Home ଓଡ଼ିଶା ନୟାଗଡ଼ ୟୁ ସି ମାସ୍ ଛାତ୍ରଛାତ୍ରୀ କୁଂ ଅପୂର୍ବ ସଫଳତା : ୧୪ ଛାତ୍ରଛାତ୍ରୀ ପୁରସ୍କୃତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ନୟାଗଡ଼ ଦେବତ୍ତୋର କଲୋନୀ ରେ ବିଶିଷ୍ଠ ଶିକ୍ଷକ ପ୍ରମୋଦ କୁମାର ହୋତାକଂ ତତ୍ବାବଧାନରେ ପରିଚାଳିତ ,ୟୁ ସି ମାସ୍ (Universal Concept of Mental Arithmatic System) ର ଏକ ମତିସ୍କ ଶକ୍ତି ପରିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗୀତା ଜୁଲାଇ ୧୩ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏଥୁରେ ନୟାଗଡ ୟୁ ସି ମାସ୍ ର ୪୮ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ । ଏହି ପ୍ରତିଯୋଗୀତା ମୁଖ୍ୟତଃ ୩ ପ୍ରକାର ହୋଇଥିଲା । ଦର୍ଶନୀୟ କାର୍ଯ୍ୟକ୍ରମ ମାଧ୍ୟମରେ , ୮ ମିଳିଟରେ ୨୦୦ ପ୍ରଶ୍ନର ସମାଧାନ କରିବାକୁ ପଡିଥାଏ । ଏହି ପ୍ରତିଯୋଗୀତା ରେ ନୟାଗଡ଼ UCMAS ର ୧୪ ଜଣ ଛାତ୍ରଛାତ୍ରୀ ପୁରସ୍କୃତ ହୋଇଥିଲେ । ଶ୍ରବଣୀୟ ପ୍ରତିଯୋଗୀତାରେ ପ୍ରଶ୍ନ କରାଯାଇଥାଏ ଏବଂ ଏଥିରେ ଜଣେ ଛାତ୍ରୀ ପୁରସ୍କୃତ ହୋଇଥିଲେ ଏବଂ ୨ ଜଣ ସ୍ବର୍ଣ୍ଣ ପଦକ ପାଇଛନ୍ତି ଏବଂ ଜଣେ ରୈlପ୍ୟ ପଦକ ପାଇଛନ୍ତି । ଏବଂ ଫ୍ଲାସକାର୍ଡ଼ ପ୍ରତିଯୋଗୀତାରେ ୨ ଜଣ ଛାତ୍ର ପୁରସ୍କୃତ ହୋଇଥିଲେ ଏବଂ ୨ ଜଣ ଛାତ୍ରୀ ସ୍ବର୍ଣ୍ଣ ପଦକ ପାଇଛନ୍ତି । ଜୁଲାଇ ୧୩ ତାରିଖରେ କିଟ୍ କ୍ୟାମ୍ପସ ରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଏବଂ ଜୁଲାଇ ୧୪ ତାରିଖରେ ରେଳ ପ୍ରେକ୍ଷାଳୟ,ଭୂବନେଶ୍ୱର ଠାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ by Proprietor Abhimanyu Maharana September 10, 2026 ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ by Proprietor Abhimanyu Maharana September 10, 2026 ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର by Proprietor Abhimanyu Maharana September 10, 2026 ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 10, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ by Proprietor Abhimanyu Maharana September 10, 2026 ଶ୍ରୀମନ୍ଦିର ଜମିଜମା ଆଇନ ସଂଶୋଧନକୁ ପୁରୀ ବିଜେପି ପକ୍ଷରୁ ସ୍ବାଗତ by Proprietor Abhimanyu Maharana September 10, 2026