Home ଓଡ଼ିଶା ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ : ବିଗତ ବର୍ଷଠାରୁ କମିଛି ଜିଲ୍ଲାରେ ସଡକ ଦୁର୍ଘଟଣା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ମଦ୍ୟପାନ କରି ଗାଡି ଚାଳନା ରୋକିବା ପାଇଁ ସ୍ପେଶାଲ ଡ୍ରାଇଭ କରାଯିବ: ଜିଲ୍ଲାପାଳ ୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ମଙ୍ଗଳବାର ଦିନ ସ୍ଥାନୀୟ ସମ୍ମିଳନୀ କକ୍ଷ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ଜିଲ୍ଲାରେ ସଡକ ଏବଂ ଗମନାଗମନ କ୍ଷେତ୍ରରେ ସମସ୍ତ ବିବରଣୀ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଶ୍ୱରାଜ ବେହେରା ପ୍ରଦାନ କରିଥିଲେ। ସୂଚନା ଅନୁସାରେ, ଗତ ମାର୍ଚ୍ଚ, ଏପ୍ରିଲ, ମଇ, ଓ ଜୁନ ମାସରେ ଧୃତ ଗତି ସମ୍ବନ୍ଧୀୟ ୪୪୭୨ଟି, ବିନା ହେଲମେଟରେ ଗାଡିଚାଳନା ଜନିତ ୨୩୫୩ଟି, ବିନା ସିଟ ବେଲ୍ଟ ଗାଡିଚାଳନା ଜନିତ ୧୧୨୬ଟି, ୧୮୭ଟି ମୋବାଇଲ ଫୋନ ବ୍ୟବହାର କରି ଗାଡିଚାଳନା, ମଦ୍ୟପାନ କରି ଗାଡି ଚାଳନା ୧୨୦ଟି ଏବଂ ଓଭରଲୋଡିଂ ଜନିତ ୪୧ଟି ମାମଲା ଆଞ୍ଚଳିକ ପରିବହନ ପକ୍ଷରୁ ରୁଜ୍ଜୁ ହୋଇଛି ଏବଂ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ପୋଲିସ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ବିନା ହେଲମେଟରେ ଗାଡିଚାଳନା ଜନିତ ୫୧୧୯ଟି , ଭୁଲ ପାର୍କିଙ୍ଗ ଜନିତ ୧୧୬୬ଟି ମାମଲା ଏଯାବତ ହୋଇଥିବା ବେଳେ ୪୯୦ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି । ପ୍ରକାଶ ଥାଉକି ଚଳିତ ବର୍ଷ ଆଉ ବିଗତ ବର୍ଷରେ ଦୁର୍ଘଟଣା ଜନିତ ମାମଲା ମୟୂରଭଞ୍ଜ ଜିଲ୍ଲାରେ କମିଛି । ୨୦୨୩ ମସିହାରେ ୨୧୦ଟି ଦୁର୍ଘଟଣା ମାମଲା ଥିବା ବେଳେ ୧୨୯ ଜଣ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। କିନ୍ତୁ ଚଳିତ ବର୍ଷ ଏହି ଦୁର୍ଘଟଣା ମାମଲା ୧୮୧ କୁ ଖସି ଆସିଥିବା ବେଳେ ୧୨୧ ଜଣ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଜଣା ପଡିଛି। ତେବେ ଏହି ବିବରଣୀକୁ ଜିଲ୍ଲାପାଳ ସମୀକ୍ଷା କରି NHAI , ରାସ୍ତା ଏବଂ ପୂର୍ତ୍ତ ବିଭାଗକୁ ଏହାର କାର୍ଯ୍ୟ ପ୍ରଣାଳୀ ତ୍ୱରାନ୍ୱିତ କରିବାକୁ କହିଥିଲେ । ଜିଲ୍ଲାରେ ଅଧିକରୁ ଅଧିକ ମଦ୍ୟ ପାନ କରି ଗାଡି ଚାଳନା ଏବଂ ତତ ଜନିତ ମୃତ୍ୟୁକୁ ରୋକିବା ପାଇଁ ସ୍ପେଶାଲ ଡ୍ରାଇଭ, ସରପ୍ରାଇଜ ଚେକିଂ, ପୋଲିସ-ଆରଟିଓ ସଂଯୁକ୍ତ ପ୍ରବର୍ତ୍ତନ (Joint Enforcement) କରାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ, ଆଇଏଏସ ଶିକ୍ଷାନବୀଶ, ଆଶନି ଏଏଲ, ବାରିପଦା ପୌରପାଳିକା, କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ । Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ସମୁଦ୍ର ଗର୍ଭରେଗ୍ୟାସନ୍ଧାନ ସାମ୍ନାକୁ ଆସିଲା ଓଏନଜିସିର ବିଶାଳ ଜାହାଜ ଚିତ୍ର by Proprietor Abhimanyu Maharana October 31, 2026 ବାଉଁଶଗଡ ପଞ୍ଚାୟତରେ ବାରାହାଙ୍କ ଆତଙ୍କ : ୬ ଟି ମୌଜାରେ ଚାଷୀ ଅତିଷ୍ଠ by Proprietor Abhimanyu Maharana October 30, 2026 ଓଡ଼ିଶା ଏକ ବିଶ୍ୱସ୍ତରୀୟ ପୁଞ୍ଜିନିବେଶ ଗନ୍ତବ୍ୟସ୍ଥଳ ଭାବରେ ଉଭା ହେବାକୁ ପ୍ରସ୍ତୁତ : ଡକ୍ଟର ମୁକେଶ ମହାଲିଙ୍ଗ by Proprietor Abhimanyu Maharana October 30, 2026 Odisha poised to emerge as a global investment destination : Dr Mukesh Mahaling by Proprietor Abhimanyu Maharana October 30, 2026 ଜିଲ୍ଲାପାଳଙ୍କ ପାରାଢିପି ପଞ୍ଚାୟତ ପରିଦର୍ଶନ by Proprietor Abhimanyu Maharana October 30, 2026 Khurda Road Division Organised a Seminar on “Probity for Prosperity” during Vigilance Awareness Week 2026 by Proprietor Abhimanyu Maharana October 30, 2026