ଦୁର୍ଘଟଣାର ହବ ପାଲଟିଛି ବାଘମାରୀ-ସାରୁଅ ଜାତୀୟ ରାଜପଥର ମଧ୍ୟବର୍ତ୍ତୀ ରଣ ଶାଖା ନଦୀର ଶଙ୍ଖ : ୭୪ ବର୍ଷରେ ନେଲାଣି ୫୦ରୁ ଉର୍ଦ୍ଧ୍ବ ଗଡିଲାଣି  ମୁଣ୍ଡ 

୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ  :-> ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସାରୁଅ-ବାଘମାରୀ ମଧ୍ୟବର୍ତ୍ତୀ ସ୍ଥାନରେ ୧୯୫୦ ମସିହାରେ ମହାନଦୀ ଅବବାହିକାର ରଣ ଶାଖା ନଦୀ ଉପରେ ସର୍ବ ପୁରାତନ ସଙ୍କୁଚିତ ୫୦ ମିଟର ଲମ୍ବା ଶଙ୍ଖ ନିର୍ମାଣ ହୋଇଥିଲା। ତେବେ ପ୍ରତ୍ୟହ ଭୁବନେଶ୍ଵର, ଖୋର୍ଦ୍ଧା,ବଲାଙ୍ଗୀର,କଣ୍ଟିଲୋ ଓ ନୟାଗଡ଼ ଆଦି ସଂଯୋଗ କରୁଥିବା ବିଭିନ୍ନ ସ୍ଥାନକୁ ଶହ ଶହ ଭାରୀ ଓ ଲଘୁଯାନ,ଯାତ୍ରୀବାହୀ ବସ, ଯନ୍ତ୍ରଚାଳିତ ସାଇକେଲ ଓ ସାଇକେଲ ଆରୋହୀ,ଓ ପଥଚାରୀ ମାନେ ଯାତାୟାତ କରିଥାନ୍ତି।

ଇତି ମଧ୍ୟରେ ୭୪ ବର୍ଷରେ ପଦାର୍ପଣ କରିଥିବା ସଙ୍କୁଚିତ ଶଙ୍ଖରେ ମଧ୍ୟ ବିଭିନ୍ନ ସମୟରେ ଯାତାୟାତ କରୁଥିବା ମୋଟରଯାନ  ପରସ୍ପର  ଉଭୟ ପାର୍ଶ୍ବରୁ ଅତିକ୍ରମ କରୁଥିବା ସମୟରେ  ଛୋଟ ହେଉ ଅବା ବଡ ଦୁର୍ଘଟଣା ଘଟି ୫୦ ରୁ ଉର୍ଦ୍ଧ୍ବ ମୁଣ୍ଡ ନେଇ ସାରିଥିବାରୁ ଦୁର୍ଘଟଣାର ହବ ପାଲଟିଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି । ଏହାର ସ୍ଥାୟିତ୍ବ ଦୃଷ୍ଟିରୁ ଦେଖିବାକୁ ଗଲେ ବିଗତ ଦିନରେ ଶଙ୍ଖଟି ଭିତର ଅଂଶ ଭାଙ୍ଗି ଯାଇଥିବାରୁ ପୁନଃ ନିର୍ମାଣ କାର୍ଯ୍ୟ କରାଯିବା ପାଇଁ ଭୁବନେଶ୍ୱର ସ୍ଥିତ ଜାତୀୟ ରାଜପଥ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବାଘମାରି ଗ୍ରାମର ସନ୍ତୋଷ କୁମାର ପଣ୍ଡାଙ୍କ ବାରମ୍ବାର ଅଭିଯୋଗ କ୍ରମେ ମରାମତି ପରିସର ଭିତରେ କେବଳ ସୀମିତ ରହିଛି ।

ବର୍ତ୍ତମାନ ଏଠାରେ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ  ଜମି ଅଧି ଗ୍ରହଣ ପ୍ରକ୍ରିୟା ସରି ଯାଇଥିବା ବେଳେ ଏକ ନୂତନ ଶଙ୍ଖର ଆବଶ୍ୟକତା ରହି ଥିବାରୁ ପୁରାତନ ଓ ଜରାଜୀର୍ଣ୍ଣ ହୋଇଥିବା ଶଙ୍ଖଟିକୁ କେବଳ ମରାମତି କାର୍ଯ୍ୟ ସାରି ଦେଇ ଜାତୀୟ ରାଜପଥ ଡିଭିଜନ ଚୁପଚାପ ହୋଇ ବସି ପଡ଼ିଛି। ଏଥିପାଇଁ କର୍ତୁପକ୍ଷ ଦୃଷ୍ଟି ଦେଇ ପୁନଃ ନୂତନ ଶଙ୍ଖ ନିର୍ମାଣ ପାଇଁ ଦାବି ହୋଇଛି ।

Exit mobile version