Home ଓଡ଼ିଶା ଉଡେନ୍ ପାଇବ ନୂଆ ଜୀବନ : ମରାମତି କାର୍ଯ୍ୟ ଖୁବଶୀଘ୍ର – ଉପ ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ରାମଚଣ୍ଡୀ, ଚନ୍ଦ୍ରଭାଗା ହେବ ଉନ୍ନତିମୂଳକ କାର୍ଯ୍ୟ। ୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ପର୍ଯ୍ୟଟନ ବିଭାଗର ଦ୍ଵାରା ପରିଚାଳିତ ଚନ୍ଦ୍ରଭାଗା ଉଡେନ୍ ରେଷ୍ଟୁରାଣ୍ଟର ମରାମତି କାର୍ଯ୍ୟ ଆରମ୍ଭ ହେବା ସହ ଖୁବଶୀଘ୍ର ପର୍ଯ୍ୟଟକ ମାନଙ୍କୁ ଆତିଥେୟ ଯୋଗାଇଦେବ ବୋଲି ଜଣାପଡିଛି। ଗତ ଫନି ବାତ୍ୟା ଠାରୁ ଭାଙ୍ଗି ହୋଇ ପଡିଥିବା ଏହି ରେଷ୍ଟୁରାଣ୍ଟର ନବେକଳବର ହେବ। ଏ ନେଇ ଖୁବ୍ ଜଲଦି ପକ୍ରୀୟ ଆରମ୍ଭ ହେବ ବୋଲି ପର୍ଯ୍ୟଟନ ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ପ୍ରକାଶ କରିଅଛନ୍ତି। ସୂଚନାରୁ ଜଣାପଡେକି ଗତ ଶୁକ୍ରବାର ଅପରାହ୍ନରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ମୋହଦୟା ଚନ୍ଦ୍ରଭାଗା, ରାମଚଣ୍ଡୀ ଗ୍ରସ୍ତ କରିଥିବା ବେଳେ କୋଣାର୍କ – ପୁରୀ ମେରେନ୍ ଡ୍ରାଇଭି ରାସ୍ତାରୁ ବେଲେଶ୍ୱର ମନ୍ଦିର ପର୍ଯ୍ୟନ୍ତ ନୂତନ ରାସ୍ତା ପାଇଁ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ବରାଦ କରାଯାଇଥିବା ଜଣାପଡ଼ିଛି। ପରେ ଶ୍ରୀମତି ପରିଡ଼ା ମା ‘ ରାମଚଣ୍ଡୀଙ୍କ ପୀଠସ୍ତଳି ଗ୍ରସ୍ତ କରିଥିବାବେଳେ ସୁତନ ପଞ୍ଚାୟତ ବିଜେପି ପକ୍ଷରୁ ନିରଞ୍ଜନ ବେହେରା, ପ୍ରଦୀପ କୁମାର ସାହୁ, ଦିଲୀପ ପ୍ରଧାନ ପ୍ରମୁଖ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ l ଉପ- ମୁଖ୍ୟମନ୍ତ୍ରୀ ଶ୍ରୀମତି ପରିଡ଼ା ମା ‘ ରାମଚଣ୍ଡୀଙ୍କ ମନ୍ଦିର ପରିଦର୍ଶନକରି ମା ‘ ରାମଚଣ୍ଡୀଙ୍କୁ ଦର୍ଶନ କରିବା ସହ ଏହୀ ପୀଠରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ପଚାରି ବୁଝିଥିଲେ।ପରେ ଚନ୍ଦ୍ରଭାଗା ଠାରେ ପହଁଚି ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ଉଡେନ୍ ରେଷ୍ଟୁରାଣ୍ଟ ର ପୁନଃଉଦ୍ଧାର ପାଇଁ ମତବ୍ୟକ୍ତ କରିଥିଲେ। ତାଙ୍କର ଏହି ଗ୍ରସ୍ତ ସମୟରେ କୋଣାର୍କଥାନା ଅଧିକରୀ ପୂର୍ଣ୍ଣଚନ୍ଦ୍ର ସେଠୀ,ରାମଚଣ୍ଡୀ ଅଧିକାରୀ ସୁରେଶ ଚନ୍ଦ୍ର ପୃଷ୍ଟି,ଚନ୍ଦ୍ରଭାଗା ସାମୁଦ୍ରିକ ଥାନ ଅଧିକାରୀ ପ୍ରତିମା ସାହୁ, ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀଙ୍କ ସମେତ ବିଭିନ୍ନ ବିଭାଗର ଉଚ୍ଚ ଅଧିକାରୀମାନେ ଉପସ୍ଥିତ ରହିଥିଲେ। Categories: ଓଡ଼ିଶା, ପୁରୀ, ହୋମ୍ Related Content A Rare Achievement by Ranpur’s Son Jagannath Mishra by Proprietor Abhimanyu Maharana August 12, 2026 ଭାପୁର ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଚାପ ଉତେଜନା by Proprietor Abhimanyu Maharana August 12, 2026 ବେଗୁନିଆରେ ଦେଶପ୍ରେମର ବାର୍ତ୍ତା ନେଇ ତ୍ରିରଙ୍ଗା ପଦଯାତ୍ରା by Proprietor Abhimanyu Maharana August 12, 2026 State Panchayati Raj Minister Meets Union Minister to Discuss Housing and Rural Development in Odisha by Proprietor Abhimanyu Maharana August 11, 2026 ଓଡ଼ିଶାର ଆବାସ ଓ ଗ୍ରାମୀଣ ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଆଲୋଚନା by Proprietor Abhimanyu Maharana August 11, 2026 Bajaj Finance Conducts Financial Literacy Programs in Rural Odisha by Proprietor Abhimanyu Maharana August 11, 2026