Home ଓଡ଼ିଶା ଦ୍ଵିତୀୟ ଜିଲ୍ଲା ସ୍ତରୀୟ ଅକାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହୀପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୨ୟ ଜିଲ୍ଲା ସ୍ତରୀୟ ହାକାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ଅଧ୍ୟକ୍ଷ ନିରଞ୍ଜନ ଦାସଙ୍କ ତତ୍ୱାବଧାନରେ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।।ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବରେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ଡି.ଏସ.ଏସ ନୟାଗଡ଼ ଶରତ କୁମାର ସାହୁ ପ୍ରମୁଖ ଅତିଥିମାନେ ଉପସ୍ଥିତ ରହିଥିଲେ।ନାୟାଗଡ଼ ଜିଲ୍ଲା ରୁ ବିଭିନ୍ନ ବିଦ୍ୟାଳୟରୁ ଛାତ୍ର ଛାତ୍ରୀମାନେ ସ୍ଟଲ ନେଇ ଉପସ୍ଥିତ ହୋଇଥିଲେ। ସମୁଦାୟ ୨୯ ପ୍ରତିଯୋଗୀ ମଧ୍ୟରୁ ୨୨ଗୋଟି ସ୍ଟଲ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିଥିଲେ। ଛାତ୍ର ମାନଙ୍କର ଦକ୍ଷତା ବୃଦ୍ଧି ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଓୟୁଟିରୁ ୩ଜଣ ବିଚାରରକ ଭାବେ ଜଗନ୍ନାଥ ସାହୁ, ସୌମ୍ୟରଞ୍ଜନ ତ୍ରିପାଠୀ, ସତ୍ୟବ୍ରତ ସ୍ୱାଇଁ ଉପସ୍ଥିତ ଥିଲେ। ଉଦଯାପନୀ ସଭାକୁ ପରିଚାଳନା କରିଥିଲେ ଦିଲୀପ କୁମାର ଦାସ। ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ, ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷା ମଧୁଲିତା ପଟନାୟକ, ରାଜିନୀତି ବିଜ୍ଞାନ ଅଧ୍ୟାପକ ଭିକାରୀ ଚରଣ ସ୍ୱାଇଁ ଉପସ୍ଥିତ ରହିଥିଲେ। ସଭାର ଆରମ୍ଭରେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା । ନିମନ୍ତ୍ରିତ ଅତିଥି ମାନେ ନିଜ ଅଭିଭାଷଣ ମାଧ୍ୟମରେ ଅକାଥନର ମୂଲ୍ୟବୋଧ କୁ ଉପସ୍ଥାପନ କରି ଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ ନିଜ ଅଭିଭାଷଣ ମାଧ୍ୟମରେ ନିଜର ନିଜସ୍ବ ଅନୁଭୂତିକୁ ଉପସ୍ଥାପନ କରିଥିଲେ। । ଅକାଥନ କାର୍ଯ୍ୟକ୍ରମର ଆବଶ୍ୟକତା କଣ ସେ ବିଷୟରେ ଛାତ୍ର ଛାତ୍ରୀ ବର୍ଣ୍ଣନା କରିଥିଲେ। ଏହା ସହିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ର ଛାତ୍ରୀ ମାନେ ଅକାଥନରେ ଯୋଗ ଦେଇ ନିଜସ୍ୱ ଅନୁଭୂତିକୁ ପ୍ରକାଶ କରିଥିଲେ। ଆଜିର ୨ୟ ଜିଲ୍ଲା ସ୍ତରୀୟ ଅକlଥନ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ପଠାଣି ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସୌ୍ୟମଶ୍ରୀ ନନ୍ଦ, ଦ୍ୱିତୀୟ ସ୍ଥାନ ବୃନ୍ଦାବନ ସୁବୁଦ୍ଧି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଦଶପଲ୍ଲାର ଛାତ୍ର ଦିତାସ ନାୟକ, ଇଟାମାଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ରୁଦ୍ର ନାରାୟଣ ବାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content Chandi Bhandar Unveils the “Aaranya” Edit for Durga Puja by Proprietor Abhimanyu Maharana October 5, 2026 ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 4, 2026 ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ by Proprietor Abhimanyu Maharana October 4, 2026 ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 5, 2026