ୟୁଥ ହଷ୍ଟେଲରେ ଯୋଗ ଦେଲେ ନୂଆ ମ୍ଯାନେଜର

୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ  :-> ବାଙ୍କି ମୁହାଣ ଚକ୍ରତୀର୍ଥ ରୋଡ ସ୍ଥିତ ୟୁଥ ହଷ୍ଟେଲରେ ନୂଆ ମ୍ଯାନେଜର ଭାବେ ଭାସ୍କର ମହାରଣା ଦାୟୀତ୍ବ ଗ୍ରହଣ କରିଛନ୍ତି । ଦୀର୍ଘ ବର୍ଷ ଧରି ଜୟଶଙ୍କର ଯୋଶୀ ମ୍ଯାନେଜର ଭାବେ କାର୍ଯ୍ୟରତ ଥିଲେ । ସେ ଅବସର ଗ୍ରହଣ କରିବା ପରେ ବିଭାଗୀୟ ଆଦେଶ ମତେ ଶ୍ରୀଯୁକ୍ତ ମହାରଣା ଶ୍ରୀଯୋଶୀଙ୍କ ଠାରୁ ଦାୟୀତ୍ବ ଗ୍ରହଣ କରିଛନ୍ତି ।

ୟୁଥ ହଷ୍ଟେଲର ଉନ୍ନତିକରଣ , ଚତୁପାର୍ଶ୍ଵର ସୁରକ୍ଷା ଓ ଆଗନ୍ତୁକ ଅତିଥିମାନଙ୍କୁ ଭଲ ଆଚରଣ କରିବା ପାଇଁ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ତାଙ୍କର ଏହି ଯୋଗ ଦାନ ଫଳରେ କର୍ମଚାରୀ ମାନଙ୍କ ମଧ୍ଯରେ ଆନନ୍ଦର ଲହରୀ ଖେଳିଯାଇଛି ।

Exit mobile version