ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଜଳିଗଲା ୪ ବଖରା

୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ବ୍ଲକ ଦେଉଳି ପଂଚାୟତ ଅନ୍ତର୍ଗତ ଜାମୁସାହି ଗ୍ରାମରେ ସୋମବାର ଦିନ ବିଳମ୍ବିତ ରାତ୍ରରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ୪ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଛି । ବେଗୁନିଆ ଅଗ୍ନିଶମ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଜାମୁସାହି ଗ୍ରାମର ପ୍ରମିଳା ପରିଡ଼ା ୨ ବଖରା,ଜାନକୀ ପରିଡ଼ା ୧ ବଖରା ଘର ସହ ୧ ବଖରା ଗୁହାଳ ଘର ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ସଂପୂର୍ଣ୍ଣ ପୋଡି ନଷ୍ଟ ହୋଇ ଯାଇଛି ।

ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି । ଏଥିରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଅଗ୍ନି ବିପନ୍ନ ପରିବାରକୁ ପ୍ରଶାସନିକ ସ୍ତରରୁ ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି। ଏଥିସହ ବେଗୁନିଆ ତହସିଲଦାର ତାପସ ବିଶିଙ୍କୁ ପଚାରିବାର ଅଗ୍ନି ବିପନ୍ନ ପରିବାରକୁ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ପଲିଥିନ ଯୋଗାଇ ଦିଆଯାଇଛି ବୋଲି କହିଛନ୍ତି ।

Exit mobile version