୦୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ରୋଟାରୀ କ୍ଲବ ଭୁବନେଶ୍ବର ହେରିଟେଜ ଦ୍ବାରା ବିଣାପାଣୀ ଶିଶୁ ବିଦ୍ୟାମନ୍ଦିର, କୋଳଥିଆ ଠାରେ ଏକକାଳୀନ ଚାରି ପ୍ରକାର ପ୍ରକଳ୍ପର ଶୁଭାରମ୍ଭ ପ୍ରାନ୍ତପାଳ ରୋଟାରିଆନ ଯଜ୍ଞାଷିଶ ମହାପାତ୍ରଙ୍କ ଦ୍ବାରା ସମ୍ପାଦିତ ହୋଇଅଛି । ଏହି ସ୍କୁଲରେ ପ୍ରାନ୍ତପାଳ ରୋଟାରିଆନ ଯଜ୍ଞାଷିଶ ମହାପାତ୍ରଙ୍କ ଦ୍ବାରା ପ୍ରଦତ୍ତ ଓ୍ବାଟର ଫିଲ୍ମଟର ସଂସ୍ଥାପିତ ହୋଇଥିଲା । କନ୍ଯା ଅନମୋଲ ପ୍ରକଳ୍ପରେ ସ୍କୁଲର 36 ଜଣ ଛାତ୍ରୀଙ୍କୂ ନୂଆ ପୋଷା କ ଓ ଜୋତା ପ୍ରଦାନ କରାଯାଇଥିଲା । ଅନ୍ୟ ଛାତ୍ର ମାନଙ୍କୁ ମଧ୍ଯ ନୂତନ ପୋଷାକ ଓ ଜୋତା ବଣ୍ଟନ କରାଯାଇଥିଲା ।ସ୍କୁଲ ପରିସରେ 31ଟି ନଡ଼ିଆ ଗଛ ରୋପଣ କରାଗଲା ।
