Home ଅପରାଧ ରାତାରାତି ଲକ୍ଷପତି ହେବା ନିଶା ହେଲା କାଳ : ବ୍ୟବସାୟୀ ଠାରୁ ଗଂଜାଇ ଛଡାଇ ହରଡ ଘଣାରେ ଯୁବକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦିନକୁ ଦିନ ଦିଗଭ୍ରଷ୍ଟ ହେବାରେ ଲାଗି ଛି ସମାଜ । ବେ – ରୋଜଗାରୀ ଓ ନିଶା କବଳରେ ବି – ପଥଗାମୀ ଯୁବ ସମାଜ ଏବେ ବିନା ଟଙ୍କା ବିନିଯୋଗରେ ରାତାରାତି ବଡ଼ଲୋକ ହେବା ନିଶାରେ ଏବେ , ଅନେକ ଯୁବପିଢ଼ି। ନିର୍ଦ୍ଦିଷ୍ଟ କିଛି ଯୁବକ ଦୈନିକ ଗଞ୍ଜେଇ ବ୍ୟବସାୟୀଙ୍କୁ ଟାର୍ଗେଟ କରି ଫୁଲବାଣୀ ଠାରୁ ନୟାଗଡ଼, ଭାୟା ବାଣୀଗୋଛା ଦଶପଲ୍ଲା ରାସ୍ତାର ବିଭିନ୍ନ ଜଂଗଲିଆ ସ୍ଥାନରେ ଛକି ରହୁଛନ୍ତି । ସୁରାକ୍ ପାଇବା ମାତ୍ରେ ପିଛା କରି ଗଂଜେଇ ଚୋରା ଗଂଜେଇ ବ୍ୟବସାୟୀ କୁଂ ମାଡ଼ି ବସୁଛନ୍ତି। କେତେବେଳେ ପୁଲିସ ଜାଣିବା ପୂର୍ବରୁ ଖସି ଯାଉଛନ୍ତି ତ ପୁଣି କେତେବେଳେ ବ୍ୟବସାୟୀଙ୍କୁ ଭୟ ଦେଖାଇ ଗଂଜାଇ ଛଡ଼ାଇ ନେବାରେ ସକ୍ଷମ ହେଉଛନ୍ତି । ଯାହାକି ୧ ତାରିଖ ଦିନ ଦଶପଲ୍ଲା ପୁଲିସ ଗିରଫ କରିଥିବା ୪ ଅଭିଯୁକ୍ତଙ୍କ ଗୁମର ଏବେ ଖୋଲିବାରେ ଲାଗିଛି । ଗିରଫ ଯୁବକମାନେ ଡିହଗାଁ ଗ୍ରାମର ମୁକେଶ କୁମାର ନନ୍ଦ (୨୮), ମଧ୍ୟଖଣ୍ଡ ଗଡ଼ଭିତର ସାହି ଗ୍ରାମର ଅରୁଣ କୁମାର ପ୍ରଧାନ (୩୦), ମଧୁପୁର ଗ୍ରାମର ରାକେଶ କୁମାର ପ୍ରଧାନ (୨୩) ଏବଂ ନେଳିଗୁଡ଼ା ଗ୍ରାମର ପ୍ରକାଶ ଚନ୍ଦ୍ର ପ୍ରଧାନ(୩୯)। ଏମାନେ ବିଭିନ୍ନ ସମୟରେ ଗଞ୍ଜେଇ ବ୍ୟବସାୟୀଙ୍କୁ ପିଛାକରି ଆସୁଥିବା ଶୁଣିବାକୁ ମିଳୁଛି । ଯାହାକି ଗତ ୧ ତାରିଖ ଦିନ ସାଙ୍ଗହୋଇ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିକୁ ଚାଲି ଯାଇଥିଲେ | ଘାଟିରେ କିଛି ବ୍ୟବସାୟୀକୁ ପିଛାକରି ଜବତ ୬୦ କିଲୋ ଗଞ୍ଜେଇକୁ ଛଡ଼ାଇ ଆଣିଥିଲେ। ବିନା ଟଙ୍କାରେ ରାତାରାତି ଲକ୍ଷପତି ହେବା ନିଶାରେ ଯୁବକମାନେ ମଜି ଯାଇଥିବା ବେଳେ ଗଞ୍ଜେଇ ଛଡ଼ାଇ ଆଣିବା ସମ୍ପର୍କରେ ପୁଲିସକୁ ସୂଚନା ମିଳିଥିଲା । ଯାହାକି ପୁଲିସ ଏସବୁ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା । ସେହିଭଳି ଗତ ଜୁଲାଇ ୨୧ତାରିଖ ଦିନ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଖମାରସାହି ନିକଟସ୍ଥ ପଦ୍ମପୁର ନିକଟରେ ଏକ ଗଞ୍ଜେଇ ଭତ୍ତା ପିକଅପ୍ ଗାଡ଼ିକୁ କିଛି ଯୁବକ ପିଛାକରି ଛଡ଼ାଇଥିଲେ । ମାତ୍ର ପୁଲିସ ଖବର ପାଇ ପହଞ୍ଚିବା ବେଳକୁ ମାଫିଆମାନେ ଖସି ଯାଇଥିବା ବେଳେ ପୁଲିସ ୧୫ କିଲୋ ଗଞ୍ଜେଇ ସହ ପିକ୍ଅପ୍କୁ ଜବତ କରିବାରେ ସକ୍ଷମ ହୋଇଥିଲା । Categories: ଅପରାଧ, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026