Home ଓଡ଼ିଶା ବସ୍ ଟର୍ମିନାଲରେ ଛାତ୍ରୀଙ୍କୁ କମେଣ୍ଟ : ରୋମିଓକୁ ଛେଚିଲେ ଓ ପୋଲିସକୁ ଜିମା ଦେଲେ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ଗତ କିଛି ମାସ ଧରି ହିଞ୍ଜିଳିକାଟୁ ବସ୍ ଟର୍ମିନାଲ କିଛି ରୋମିଓଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କିଛି ରୋମିଓ ବସ୍ ଟର୍ମିନାଲ ପରିସରରେ ଆଡ୍ଡା ଜମାଇ କଲେଜ ଓ ଘରୋଇ ଟିୟୁସନକୁ ଆସୁଥିବା ଛାତ୍ରୀଙ୍କୁ ସର୍ବସମ୍ମୁଖରେ ଆଶାଳୀନ ଇଙ୍ଗିତ ସହ କମେଣ୍ଟ ମାରୁଥିବା ଏବେ ନିତିଦିନିଆ ଦୃଶ୍ୟ ପାଲଟିଛି । ମଙ୍ଗଳବାର ୬ ଜଣ ଯୁବକ ୨ଟି ବାଇକ୍ରେ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ପହଞ୍ଚି କିଛି ଛାତ୍ରୀଙ୍କୁ କମେଣ୍ଟ ମାରିଥିଲେ। ଏହାକୁ ନେଇ ସେଠାରେ ତୁମୁଳକାଣ୍ଡ ଘଟିଥିଲା । ସେଠାରେ ଉପସ୍ଥିତ କିଛି ଲୋକେ କମେଣ୍ଟ କରୁଥିବା ଯୁବକ ମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । ଘଟଣା ସ୍ଥଳରୁ ୫ ଜଣ ଯୁବକ ଚମ୍ପଟ ମାରିବାରେ ସକ୍ଷମ ହୋଇଥିବା ବେଳେ ଜଣେ ଯୁବକଙ୍କୁ କାବୁ କରିଥିଲେ । ସଂପୃକ୍ତ ଯୁବକଙ୍କୁ ଛେଚିଲା ପରେ ଉପସ୍ଥିତ ଥିବା ଲୋକେ ପୁଲିସକୁ ଡାକି ଜିମା ଦେଇଥିବା ଜଣାପଡିଛି । ଘଟଣାକୁ ନେଇ ସ୍ଥାନୀୟ ସହରରେ ଆଲୋଡନ ସୃଷ୍ଟି କରିଛି। ସ୍ଥାନୀୟ ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ୩ହଜାରରୁ ଉର୍ଦ୍ଧ୍ୱ ଶିକ୍ଷାର୍ଥୀ ଅଧ୍ୟୟନ କରୁଛନ୍ତି । ମହାବିଦ୍ୟାଳୟକୁ ଆସିବା ପୂର୍ବରୁ ଓ ଶିକ୍ଷା ଛୁଟି ପରେ ସ୍ଥାନୀୟ ପୌରାଞ୍ଚଳରେ ଛତୁ ଫୁଟିଲା ଭଳି ଗଢି ଉଠିଥିବା ୨୦ରୁ ଉର୍ଦ୍ଧ୍ୱ ଘରୋଇ ଟିୟୁସନକୁ ସହର ସମେତ ନିକଟବର୍ତ୍ତୀ ଗ୍ରାମଞ୍ଚଳର ବହୁ ଛାତ୍ରଛାତ୍ରୀ ଅଧ୍ୟୟନ ସକାଶେ ଆସୁଥିବା ଜଣାପଡିଛି । ଫଳରେ ପ୍ରତ୍ୟହ ସକାଳୁ ସନ୍ଧ୍ୟା ଯାଏଁ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସର ଛାତ୍ର, ଛାତ୍ରୀଙ୍କ ଗହଳି ଜମୁଥିବା ଦେଖିବାକୁ ମିଳିଛି । କିନ୍ତୁ ବସ୍ ଟର୍ମିନାଲ ପରିସରରେ ପୁଲିସ ପ୍ରଶାସନ ପକ୍ଷରୁ ଜଣେ ମାତ୍ର ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଟ୍ରାଫିକ୍ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହୋଇପଡିଛି । ବସ୍ ଟର୍ମିନାଲ ପରିସରରେ ଅପେକ୍ଷା ରତ ଯାତ୍ରୀଙ୍କ ସୁରକ୍ଷା, ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସିସିଟିଭି ସଂଯୋଗ ବ୍ୟବସ୍ଥା ନାହିଁ । ଏହାର ଭରପୁର ସୁଯୋଗ ନେଇ କିଛି ରୋମିଓ ବସ୍ ଟର୍ମନାଲ ପରିସରରେ ଚକ୍କର କାଟି ଛାତ୍ରୀ ମାନଙ୍କୁ ଆଶାଳୀନ ଇଙ୍ଗିତ କରିବା ଓ କମେଣ୍ଟ ମାରିବା ନିତିଦିନଆ ଘଟଣା ପାଲଟିଛି । ଲୋକଲଜ୍ଜା ଏବଂ ଅସାମାଜିକ ଯୁବଗୋଷ୍ଠୀଙ୍କୁ ଭୟ କରି ଛାତ୍ରୀ ମାନେ ଘର ଲୋକଙ୍କ ସମ୍ମୁଖରେ କିମ୍ବା ପୁଲିସ ନିକଟରେ ଅଭିଯୋଗ କରିବାକୁ ଅକ୍ଷମତା ପ୍ରକାଶ କରିଛନ୍ତି । ମଙ୍ଗଳବାର ୬ଜଣ ରୋମିଓ ୨ଟି ବାଇକରେ ଆସି ଛାତ୍ରୀଙ୍କୁ ଅଶ୍ଳିଳ ଇଙ୍ଗିତ କରି କମେଣ୍ଟ୍ ମାରିଥିଲେ। ସେହି ସମୟରେ ଏକ ଯାତ୍ରୀବାହୀ ଅଟୋ ବସ୍ ଟର୍ମିନାଲ ମଧ୍ୟକୁ ଆସୁଥିବା ବେଳେ ଗୋଟିଏ ବାଇକରେ ଆସୁଥିବା ୩ଜଣ ଯୁବକ ଭାରସାମ୍ୟ ହରାଇ ତଲେ ପଡି ଯାଇଥିଲେ । ଏହାକୁ ନେଇ ସେଠାରେ ଉପସ୍ଥିତ ଥିବା ଲୋକେ ସେମାନଙ୍କୁ ଥଟ୍ଟା ପରିହାସ କରିଥିଲେ। ପରେ ୩ ଯୁବକ ସହ ଅଟୋ ଚାଳକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ପରେ କିଛି ଲୋକେ ସଂପୃକ୍ତ ରୋମିଓ ମାନଙ୍କୁ କାବୁ କରିବାକୁ ଉଦ୍ୟମ କରିବା ବେଳେ କୌଶଳ କ୍ରମେ ଘଟଣା ସ୍ଥଳରୁ ୫ଜଣ ଖସି ଯାଇଥିଲେ ଓ ଜଣକୁ କାବୁ କରି ଛେଚି ଥିଲେ ଓ ପୁଲିସ ଡାକି ଜିମା ଦେଇଥିଲେ । ଏହାର ପ୍ରାୟ ଅଧ ଘଣ୍ଟା ପରେ ୧୫ରୁ ୨୦ ଜଣ ଯୁବକ ବସ୍ ଟର୍ମିନାଲ ପରିସରରେ ପହଞ୍ଚି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଆତଙ୍କ ସୃଷ୍ଟି କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳେକୁ ସଂପୃକ୍ତ ଯୁବଗୋଷ୍ଠୀ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ପ୍ରକାଶ ଥାଉକି, ସବୁ ସମୟରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ରୋମିଓ ମାନେ ବସ୍ ଟର୍ମିନାଲ ପରିସରରେ ପହଞ୍ଚି ଛାତ୍ରୀଙ୍କୁ ଅଶ୍ଳିଳ ଇଙ୍ଗିତ କରିବା ସହ କମେଣ୍ଟ ମରାକୁ କେନ୍ଦ୍ର କରି ପ୍ରତ୍ୟହ ଛୋଟବଡ ଗଣ୍ଡଗୋଳ ସୃଷ୍ଟି ହେଉଥିବାର ନଜିର ରହିଛି । ଅଭିଭାବକ ମାନେ ସେମାନଙ୍କ ଝିଅକୁ ହିଞ୍ଜିଳିକାଟୁ ସହରକୁ ଏକାକୀ କଲେଜ କିମ୍ବା ଟିୟୁସନ ଛାଡିବାକୁ ଚିନ୍ତାଗ୍ରସ୍ତ ହୋଇ ପ୍ରମାଦ ଗଣୁଥିବା ଭଳି ପରିସ୍ଥିତ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ପ୍ରଶାସନ ତରଫରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content ଧ୍ୟାନକୁଦ ପୀଠରେ ବାହୁଡା଼ ଯାତ୍ରା by Proprietor Abhimanyu Maharana July 25, 2026 ସିଂହଦ୍ଵାରରେ ଲାଗିଲା ତିନିରଥ ଆଜି ସୁନାବେଶ by Proprietor Abhimanyu Maharana July 25, 2026 ବାହୁଡା ଯାତ୍ରାର ରଥ ରନୱେରୁ...... by Proprietor Abhimanyu Maharana July 25, 2026 ଚକାଶିଳା କ୍ଷେତ୍ରରେ ଶ୍ରୀଜୀଉଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ, ଭକ୍ତଙ୍କ ସମାଗମରେ ମୁଖରିତ ରଣପୁର by Proprietor Abhimanyu Maharana July 24, 2026 ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷାରେ ତିନି ରଥ, ସଜେଇ ହୋଇଛି ଶ୍ରୀମନ୍ଦିର by Proprietor Abhimanyu Maharana July 24, 2026 ରଣପୁର ରାଜନୀତିରେ ସୁରମାଙ୍କ ପାଇଁ ମଇଦାନ ଖାଲି; ସମ୍ବିତଙ୍କ ଫମ୍ପା ପ୍ରତିଶୃତିକୁ ନେଇ ବଢ଼ୁଛି ଚର୍ଚ୍ଚା by Proprietor Abhimanyu Maharana July 24, 2026