Home ଓଡ଼ିଶା କୋଣାର୍କ ଏନ୍ଏସିରେ ୨କୋଟି ଟଙ୍କାର ଘୋଟାଲା ଅଭିଯୋଗ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଵିନା ଟେଣ୍ଡରରେ ଗୋଟିଏ ଘରୋଇ ସଂସ୍ଥାକୁ କୋଟି କୋଟି ଟଙ୍କାର ଏକାଧିକ କାମ ୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଉନ୍ନୟନମୂଳକ କାର୍ଯ୍ୟରେ କୋଟି କୋଟି ଟଙ୍କାର ହେରାଫେରି ହୋଇଥିବା ଅଭିଯୋଗ ହୋଇଛି। ଗତ ସାଧାରଣ ନିର୍ଵାଚନ ପୂର୍ବରୁ ତରବରିଆ ଭାବରେ ବିନା ଟେଣ୍ଡରରେ ଗୋଟିଏ ନିର୍ଦ୍ଦିଷ୍ଟ ଘରୋଇ ସଂସ୍ଥାକୁ କୋଟି କୋଟି ଟଙ୍କାର ଏକାଧିକ କାମ ଦିଆଯାଇ ଏନ୍ଏସି ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଧଳ ଓ ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ ମିଳିତଭାବେ ଅର୍ଥ ହରିଲୁଟ କରିଥିବା ଏନ୍ଏସିର ୫ନମ୍ଵର ୱାର୍ଡ କାଉନସିଲର ଇଂ ନିହାର ରଂଜନ ବେଉରା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । କାଉନସିଲର ଶ୍ରୀ ଵେଉରାଙ୍କ ଅଭିଯୋଗରୁ ଜଣାପଡିଛି ଯେ, ଗତ ଜାନୁଆରୀ ମାସରେ ୩ଟି ପ୍ରବେଶ ପଥ ତୋରଣ ଲଗାଇବା ନିମନ୍ତେ ପ୍ରାୟ ଏକ କୋଟି ଟଙ୍କା, ଡିଜିଟାଲ ଏଲ୍ଇଡି ବିଜ୍ଞାପନ ବୋର୍ଡ ନିମନ୍ତେ ୯୭ ଲକ୍ଷ ଟଙ୍କା ଏବଂ ତ୍ରିରଙ୍ଗା ଫ୍ଲେକ୍ସିଵୁଲ ଏଲ୍ଇଡି ଲାଇଟ୍ ନିମନ୍ତେ ପ୍ରାୟ ୧୫ଲକ୍ଷ ଟଙ୍କା କଲ୍ ନୋଟିସ୍ ମାଧ୍ୟମରେ ଅନୁଗୁଳର ଘରୋଇ ସଂସ୍ଥା ମେସର୍ସ ଷ୍ଟାର୍ ଇଣ୍ଡିଆକୁ ଦିଆଯାଇଥିଲା । ଏହି ସଵୁ ନିର୍ମାଣ କାମରେ ବିଭାଗୀୟ ଯନ୍ତ୍ରୀଙ୍କୁ ଏଷ୍ଟିମେଟ୍ ଦାୟିତ୍ଵ ଦିଆ ନଯାଇ ଅନ୍ୟତ୍ର ପ୍ରସ୍ତୁତ ଏଷ୍ଟିମେଟରେ କୋଣାର୍କ ଏନ୍ଏସିରେ କିର୍ଯ୍ୟରତ ଯନ୍ତ୍ରୀ ଜଗଦୀଶ ନାୟକଙ୍କୁ ଦସ୍ତଖତ କରିବା ପାଇଁ ନିର୍ବାହୀ ବାଧ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏପରି ବେଆଇନ କାର୍ଯ୍ୟକଳାପରେ ସଂପୃକ୍ତ ନହେବା ପାଇଁ ଯନ୍ତ୍ରୀ ଜଗଦୀଶ ନାୟକ ରୋକଠୋକ ମନା କରିଦେବାରୁ ବିଗତ ୬ ମାସଧରି ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ପରିଣାମସ୍ୱରୂପ ଯନ୍ତ୍ରୀ ଜଗଦୀଶ ନାୟକଙ୍କ ବିରୋଧରେ ନାନା ମିଥ୍ୟା ଅଭିଯୋଗ କରି ତାଙ୍କୁ ଅନ୍ୟତ୍ର ବଦଳି କରିବାରେ ସମର୍ଥ ହୋଇଛନ୍ତି ଏନ୍ଏସି ଅଧ୍ୟକ୍ଷା । ଭୁଵନେଶ୍ୱର ପଟୁ କୋଣାର୍କ ଏନ୍ଏସିର ପ୍ରଵେଶ ପଥରେ ଗୁଣ୍ଡିଠାରେ ଲଗାଯାଇଥିବା ୟୁ-ପିଭିସି ଓ ଜିଆଇ ଆଙ୍ଗଲ ଗେଟ୍ ଵାଵତକୁ କୋଣାର୍କ ଏନ୍ଏସି ପକ୍ଷରୁ ନିର୍ମାଣକାରୀ ସଂସ୍ଥା ଷ୍ଟାର ଇଣ୍ଡିଆକୁ ୨୩ ଲକ୍ଷ ୪୩ ହଜାର ୪୬୮ଟଙ୍କା ପୈଠ କରାଯାଇଛି। କାକଟପୁର ରାସ୍ତାର କାକଟପୁର ବ୍ଲକ ଅନ୍ତର୍ଗତ ଚମ୍ପାହାର ମୌଜାଠାରେ ଆଉ ଗୋଟିଏ ଗେଟ୍ ମୂଳଦୁଆ ନିର୍ମାଣ ପରେ ନିର୍ବାହୀ ଅଧିକାରୀ ଅବଗତ ହେଲେ ଯେ, ଏହା କୋଣାର୍କ ଏନ୍ଏସି ଅଞ୍ଚଳ ପରିସରଭୁକ୍ତ ନୁହେଁ। ଏଣୁ ଗତ ୧ ତାରିଖରେ ସଂପୃକ୍ତ ନିର୍ମାଣକୁ ଛାଡ଼ି ୨୦୦ଫୁଟ୍ ଦୂରରେ ଆଉ ଏକ ମୂଳଦୁଆ ନିର୍ମାଣ କରି ୟୁ-ପିଭିସି ଗେଟ୍ ଲଗାଯାଇଛି। ଚନ୍ଦ୍ରଭାଗାଠାରେ ଛଅ ଥାକିଆ ରାଜପଥ ଉପରେ ଲାଗିବାକୁ ଥିବା ପ୍ରଵେଶ ପଥ ତୋରଣ କାମ ଏଯାବତ୍ ଆରମ୍ଭ ହୋଇନଥିବା ଜଣାଯାଇଛି। ଇତିପୂର୍ଵରୁ ଚନ୍ଦ୍ରଭାଗା, ବସଷ୍ଟାଣ୍ଡ ଓ ମେଡିକାଲ୍ ଛକଠାରେ ୯୭ଲକ୍ଷ ଟଙ୍କା ବ୍ୟୟରେ ତିନୋଟି ଡିଜିଟାଲ ଏଲ୍ଇଡି ବିଜ୍ଞାପନ ବୋର୍ଡ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଷ୍ଟାର ଇଣ୍ଡିଆ ଦ୍ୱାରା ଲଗାଯାଇଥିଲେ ମଧ୍ୟ ଏହି ପ୍ରକଳ୍ପରୁ ଏଯାବତ୍ ଟଙ୍କାଟିଏ ଆୟ ଦର୍ଶାଯାଇନାହିଁ । ଏଥିସହିତ ଚନ୍ଦ୍ରଭାଗାଠାରୁ କୋଣାର୍କ ମେଡିକାଲ ଛକ ପର୍ଯ୍ୟନ୍ତ ଷ୍ଟ୍ରିଟ୍ ଲାଇଟ୍ ପୋଲରେ ତ୍ରିରଙ୍ଗା ଫ୍ଲେକ୍ସିଵୁଲ ଏଲ୍ଇଡି ଲାଇଟ୍ ଲଗାଯାଇଥିଲେ ମଧ୍ୟ ଗୋଟିଏ ସପ୍ତାହ କାର୍ଯ୍ୟକ୍ଷମ ରହିବା ପରେ ଏହି ପ୍ରକଳ୍ପ ଖରାପ ହୋଇଯାଇଛି। କିନ୍ତୁ ନିର୍ମାଣକାରୀ ସଂସ୍ଥାକୁ ଦେୟ ପୈଠରେ କୌଣସି ପ୍ରକାର ଅଵହେଳା ପ୍ରଦର୍ଶନ କରିନାହାନ୍ତି ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଧଳ। ନିର୍ବାହୀ ଅଧିକାରୀଙ୍କ ପରିଵାର ସଦସ୍ୟ ସଂପୃକ୍ତ ଘରୋଇ ସଂସ୍ଥାକୁ କାମ ଦେବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଖାଲି ଏତିକି ନୁହେଁ, ମୁକ୍ତା ଯୋଜନା, ସ୍ୱଚ୍ଛତା, ରାସ୍ତା ନିର୍ମାଣ, ଷ୍ଟ୍ରିଟ୍ ଲାଇଟ୍ ଓ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟରେ ଅନିୟମିତତା କରି କୋଟି କୋଟି ଟଙ୍କା ନିର୍ବାହୀ ଅଧିକାରୀ ଶ୍ରୀମତୀ ଧଳ ଓ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ ହଡପ କରିଥିବା କାଉନସିଲର ଇଂ ନିହାର ରଞ୍ଜନ ଵେଉରା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଅଭିଯୋଗପତ୍ର ଦେଇଛନ୍ତି। କାଉନସିଲର ଶ୍ରୀ ଵେଉରା ଏନ୍ଏସିରେ ହେଉଥିବା ବ୍ୟାପକ ଦୁର୍ନୀତିର ପର୍ଦ୍ଦାଫାଶ ନିମନ୍ତେ ପ୍ରଚେଷ୍ଟା କରିବାରୁ ତାଙ୍କୁ ଚଞ୍ଚକତା କରି ପରିଷଦ ବୈଠକରୁ ଦୂରରେ ରଖିଛନ୍ତି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ। କାଉନସିଲର ଵେଉରାଙ୍କୁ ପରିଷଦର ବୈଠକକୁ ଉଦ୍ଦେଶ୍ୟମୂଳକଭାଵେ ଡକାଯାଉ ନଥିବା ସେ ଅଭିଯୋଗ କରିଛନ୍ତି। କୋଣାର୍କ ଏନ୍ଏସି ମହାଘୋଟାଲାର ଭିଜିଲାନ୍ସ ତଦନ୍ତ କରାଯାଇ ଦୁର୍ନୀତିଗ୍ରସ୍ତ ନିର୍ବାହୀ ଅଧିକାରୀ ଓ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ନେବାପାଇଁ କୋଣାର୍କ ନଗର କଂଗ୍ରେସ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନସଚିବ, ବିଭାଗୀୟ ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗପତ୍ର ପ୍ରଦାନ କରାଯାଇଛି। ଖୁବଶୀଘ୍ର କଂଗ୍ରେସ ଦଳ ପକ୍ଷରୁ କୋଣାର୍କ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା ଦିଆଯିଵା ସହିତ ରାଜରାସ୍ତାକୁ ଅବରୋଧ କରାଯିବ ବୋଲି କୋଣାର୍କ ନଗର କଂଗ୍ରେସ ସଭାପତି ଉପେନ୍ଦ୍ର କୁମାର କାଣ୍ଡି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। Categories: ଓଡ଼ିଶା, ପୁରୀ, ହୋମ୍ Related Content A Rare Achievement by Ranpur’s Son Jagannath Mishra by Proprietor Abhimanyu Maharana August 12, 2026 ଭାପୁର ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଚାପ ଉତେଜନା by Proprietor Abhimanyu Maharana August 12, 2026 ବେଗୁନିଆରେ ଦେଶପ୍ରେମର ବାର୍ତ୍ତା ନେଇ ତ୍ରିରଙ୍ଗା ପଦଯାତ୍ରା by Proprietor Abhimanyu Maharana August 12, 2026 State Panchayati Raj Minister Meets Union Minister to Discuss Housing and Rural Development in Odisha by Proprietor Abhimanyu Maharana August 11, 2026 ଓଡ଼ିଶାର ଆବାସ ଓ ଗ୍ରାମୀଣ ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଆଲୋଚନା by Proprietor Abhimanyu Maharana August 11, 2026 Bajaj Finance Conducts Financial Literacy Programs in Rural Odisha by Proprietor Abhimanyu Maharana August 11, 2026