Home ଅପରାଧ ଛତିଆ ଗୋପପୁର ସ୍ଥିତ ପିପି ମଣ୍ଡପ ପାଲଟିଛି : ଅପରାଧ ତଥା ଅପରାଧିଙ୍କ ଆଡ୍ଡାସ୍ଥଳୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଛତିଆ :-> ରବିବାର ବିଳମ୍ବିତ ରାତିରେ ପିପି ମଣ୍ଡପରେ ଥିବା ଲଜରୁ ଜଣେ କୁଖ୍ୟାତ ଅପରାଧିକୁ ଗିରଫ କରିଛି କମିଶନରେଟ ପୋଲିସ. ଏହି ଲଜରେ ଦୀର୍ଘ ଦିନ ହେଲା ଲୁଚି ରହିଥିବା ନିତେଶ ଚୌଧୁରୀ ନାମକ ଜଣେ ଅପରାଧିକୁ ରାତି ଅଧରେ ଉଠେଇ ନେଇଛି ରାଜଧାନୀ ଭୁବନେଶ୍ଵରର ଭରତପୁର ଥାନା ପୋଲିସ. ତେବେ ନିତେଶର ଗିରଫ ପରେ ଲଜରେ ଜଣେ ଅପରାଧୀ କେମିତି କେଉଁଭଳି ପରିସ୍ଥିତିରେ ରହି ଆସୁଥିଲା, ସେନେଇ କୌଣସି ସୂଚନା ଦେବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲଜ କର୍ମଚାରୀ ମନା କରିବା ପରେ ପଦାକୁ ଆସିଛି ପିପି ମଣ୍ଡପର କଳା କାରନାମା. ଏହି ମଣ୍ଡପରେ ଅନେକ ସମୟରେ ବିବାହ ଆଦି ବିଭିନ୍ନ କାର୍ଯ୍ୟ ହେଉଥିବା ବେଳେ ରହିଛି ଏକାଧିକ କୋଠରୀ. ଯାହାର ନାମ ରହିଛି ପିପି ଲଜ୍. ଏଠାରେ ପ୍ରାୟ ବର୍ଷ ସାରା ରହି ଆସୁଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର ବ୍ୟକ୍ତି. ବିଶେଷକରି ଲଜରେ ରହୁଥିବା ବ୍ଯକ୍ତିର ସଂପୂର୍ଣ୍ଣ ଠିକଣା ସ୍ଥାନୀୟ ପୋଲିସ ନିକଟରେ ରହିବାର ସରକାରୀ ନିୟମ ଥିଲେ ବି ତାହାକୁ ଉଲଂଘନ କରି ଆସୁଛନ୍ତି ପିପି ଲଜର ମାଲିକ. କାରଣ ବେଆଇନ ଭାବେ ଲୋକଙ୍କୁ ରଖି ବିପୁଳ ଅର୍ଥ ରୋଜଗାର କରି ଆସୁଛି ପିପି ଲଜ୍. ଏଠାରେ କିଏ କେତେ ବେଳେ କେତେ ଦିନ ରହୁଛି ତାର କୌଣସି ସୁରାକ ବି ପୋଲିସ ପାଖରେ ରହୁନି. ତେଣୁ ଅଧିକ ଅର୍ଥ ଉପାର୍ଜନ ପାଇଁ ପୋଲିସକୁ ଅନ୍ଧାରରେ ରଖି ଅନେକ ବେଆଇନ କାର୍ଯ୍ୟ କଳାପରେ ଲିପ୍ତ ରହୁଛନ୍ତି ପିପି ଲଜର ମାଲିକ. ସମସ୍ତ ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର କରି ପିପି ମଣ୍ଡପରେ ଗଢି ଉଠିଛି ପିପି ଲଜ୍, ହଷ୍ଟେଲ, ବିୟୁଟି ପାର୍ଲର୍, ଶିକ୍ଷାନୁଷ୍ଠାନ ଭଳି ଏକାଧିକ ଅନୁଷ୍ଠାନ. ସ୍ଥାନୀୟ ଲୋକଙ୍କ ମତରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପର ସମାହାର ହେଉଛି ପିପି ମଣ୍ଡପ. ତେଣୁ ପିପି ମଣ୍ଡପକୁ ତୁରନ୍ତ ବନ୍ଦ କରାଯିବା ସହ ମାଲିକ ଓ ସଂପୃକ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି. Categories: ଅପରାଧ, ଓଡ଼ିଶା, ଯାଜପୁର, ହୋମ୍ Related Content ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026 ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana September 7, 2026 ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana September 7, 2026