ବଡଖେମୁଣ୍ଡି ବାଉରୀ ସମାଜର ନୂତନ କର୍ମକର୍ତ୍ତା ଚୟନ

୦୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :->  ହିଞ୍ଜିଳି ଥାନା ଅଧୀନ ବଳରାମପୁର ବାତ୍ୟା ଆଶ୍ରୟସ୍ଥଳୀ ଠାରେ ରବିବାର ଏକ ବୈଠକ ଅନୁଷ୍ଠିତ ହୋଇ ବଡ଼ ଖେମୁଣ୍ଡି ବାଉରୀ ସମାଜର ନୂତନ କର୍ମକର୍ତ୍ତା ଚୟନ କରଯାଇଛି । ବଡ଼ ବଡ଼ଖେମୁଣ୍ଡି ବାଉରୀ ସମାଜ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଖାଲି ପଡ଼ିଥିବା ସଭାପତି ଓ ସମ୍ପାଦକ ପଦବୀ ପୂରଣ ସକାଶେ ତେର ତାଳୁକା ସଭାପତିଙ୍କ ସମ୍ମତି କ୍ରମେ ଚୟନ ହୋଇଥିଲା । ସଭାପତି ରୂପେ କାଳୁ ଚରଣ ଦାସ ଓ ସମ୍ପାଦକ ଭାବେ ଶିବରାମ ଦାସଙ୍କୁ ଚୟନ କରା ଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବାଉରୀ ଖଦାଳ ସମାଜ ବିକାଶ ମଞ୍ଚର ସହ ସମ୍ପାଦକ ପ୍ରଫୁଲ୍ଲ କୁମାର ଦାସ, ଆଠଗଡ଼ ତାଲୁକା ସଭାପତି କୁମର ଦାସ, ବଡଗଡ ତାଲୁକା ସଭାପତି ଯୋଗିନ୍ଦ୍ର ଦାସ, ସାନ ଖେମୁଣ୍ଡି ସଭାପତି କବିରାଜ ଦାସ, ବିଦେଶୀ ଦାସ, ପୂର୍ବଖଣ୍ଡ ତାଲୁକା ସଭାପତି ସୁଶାନ୍ତ ଦାସ, ଅକ୍ଷୟ କୁମାର ଦାସଙ୍କ ସମେତ ମହୁରୀ, ଖଲ୍ଲିକୋଟ, ବିରୁଳି ଆଦି ୧୩ଖଣ୍ଡ ତାଲୁକା ସଭାପତି ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version