Home ଓଡ଼ିଶା ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ 23ରେ ବାଙ୍ଗିରିପୋଷି ବନ୍ଦ ଲାଗି ଆହ୍ବାନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ପ୍ରଶାସନ କରିଛି ସେଙ୍ଗେଲ ଅଭିଯାନକୁ ନିରାଶ 23ରେ ବାଙ୍ଗ୍ରିପୋଷି ବନ୍ଦ ଲାଗି ଆହ୍ବାନ ୦୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ସାମାଜିକ ବହିଷ୍କାର (ବାସନ୍ଦ) କରାଯାଇ ପିଡିତ ପରିବାରର ଜନ ସେବା କେନ୍ଦ୍ର ଦୋକାନକୁ ବାଡ ଘେରି ବନ୍ଦ କରାଯାଇଥିବା ମାମଲାରେ ପ୍ରଶାସନ ଦ୍ଵାରା ପକ୍ଷପାତ, ମିଥ୍ୟା ପ୍ରମାଣ ପାଇଁ ଚେଷ୍ଟା ସହ ହଇରାଣ କରାଯାଉଥିବା ବିରୋଧରେ ଏବଂ ପ୍ରଶାସନ ଦ୍ଵାରା ନିରୀହ ଗରିବ ପରିବାରକୁ ଟ.17000/- (ସତର ହଜାର) ଜରିମାନା କରି ଶୋଷଣ କରାଯାଇଥିବା ବିରୋଧରେ ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ କମିଟି ଏବଂ ଅଲ୍ ଇଣ୍ଡିଆ ମାଝୀ ପାର୍ଗାନା ମାଡୱା ଓଡିଶା ପ୍ରଦେଶ କମିଟି ପକ୍ଷରୁ ତିନି ଦଫା ଦାବି ପୂରଣ କରାଯିବା ଦାବିରେ ବାଙ୍ଗ୍ରିପୋଷି ବନ୍ଦ ଲାଗି ଆହ୍ବାନ କରାଯାଇଛି ଏବଂ ଏହାକୁ ନେଇ ଆଜି ଓଡିଶା ପ୍ରଦେଶ ସେଙ୍ଗେଲ ପାର୍ଗାନା ଶ୍ରୀ ନାରାନ ମୁର୍ମୁଙ୍କ ନେତୃତ୍ବରେ ମୟୂରଭଞ୍ଜ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ବାରିପଦା ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇ କହିଛନ୍ତି ଯେ, ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ ଦେବା ସତ୍ତ୍ବେ ଆମ୍ଭ ସଂଗଠନ ଏବଂ ପୀଡିତ ପରିବାରମାନଙ୍କୁ ନିରାଶ କରିଛନ୍ତି, ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ସମେତ ନ୍ଯାୟ ଏବଂ ସୁରକ୍ଷା ପ୍ରଦାନ କରାଯାଇ ପାରିଲା ନାହିଁ । ତେଣୁ ତା.23.08.2024 ରିଖ ଦିନ ବାଙ୍ଗ୍ରିପୋଷି ବ୍ଲକର ଦୋକାନ-ବଜାର, ସ୍କୁଲ-କଲେଜ, ସହିତ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଅଚଳ କରାଯିବ ଏବଂ ସକାଳ ୬ ଘଟିକାରୁ ସମାଧାନ ନହେବା ପର୍ଯ୍ୟନ୍ତ ଜାତୀୟ ରାଜପଥକୁ ଅବରୋଧ କରାଯିବ । ତତସହିତ ଯଦି ତା.17.08.2024 ରିଖ ସୁଦ୍ଧା ଉକ୍ତ ଦୁଇଗୋଟି ମାମଲାକୁ କ୍ଷତିପୂରଣ ସହ ନ୍ଯାୟ ଏବଂ ସୁରକ୍ଷା ପ୍ରଦାନ କରାଯାଏ, ତେବେ ବନ୍ଦ ଡାକରାକୁ ସ୍ଥଗିତ ରଖାଯିବ । ଦାବି ଗୁଡିକ ମଧ୍ୟରୁ ସାମାଜିକ ବାସନ୍ଦ କରିଥିବା ଅପରାଧୀ ଏବଂ ଦୋକାନ ବନ୍ଦ କରିଥିବା ଗୁଣ୍ଡାଗିରି ମାନଙ୍କୁ ଗିରଫ କରାଯାଇ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ଏକ ମାସରୁ ଉର୍ଦ୍ଧ ବନ୍ଦ କରାଯାଇଥିବା ଦୋକାନର କ୍ଷତିପୂରଣ ବାବଦକୁ ଟ.20000/- (କୋଡିଏ ହଜାର) ଟଙ୍କା ପ୍ରଦାନ କରାଯାଉ । ସେହିପରି ପୋଲିସ ପ୍ରଶାସନ ଦ୍ଵାରା ଜରିମାନା କରାଯାଇଥିବା ଟ.17000/- ଟଙ୍କାକୁ ଫେରାଇ ଦିଆଯାଉ । ଦାବିପତ୍ର ପ୍ରଦାନ ସମୟରେ ବାରିପଦା ଜୋନାଲ ଉପସଭାପତି ବାହାଦୁର ମୁର୍ମୁ, ଭାଇର ମାର୍ଣ୍ଡି, ମେଘ୍ରାୟ ଟୁଡୁ, କାହ୍ନୁ ଚରଣ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026