ମତ୍ସ୍ୟକର୍ମୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

୦୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ  :->  ପୁରୀ ଜିଲ୍ଲା ପାରମ୍ପାରିକ ମତ୍ସ୍ଯକର୍ମୀ ୟୁନିୟନ ପକ୍ଷରୁ ଆଜି ଏକ ବିରାଟ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ୧୩ ଦଫା ସମ୍ବଳିତ ଏହି ଦାବିପତ୍ରରେ ସେମାନଙ୍କ ସମସ୍ୟା ଜଣାଇଛନ୍ତି ।

ଦାବିପତ୍ର ମାନଙ୍କ ମଧ୍ଯରେ ପୁରୀ ପେଣ୍ଠକଟାରେ ଫିସିଂ ହର୍ବାଲ ଖୋଲିବା, ମତ୍ସ୍ୟଜୀବୀ ଗ୍ରାମରେ ଫିସ ଲାଣ୍ଡିଂ ସେଣ୍ଟର ଖୋଲିବା ଦାବି ରହିଛି । ସେହିପରି ତାଳବଣିଆ ହାଇଜନିକ ଫିସ ମାର୍କେଟ କାର୍ଯ୍ୟକ୍ରମ କରିବା, ଫନିରେ କ୍ଷତିଗ୍ରସ୍ତ ମତ୍ସ୍ଯଜୀବୀଙ୍କୁ ସାହାଯ୍ଯ କରିବା,

ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ତାଲିମ ଓ ଋଣ ପ୍ରଦାନ କରିବା, ମତ୍ସ୍ୟଜୀବୀ ମାନଙ୍କୁ ଡଙ୍ଗା ଜାଲ ଓ ଅନ୍ଯାନ୍ଯ ସାମଗ୍ରୀ ଯୋଗଇ ଦେବା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ମତ୍ସ୍ୟଜୀବୀ ନେତା ବାବୁଲା ପ୍ରସାଦଙ୍କ ନେତୃରେ ଶହ ଶହ ମତ୍ସ୍ୟଜୀବୀ ମାନେ ଯୋଗ ଦେଇଥିଲେ ।

Exit mobile version