Home ଓଡ଼ିଶା କଳାହାଣ୍ଡି ଜିଲ୍ଲାସ୍ତରୀୟ ହେକାଥନ ୨୦୨୩-୨୪ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> ସଂଘର୍ଷ ହିଁ ଜୀବନର ମୂଳମନ୍ତ୍ର । ଯିଏ ନିଜକୁ ଯେତେ ପରିମାର୍ଜିତ କରିବ, ସିଏ ଜୀବନରେ ସେତେ ସଫଳତାର ଶୀର୍ଷକୁ ଛୁଇଁପାରିବ । ଏଥିପାଇଁ କଠିନ ପରିଶ୍ରମ ଓ ଡିଜିଟାଲି ଆମକୁ ଅଧିକ ସକ୍ଷମ ହେବାକୁ ପଡ଼ିବ ବୋଲି ଅତିଥିମାନେ ଜିଲ୍ଲାସ୍ତରୀୟ ହେକାଥନ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ମତବ୍ୟକ୍ତ କରିଛନ୍ତି । କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମୁଶିଗୁଡ଼ା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ, ଜିଲ୍ଲା ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପଢ଼ି, ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଇତିଶ୍ରୀ ସାହୁ, ଓ.ୟୁ.ଟି.ଆର. ଭୁବନେଶ୍ୱରର ରୁରୁରାଜ ପ୍ରଧାନ ଓ ବିଶାଳ ପରିଡ଼ା ପ୍ରମୁଖ ମଞ୍ଚାସିନ ଥିଲେ । ଶିକ୍ଷିକା ସୃତିଶିଲ୍ଭା ପଣ୍ଡା ସ୍ୱାଗତଭାଷଣ ଦେଇଥିବା ବେଳେ ବର୍ଷା ତ୍ରୀପାଠୀ ମଞ୍ଚ ପରିଚାଳନା କରିଥିଲେ । ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ବିଦ୍ୟାଳୟର ଛାତ୍ରୀମାନେ । ଧନ୍ୟବାଦ ଦେଇଥିଲେ ଶିକ୍ଷକ ସୋମନାଥ ସାହୁ। ଏହି ପ୍ରତିଯୋଗିତାରେ ଉଚ୍ଚ ମାଧ୍ୟମିକ ସ୍ତରରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ୨୪ ଟି ହେକାଥନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଚାରକ ଭାବେ ଓ.ୟୁ.ଟି.ଆର. ର ଡ.ରୁରୁରାଜ ପ୍ରଧାନ, ବିଶାଳ ପରିଡ଼ା, ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ କଳାହାଣ୍ଡିର ଡ.ସୁଶାନ୍ତ ମୋହନ୍ତ ଓ ଡ.ରାଜେନ୍ଦ୍ର ନାୟକ ଯୋଗ ଦେଇଥିଲେ। ଆୟୋଜିତ ଉଦଯାପନୀ ସମାରୋହରେ ଇତିଶ୍ରୀ ସାହୁଙ୍କ ସଭାପତିତ୍ବ ଓ ମୁଖ୍ୟ ଅତିଥି ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ପ୍ରତିଯୋଗୀତାରେ ଅଂଶଗ୍ରହଣକାରୀଙ୍କୁ ପ୍ରଶଂସା ପତ୍ର ଓ ବିଜେତାଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମୁଶିଗୁଡାର ଛାତ୍ରୀ ଅଦିତି ପଟ୍ଟନାୟକ ପ୍ରଥମ ସ୍ଥାନ ଅଧିକାର କରି ଟ.୧୫,୦୦୦/-, ପ୍ରିୟଦର୍ଶିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜୁନାଗଡ଼ର ଛାତ୍ରୀ କରିଶ୍ମା ଶବର ଦ୍ଵିତିୟ ସ୍ଥାନ ଅଧିକାର କରି ଟ. ୧୦,୦୦୦/- ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମ.ରାମପୁରର ଛାତ୍ରୀ ମନିଷା ବନସଲ୍ ତୃତୀୟ ଅଧିକାର କରି ଟ.୫୦୦୦/- ପୁରସ୍କାର ରାଶି ପାଇଥିଲେ । ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଏହି ଶିଶୁମାନେ ଅଂଶ ଗ୍ରହଣ କରିବାର କାର୍ଯକ୍ରମ ରହିଛି। ଉଚ୍ଚ ମାଧ୍ୟମିକ ବିଭାଗ ଦାୟିତ୍ଵରେ ଥିବା ବିରେନ୍ଦ୍ର କୁମାର ଆଚାର୍ଯ୍ୟ ଧନ୍ୟବାଦ୍ ଅର୍ପଣ କରିଥିଲେ । ପ୍ରଶାନ୍ତ ନନ୍ଦ, ଟଙ୍କଧର ସାହୁ, ଜିତେନ୍ଦ୍ର ମୁଣ୍ଡ, କୈଳାଶ ବିଶି, ତପନ ମୁଣ୍ଡ, ସ୍ବାଗତ ମହାରଣା, ବିରଞ୍ଚି ତାଣ୍ଡି, ଜସବୀର କୁମାର, ଅନୀତା ସୁନାନି, ଅଭିଷେକ ବେହେରା,ସୁନିଲ ବିଶ୍ଵାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ by Proprietor Abhimanyu Maharana September 18, 2026 London hosts”Yoga : An Appeal For Peace “Programme" by Proprietor Abhimanyu Maharana September 18, 2026 ଦିଲ୍ଲୀର ବିକାଶପୁରୀଠାରେ ଗଣେଶ ମହୋତ୍ସବ ଆୟୋଜନ by Proprietor Abhimanyu Maharana September 18, 2026 ଦିଲ୍ଲୀର ଲର୍ଡ଼ ଜଗନ୍ନାଥ ସୋସାଇଟି ପକ୍ଷରୁ ଗଣେଶ ପୂଜା ଆୟୋଜନ by Proprietor Abhimanyu Maharana September 18, 2026 ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ପାଳିତ by Proprietor Abhimanyu Maharana September 18, 2026 ଓଡ଼ିଶାରେ ଗାଣପତ୍ୟ ଉପାସନା ଶ୍ରୀଜଗନ୍ନାଥ ଚେତନାର ଏକ ପ୍ରମୁଖ ଅଙ୍ଗ by Proprietor Abhimanyu Maharana September 18, 2026