Home ଓଡ଼ିଶା ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ : ବିଗତ ବର୍ଷଠାରୁ କମିଛି ଜିଲ୍ଲାରେ ସଡକ ଦୁର୍ଘଟଣା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ମଦ୍ୟପାନ କରି ଗାଡି ଚାଳନା ରୋକିବା ପାଇଁ ସ୍ପେଶାଲ ଡ୍ରାଇଭ କରାଯିବ: ଜିଲ୍ଲାପାଳ ୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ମଙ୍ଗଳବାର ଦିନ ସ୍ଥାନୀୟ ସମ୍ମିଳନୀ କକ୍ଷ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ଜିଲ୍ଲାରେ ସଡକ ଏବଂ ଗମନାଗମନ କ୍ଷେତ୍ରରେ ସମସ୍ତ ବିବରଣୀ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଶ୍ୱରାଜ ବେହେରା ପ୍ରଦାନ କରିଥିଲେ। ସୂଚନା ଅନୁସାରେ, ଗତ ମାର୍ଚ୍ଚ, ଏପ୍ରିଲ, ମଇ, ଓ ଜୁନ ମାସରେ ଧୃତ ଗତି ସମ୍ବନ୍ଧୀୟ ୪୪୭୨ଟି, ବିନା ହେଲମେଟରେ ଗାଡିଚାଳନା ଜନିତ ୨୩୫୩ଟି, ବିନା ସିଟ ବେଲ୍ଟ ଗାଡିଚାଳନା ଜନିତ ୧୧୨୬ଟି, ୧୮୭ଟି ମୋବାଇଲ ଫୋନ ବ୍ୟବହାର କରି ଗାଡିଚାଳନା, ମଦ୍ୟପାନ କରି ଗାଡି ଚାଳନା ୧୨୦ଟି ଏବଂ ଓଭରଲୋଡିଂ ଜନିତ ୪୧ଟି ମାମଲା ଆଞ୍ଚଳିକ ପରିବହନ ପକ୍ଷରୁ ରୁଜ୍ଜୁ ହୋଇଛି ଏବଂ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ପୋଲିସ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ବିନା ହେଲମେଟରେ ଗାଡିଚାଳନା ଜନିତ ୫୧୧୯ଟି , ଭୁଲ ପାର୍କିଙ୍ଗ ଜନିତ ୧୧୬୬ଟି ମାମଲା ଏଯାବତ ହୋଇଥିବା ବେଳେ ୪୯୦ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି । ପ୍ରକାଶ ଥାଉକି ଚଳିତ ବର୍ଷ ଆଉ ବିଗତ ବର୍ଷରେ ଦୁର୍ଘଟଣା ଜନିତ ମାମଲା ମୟୂରଭଞ୍ଜ ଜିଲ୍ଲାରେ କମିଛି । ୨୦୨୩ ମସିହାରେ ୨୧୦ଟି ଦୁର୍ଘଟଣା ମାମଲା ଥିବା ବେଳେ ୧୨୯ ଜଣ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। କିନ୍ତୁ ଚଳିତ ବର୍ଷ ଏହି ଦୁର୍ଘଟଣା ମାମଲା ୧୮୧ କୁ ଖସି ଆସିଥିବା ବେଳେ ୧୨୧ ଜଣ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଜଣା ପଡିଛି। ତେବେ ଏହି ବିବରଣୀକୁ ଜିଲ୍ଲାପାଳ ସମୀକ୍ଷା କରି NHAI , ରାସ୍ତା ଏବଂ ପୂର୍ତ୍ତ ବିଭାଗକୁ ଏହାର କାର୍ଯ୍ୟ ପ୍ରଣାଳୀ ତ୍ୱରାନ୍ୱିତ କରିବାକୁ କହିଥିଲେ । ଜିଲ୍ଲାରେ ଅଧିକରୁ ଅଧିକ ମଦ୍ୟ ପାନ କରି ଗାଡି ଚାଳନା ଏବଂ ତତ ଜନିତ ମୃତ୍ୟୁକୁ ରୋକିବା ପାଇଁ ସ୍ପେଶାଲ ଡ୍ରାଇଭ, ସରପ୍ରାଇଜ ଚେକିଂ, ପୋଲିସ-ଆରଟିଓ ସଂଯୁକ୍ତ ପ୍ରବର୍ତ୍ତନ (Joint Enforcement) କରାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ, ଆଇଏଏସ ଶିକ୍ଷାନବୀଶ, ଆଶନି ଏଏଲ, ବାରିପଦା ପୌରପାଳିକା, କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ । Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026