ବିପଦ ଡାକୁଛି ବୁଢ଼ୀବାହାଲ ବୁଲାଣି ରେ ଥିବା ଶୁଖିଲା ଥୁଣ୍ଟା ଗଛ

୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆ ପାଲି ପଂଚାୟତ ବୁଢ଼ୀବାହାଲ ଗାଁ ପାଖରେ ଥିବା ବୁଲାଣି ନିକଟରେ ବିପଦ ସଂକୁଳ ଅବସ୍ଥା ରେ ଶୁଖିଲା ଗଛ ଟିଏ ଥିବା ବେଳେ ପ୍ରଶାସନ ପକ୍ଷ ରୁ ଏଥି ପ୍ରତି ଧ୍ୟାନ ନଦେବାରୁ ଧୀରେ ଧୀରେ ଗଛ ଟି ପଡିବା ଉପରେ ବସିଲାଣି ତାଛଡା ଯେହେତୁ ଧଣ୍ଡାମୁଣ୍ଡା ରୁ କଲାବାହାଲି ଯିବା ମୁଖ୍ୟ ରାସ୍ତା ଓ ବ୍ୟସ୍ତ ବହୁଳ ରାସ୍ତା ହୋଇ ଥିବାରୁ ପ୍ରତ୍ୟେକ ଦିନ ସହ ସହ ସଂଖ୍ୟା ଗାଡିମଟର ଜୀବ ଆସିବା କରୁଛି I

ବିପଦ ସଂକୁଳ ଅବସ୍ଥା ରେ ଥିବା ଗଛ କୁ ପ୍ରଶାସନ ତରଫରୁ କଟା ନଗଲେ ଗଛ ପଡି ଦୁର୍ଘଟଣା ଘଟାଇ ଧନ ଜୀବନ ନଷ୍ଟ କରିବା ସମ୍ଭାବନା ଥିବା ରୁ ଲୋକେ ଆସନ୍ତୁଷ୍ଟ ଅଛ ନ୍ତି I ପ୍ରଶାସନ ଯେତେ ଶୀଘ୍ର ହେବ ଗଛ କୁ କାଟି ବାକୁ ଦାବି କରିଛନ୍ତି l

Exit mobile version