ପିଏନବି (କଟକ ସର୍କଲ) ଦ୍ୱାରା ପ୍ରାୟୋଜିତ – XIM

୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ପିଏନବି (କଟକ ସର୍କଲ) ଦ୍ୱାରା ପ୍ରାୟୋଜିତ ତଥା XIM ଭୁବନେଶ୍ୱରର ଫାଇନାନ୍ସ ଆସୋସିଏସନ XFIN ଦ୍ୱାରା ଆୟୋଜିତ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଭୁବନେଶ୍ୱର ସହିତ ମିଳିତ ସହଯୋଗରେ XIM ଭୁବନେଶ୍ୱର ଆନୁକୁଳ୍ୟ ରେ ବାର୍ଷିକ ବଜେଟ୍ କନକ୍ଲେଭ 2024 ଆୟୋଜିତ ହୋଇଯାଇଛି ​​|

ଏହି ସମ୍ମିଳନୀ ରେ ମୁଖ୍ୟ ବକ୍ତା ଭାବେ CA ତରୁଣ ଅଗ୍ରୱାଲ ଏବଂ ବି ଇଞ୍ଜିନିୟର୍ସର ପ୍ରତିଷ୍ଠାତା, ଶ୍ରୀ ଜ୍ଞାନ ମହାନ୍ତି ଅଂଶଗ୍ରହଣ କରିଥିଲେ ଏବଂ ଦର୍ଶକଙ୍କ ସହ ନିଜର ମତାମତ ଉପସ୍ଥାପନା କରିଥିଲେ | ଦୀପ ପ୍ରଜ୍ଜ୍ୱଳନ ସହ ଅଧିବେଶନ ର ଆରମ୍ଭ ହୋଇଥିଲା | ପ୍ରଥମେ ବାର୍ଷିକ ବଜେଟ ର ବୈଶିଷ୍ଠ୍ୟ ଉପରେ ଏକ ଉପସ୍ଥାପନା ପ୍ରସ୍ତୁତ କରାଯାଇଥିଲା |

ତତ୍ପରେ ଅଧିବେଶନ ର ପ୍ରଥମ ଅତିଥି ସି.ଏ. ତରୁଣ ଅଗ୍ରୱାଲ ଦୀର୍ଘକାଳୀନ ସମ୍ପତ୍ତିରେ ବିନିଯୋଗର ଗୁରୁତ୍ୱ ଏବଂ ଅର୍ଥନୀତିକୁ ବୃଦ୍ଧି କରିବାରେ ଏହାର ପ୍ରଭାବ ଉପରେ ଆଲୋକପାତ କରିଥିଲେ | ସେ କହିଛନ୍ତି, “ବଜାରର ଅସ୍ଥିରତାକୁ ଦୃଷ୍ଟିରେ ରଖି ଦୀର୍ଘକାଳୀନ କାରବାରକୁ ଉତ୍ସାହିତ କରାଯାଉଛି।”

ଦ୍ଵିତୀୟ ବକ୍ତା ଭାବେ ଶ୍ରୀ ଜ୍ଞାନ ମହାନ୍ତି ଉତ୍ପାଦନ କ୍ଷେତ୍ରରେ ବଜେଟର ପ୍ରଭାବ ଉପରେ ସେ ଧ୍ୟାନ ଆକର୍ଷଣ କରିଥିଲେ। କ୍ରେଡିଟ୍ ସମ୍ବନ୍ଧୀୟ ବିଭିନ୍ନ ନୀତି ଏବଂ ଏହା MSME କ୍ଷେତ୍ର ଏବଂ DBT ର ଲାଭ ଉପରେ କିପରି ପ୍ରଭାବ ପକାଇଥାଏ ସେ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମହାନ୍ତି ଈଂଟର୍ନସହିପ କୁ ନେଇ ଭାରତ ସରକାର ଙ୍କ ପଦକ୍ଷେପ କୁ ସ୍ୱାଗତ କରିଥିଲେ |

ଏହାପରେ ଛାତ୍ର ଛାତ୍ରୀ ଙ୍କ ବଜେଟ ସମ୍ବନ୍ଧୀୟ ପ୍ରଶ୍ନ କୁ ଅତିଥି ମାନେ ସୁନ୍ଦର ଭାବେ ସମାଧାନ କରିଥିଲେ | ପ୍ରଫେସର ଡି. ଭି ରମନା ଅତିଥି ମାନଙ୍କ ଧନ୍ୟବାଦ କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବଜେଟ ର ଉପଯୋଗୀତା ଉପରେ ଆଲୋକପାତ କରିଥିଲେ | ଶେଷରେ XFIN ର ସମ୍ପାଦକ ଶ୍ରେୟଶ ସୋନାବନେ ଧନ୍ୟବାଦ ଭାଷଣ ଅର୍ପଣ କରିଥିଲେ |

Exit mobile version