Home ଓଡ଼ିଶା ଧଣ୍ଡାମୁଣ୍ଡା ରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp କୁଇଜ୍ ପ୍ରତିଯୋଗିତାରେ ଭାଗ ନେଲେ ଛାତ୍ରୀ ଛାତ୍ର ୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଧଣ୍ଡାମୁଣ୍ଡା ଜବାହରଲାଲ ଉଚ୍ଚ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪-୨୫ କାର୍ଯ୍ୟକ୍ରମ ଅବସରରେ ବ୍ଲକ୍ ସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଲକ୍ ସହ ଶିକ୍ଷା ଅଧିକାରୀ ତଥା ଵିଆର ସି ସି ରୁଦ୍ରଦେବ ଷଡ଼ଙ୍ଗୀ ପ୍ରଦୀପ ପ୍ରଜ୍ବଳନ କରି କୁଇଜ୍ ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ । ପ୍ରତିଯୋଗିତା ରେ ୧୯ ଟି ଉଚ୍ଚ ବିଦ୍ୟାଳୟ ର ୭୬ ଜଣ ପ୍ରତିଯୋଗୀ ଭାଗନେଇ ଥିଲେ । ଅପରାହ୍ନ ରେ ଆୟୋଜିତ ପୁରସ୍କାର ବିତରଣି ଉତ୍ସବ ରେ ବ୍ଲକ୍ ସହ ଶିକ୍ଷା ଅଧିକାରୀ ରୁଦ୍ର ଦେବ ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ବ୍ଲକ୍ ଅଧକ୍ଷା ନିରୁପମା ପଟେଲ, ସମ୍ମାନିତ ଅତିଥି ରୂପେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ଲୁହସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷ ରାଧାକାନ୍ତ ସୁଆର, ସାଂଗଠନିକ ସମ୍ପାଦକ ତଥା ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଜୟ କୁମାର ଭୋଇ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ର ଉଦେଶ୍ୟ ଉପରେ ଆଲୋକପାତ କରିବା ସହିତ କୃତୀ ପ୍ରତିଯୋଗୀ ଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରତିଯୋଗିତା ରେ ଧଣ୍ଡାମୁଣ୍ଡା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ସ୍ୱାଗତିକା ଭୋଇ ପ୍ରଥମ , ଲୁହାସିଂହା ସର୍ବୋଦୟ ବିଦ୍ୟାଳୟ ର ଛାତ୍ରୀ ପ୍ରିୟଙ୍କା ମେହେର ଦ୍ୱିତୀୟ ଓ ଧଣ୍ଡାମୁଣ୍ଡା ଛାତ୍ର ନୈତିକ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାଯାଇଛି । କାର୍ଯ୍ୟକ୍ରମ କୁ ଶିକ୍ଷକ ସତ୍ୟବ୍ରତ ବେହେରା, ଶ୍ରୀପତି କୁମ୍ଭାର ପରିଚାଳନା କରିଥିବା ବେଳେ ଗୋପୀନାଥ ସାହୁ, ବିଘ୍ନରାଜ ପ୍ରଧାନ, ସୁବାସ ନାଗ, ସନାତନ ବାରିକ, ଟୁନୁ ଶବର, ଗୋକୁଳାନନ୍ଦ ମେହେର ପ୍ରମୁଖ ସହଯୋଗ କରିଥିବା ବେଳେ ମିତ୍ରଭାନୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content Nandan Dwibedi receives Yuva Bharati Samman by Proprietor Abhimanyu Maharana September 22, 2026 ତୃତୀୟ ଥର ନିମନ୍ତେ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 22, 2026 ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ by Proprietor Abhimanyu Maharana September 22, 2026 ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍ଯାପିତ by Proprietor Abhimanyu Maharana September 22, 2026 ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା by Proprietor Abhimanyu Maharana September 22, 2026 ମାର୍ଗଦର୍ଶିକା ଉଲଂଘନ - ଉନ୍ନୟନ କାମ ସରିବାର ଦୀର୍ଘ ଦିନ ପରେ ଜିଲ୍ଲାପାଳଙ୍କ ସୁପାରିଶକୁ ଅପେକ୍ଷା by Proprietor Abhimanyu Maharana September 22, 2026