ଦେବାତ୍ମା ପ୍ୟାରୀମୋହନ ଙ୍କ ଜନ୍ମ ଜୟନ୍ତୀ ଅବସରରେ 

୦୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )ମାହାଙ୍ଗା :-> ପ୍ରତିଭା ଭବନ ଠାରେ ବର ପୂତ୍ର ମାନଙ୍କ ପ୍ରତିମୂର୍ତ୍ତି ଙ୍କ ଉପରେ ପୁଷ୍ପ ମାଲ୍ୟ ଅର୍ପଣ ଦିଆଯାଇଥିଲା। ଆଜି ଅଗଷ୍ଟ -୦୫ ମାହାଙ୍ଗା ମାଟିର ସ୍ଵାଧୀନତା ସଂଗ୍ରାମୀ, କବି , ବରପୁତ୍ର , ଦେଶପ୍ରେମୀ ଓ ଦେବାତ୍ମା ଆଚାର୍ଯ୍ୟ ପ୍ୟାରୀମୋହନ ଙ୍କର ଜନ୍ମ ଜୟନ୍ତୀ ଅବସରରେ ମାହାଙ୍ଗା ବ୍ଲକ୍ ର ଅଧକ୍ଷା ଶ୍ରୀମତୀ ଦୀପା ମଲ୍ଲିକ , ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ମହାନ୍ତି , ଜୋନ ନମ୍ବର -୩୯ ର ଜିଲ୍ଲାପରିଷଦ ରିଆଯୁଲ ହୋତା , ଜୋନ ନମ୍ବର -୪୦ ର ଜିଲ୍ଲାପରିଷଦ ଶ୍ରୀମତୀ ସୁସ୍ମିତା ଦାସ ,

ଜୋନ ନମ୍ବର -୪୧ ର ଜିଲ୍ଲାପରିଷଦ ଶ୍ରୀଯୁକ୍ତ ଜଗଵନ୍ଧୁ ସେଠୀ ଓ ବିଜୁ ଜନତା ଦଳର ସମସ୍ତ ନେତ୍ରୁ ମଣ୍ଡଳୀ ମାନେ ଓ ମହିଳା ମାନେ ପ୍ରତିଭା ଭବନ ରେ ଯୋଗ ଦେଇ ଦେବତ୍ମା ପ୍ୟାରିମୋହନ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ମାହାଙ୍ଗା ମାଟିର ଦେବାତ୍ମା ପ୍ୟାରିମୋହନ ଙ୍କ ଜନ୍ମ ସ୍ଥାନ ପଶୁଲୁଣ୍ଡା ଗ୍ରାମ ର ଆଚାର୍ଯ୍ୟ ପ୍ୟାରୀମୋହନ ବିଦ୍ୟା ନିକେତନ ପସୁଲୁଣ୍ଡା ଉଚ୍ଚ ବିଦ୍ୟାଳୟ ପରିସର ଭିତରେ ଥିବା ଏକ ପ୍ରତିମୂର୍ତ୍ତି ରେ ମଧ୍ଯ ପୁଷ୍ପ ମାଲ୍ୟ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଥିଲେ ।

Exit mobile version