Home ଓଡ଼ିଶା ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ସମାରୋହ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> କୋଣାର୍କ ସ୍ଥିତ ଯାତ୍ରୀ ନିବାସ ସମ୍ମେଳନ କକ୍ଷ ଠାରେ କୋଣାର୍କ ଜ୍ଞାନ ମଂଚ ଓ ପଣ୍ଡିତ ନୀଳମଣି ସ୍ମୃତି କମିଟି, ଭୁବନେଶ୍ବର ମିଳିତ ଆନୁକୁଲ୍ୟରେ ପଂଚସଖା ଯୁଗର ଅଗ୍ରଦୂତ, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ଭାଷା ବିଜ୍ଞାନର ଜନକ, ଭାଷା ଆନ୍ଦୋଳନର ପୁରୋଧା ମହାପୁରୁଷ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ସମାରୋହ ମହାସମାରୋହରେ ପାଳିତ ହୋଇଯାଇଛି । କୋଣାର୍କ ଜ୍ଞାନ ମଂଚର ସଭାପତି ବରିଷ୍ଠ ସମାଜସେବୀ ତଥା ସୁ ସଂଗଠକ ହରିଶ୍ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜନ୍ମ ଜୟନ୍ତୀ ପାଳନ ସମାରୋହରେ ଅତିଥି ଭାବରେ ସ୍ବର୍ଗତ ପଣ୍ଡିତ ନୀଳକଣ୍ଠ ଦାସଙ୍କ ନାତି ଡକ୍ଟର ପୂର୍ଣ୍ଣେନ୍ଦୁ ଦାସ, ବରିଷ୍ଠ ଭାଷାବିତ ପ୍ରଫେସର ଡକ୍ଟର ହରମୋହନ ମିଶ୍ର, ପ୍ରାକ୍ତନ ପ୍ରଶାସକ ତଥା ବିଶିଷ୍ଟ ସାହିତ୍ୟିକ ସିଦ୍ଧାର୍ଥ କାନୁନଗୋ, କୋଣାର୍କ ଜ୍ଞାନ ମଂଚର ସଂପାଦକ ସଂଜୟ କୁମାର ବରାଳ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ସ୍ବର୍ଣ୍ଣ ଲତା ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ସମାଜ ପ୍ରତି ମହାପୁଋଷ ନୀଳକଣ୍ଠ ଦାସଙ୍କ ବହୁମୂଖୀ ଅବଦାନ, ଅମ୍ଲାନ କୀର୍ତର ସ୍ମୃତିଚାରଣ କରିଥିଲେ । ମହାପୁଋଷ ତଥା ସ୍ବାଧୀନତା ସଂଗ୍ରାମୀ ଓ ପଂଚସଖା ଯୁଗର ଅଗ୍ର ସାରଥି ନୀଳକଣ୍ଠ ଦାସଙ୍କ ସମାଜ ପ୍ରତି ଅବଦାନ ଅତୁଳନୀୟ ଓ ଚିରସ୍ମରଣୀୟ ହୋଇ ସର୍ବଦା ରହିବା ସହ ଆଗାମୀ ପିଢ଼ିମାନଙ୍କ ନିମନ୍ତେ ଏକ ଅଭୁଲା ସ୍ମୃତି ଓ ଇତିହାସ ହୋଇ ପଥ ପ୍ରଦର୍ଶକ ଭାବେ ଏକ ଉଲ୍ଲେଖନୀୟ ସ୍ମୃତି ହୋଇ ରହିବ ବୋଲି ବକ୍ତାମାନେ ମତ ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରୀ ତଥା ଆଖପାଖ ଅଞ୍ଚଳର ୧୦୦ରୁ ଊର୍ଦ୍ଧ୍ବ ଭାଷା, ସଂସ୍କୃତି, ଐତିହ୍ୟ ସଂପନ୍ନ ବ୍ୟକ୍ତି ବିଶେଷ ସମେତ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ କୋଣାର୍କ ଜ୍ଞାନ ମଂଚ ପକ୍ଷରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ସମ୍ପର୍କରେ ଆୟୋଜିତ ବକ୍ତୃତା ପ୍ରତିଯୋଗୀତା କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର, ଔପଢକନ ଓ ସିଲ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କୋଣାର୍କ ଜ୍ଞାନ ମଂଚର ନିରଞ୍ଜନ ତ୍ରିପାଠୀ, ରମେଶ ଚନ୍ଦ୍ର ନାୟକ, ଜ୍ଞାନ ବିଶ୍ବାଳ ସମେତ ଅନୁଷ୍ଠାନର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content A Rare Achievement by Ranpur’s Son Jagannath Mishra by Proprietor Abhimanyu Maharana August 12, 2026 ଭାପୁର ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଚାପ ଉତେଜନା by Proprietor Abhimanyu Maharana August 12, 2026 ବେଗୁନିଆରେ ଦେଶପ୍ରେମର ବାର୍ତ୍ତା ନେଇ ତ୍ରିରଙ୍ଗା ପଦଯାତ୍ରା by Proprietor Abhimanyu Maharana August 12, 2026 State Panchayati Raj Minister Meets Union Minister to Discuss Housing and Rural Development in Odisha by Proprietor Abhimanyu Maharana August 11, 2026 ଓଡ଼ିଶାର ଆବାସ ଓ ଗ୍ରାମୀଣ ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଆଲୋଚନା by Proprietor Abhimanyu Maharana August 11, 2026 Bajaj Finance Conducts Financial Literacy Programs in Rural Odisha by Proprietor Abhimanyu Maharana August 11, 2026