ଡର ଦ୍ୱିତୀୟ ରେସ୍ରେ ସିଦ୍ଧେଶ ସାୱନ୍ତ ବିଜୟୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଗତକାଲିର ଆକ୍ସନରେ ଭରା ରେସ୍ ୧ ପରେ ହୋଣ୍ଡା ରେସିଂ ଇଣ୍ଡିଆର ଯୁବ ରାଇଡରମାନେ ଚେନ୍ନାଇର ମାଡ୍ରାସ ଇଂଟରନ୍ୟାସନାଲ୍ ସର୍କିଟ୍ରେ ଚାଲିଥିବା ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ର ତୃତୀୟ ରାଊଣ୍ଡର ରେସ୍-୨ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ରେସ୍ ଟ୍ରାକ୍ରେ ଯୁବ ରାଇଡର୍ମାନେ ସେମାନଙ୍କ ରେସିଂ ଶକ୍ତି ପ୍ରଦର୍ଶନ କରିଥିଲେ । ରେସ୍-୨ ଆକ୍ସନ ଓ ଉତ୍ସାହର ସମିଶ୍ରଣ ଥିଲା ଯେଉଁଥିରେ କୋହ୍ଲାପୁରର ୨୨ ବର୍ଷୀୟ ସିଦ୍ଦେଶ ସାୱନ୍ତ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍ଏସ୍ଏଫ୍୨୫୦ଆର୍ ବର୍ଗରେ ଅପ୍ରତିଦ୍ୱନ୍ଦ୍ୱୀ ବିଜୟୀ ହୋଇଥିଲେ । ସେ ରେସ୍ ଟ୍ରାକ୍ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ଏବଂ ୮ ଲ୍ୟାପ୍ ବିଶିଷ୍ଟ ଏହି ରେସ୍ରେ ସେ ୧୫:୧୧.୬୭୯ ସମୟ ନେଇ ରେସ୍ ଶେଷ କରିଥିଲେ । ସେ ଉପଯୁକ୍ତ ସମୟ, ଦକ୍ଷତା ପ୍ରଦର୍ଶନ କରି ନିଜ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଅତିକ୍ରମ କରିଥିଲେ । ତାଙ୍କ ପଛକୁ ରହିଥିଲେ ବାଙ୍ଗାଲୋରର ୧୬ ବର୍ଷୀୟ ରାଇଡର୍ ସାବିଆନ୍ ସାବୁ । ସେ ରେସ୍ ଆରମ୍ଭରୁ ଦକ୍ଷତା ପ୍ରଦର୍ଶନ କରି ନିଜର ସୀମାକୁ ଅତିକ୍ରମ କରିବା ସହ ପ୍ରତିଦ୍ୱ୍ନ୍ଦ୍ୱୀମାନଙ୍କଠାରୁ ପ୍ରତି ଲ୍ୟାପ୍ରେ ଆଗକୁ ବଢ଼ିଥିଲେ । ତାଙ୍କ ତୀବ୍ର ରେସିଂ ଷ୍ଟାଇଲ୍ ଓ ଗୁରୁତ୍ୱପୂର୍ଣ୍ଣ ଭାବନା ତାଙ୍କୁ ଦ୍ୱିତୀୟ ସ୍ଥାନ ପ୍ରଦାନ କରିଥିଲା । ସେ ୧୫:୧୪.୬୬୧ ସମୟ ନେଇ ରେସ୍ୁ ଶେଷ କରିଥିଲେ । ହାଇଦ୍ରାବାଦର ୧୯ ବର୍ଷୀୟ ରାଇଡର୍ ବିଦାନି ରାଜିନ୍ଦର ତୃତୀୟ ସ୍ଥାନରେ ରହିଥିଲେ । କ୍ଷୀପ୍ର ଗତିକୁ ବଜାୟ ରଖିବାରେ ତାଙ୍କ ଦକ୍ଷତା ଏବଂ ଭାବିଚିନ୍ତି ପ୍ରତିଦ୍ୱନ୍ଦ୍ୱୀଙ୍କୁ ଅତିକ୍ରମ କରିବା ରେସ୍କୁ ସେ ଭଲ ଭାବେ ବୁଝିଥିବା ଜଣାଉଛି । ୮ ଲ୍ୟାପ୍ ବିଶିଷ୍ଟ ରେସ୍କୁ ସେ ୧୫:୨୫.୭୮୪ ସମୟ ନେଇ ଶେଷ କରିଥିଲେ । ଦୁର୍ଭାଗ୍ୟବସତଃ ଚାରି ରାଇଡର ମୋହସିନ ପରମବାନ, ପ୍ରକାଶ କାମାତ, ଶ୍ୟାମ ସୁନ୍ଦର ଓ ରକ୍ଷୀତା ଏସ୍ ଡାଭେ ରେସ୍ ଶେଷ କରିପାରିନଥିଲେ । ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ର ପରବର୍ତୀ ରାଉଣ୍ଡ ତାମିଲନାଡୁର ଚେନ୍ନାଇରେ ୨୦୨୪ ସେପ୍ଟେମ୍ବର ଅକ୍ଟୋବରରେ ଅନୁଷ୍ଠିତ ହେବ । Categories: ଓଡ଼ିଶା, ଦେଶ, ବାଣିଜ୍ୟ, ମହାନଗର, ହୋମ୍ Related Content MALABAR GOLD UNVEILS ”PLATINUM SHOW“ AT SAHID NAGAR STORE by Proprietor Abhimanyu Maharana September 13, 2026 ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026 ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 13, 2026 ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026