Home ଓଡ଼ିଶା ମାନବ ସେବା ହିଁ ମାଧବ ସେବା : ତ୍ୟାଗପୁତ ସେବା ମାନବ ଜୀବନର ଲକ୍ଷ୍ଯ ହେଉ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ମନୁଷ୍ଯ ଜଗତର ସର୍ବ ଶ୍ରେଷ୍ଠ ପ୍ରାଣୀ। ସକଳ ଘଟେ ନାରାୟଣ ଥିବାରୁ ମଣିଷକୁ ଘୃଣା କରନାହିଁ ବୋଲି ସମାଜସେବୀ ତଥା ଶିକ୍ଷାବିତ୍ ଡଃ କୃଷ୍ଣଚନ୍ଦ୍ର ପଟ୍ଟନାୟକ ସମସ୍ତ ଙ୍କୁ ପରାମର୍ଶ ଦେଇଅଛନ୍ତି। ବୋଲଗଡ଼ ବ୍ଲକ ଅନ୍ତର୍ଗତ ହାଟବସ୍ତ ଓ ସାଗରଗାଁ ସ୍ଥିତ ଜରାନିବାସର ଏକ ଧାର୍ମିକ ସଚେତନତା କର୍ମଶାଳାରେ ମୁଖ୍ଯ ଅତିଥି ଭାବେ ଶିକ୍ଷାବିତ୍ ଡଃ କୃଷ୍ଣଚନ୍ଦ୍ର ପଟ୍ଟନାୟକ ଯୋଗ ଦେଇଥିଲେ । ଏହି ଧର୍ମ ସଭାରେ ସମାଜସେବୀ ବ୍ରହ୍ମଚାରୀ ପଟ୍ଟନାୟକ ସଭାପତିତ୍ୱ କରି ସ୍ବାଗତ ଭାଷଣ ଦେଇଥିଲେ। ଅନୁଷ୍ଠାନର ସହକାରୀ ସମ୍ପାଦକ ରାଜକିଶୋର ପଟ୍ଟନାୟକ ଜରାନିବାସର ଲକ୍ଷ୍ଯ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଧର୍ମ ସଭାରେ ବହୁ ଗରିବ ଅବହେଳିତ ବାସହୀନ ବ୍ରୁଦ୍ଧ ଓ ବ୍ରୁଦ୍ଧା ମାନେ ଯୋଗଦେଇଥିଲେ। ପ୍ରତ୍ୟେକ ମନୁଷ୍ଯ ଇଶ୍ବର କାମୀ ହୋଇ ଧର୍ମ ପରାୟଣ ହେବା ସଙ୍ଗେ ସଙ୍ଗେ ଦୀନଦରିଦ୍ର ପ୍ରତି ଦୟା ପ୍ରଦର୍ଶନ କରିବାକୁ ମୁଖ୍ଯ ଅତିଥି ଶିକ୍ଷାବିତ୍ ଡଃ କୃଷ୍ଣଚନ୍ଦ୍ର ପଟ୍ଟନାୟକ ସମସ୍ତଙ୍କୁ ଅନୁରୋଧ କରିଥିଲେ। ପରିଶେଷରେ ଶ୍ରୀପଟ୍ଟନାୟକ ଜରାନିବାସର ଅନ୍ତେବାସୀ ମାନଙ୍କର ସେବା କରି ସେମାନଙ୍କୁ ବିସ୍କୁଟ ଓ ମିଷ୍ଟାନ୍ନ ବଣ୍ଟନ କରି ସେମାନଙ୍କର ନୀରୋଗ କାମନା କରିଥିଲେ। ପରିଶେଷରେ ବ୍ରହ୍ମଚାରୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026 ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026