Home ଓଡ଼ିଶା କପିଳେଶ୍ୱର ଉଚ୍ଚ ବିଦ୍ୟାଳୟରେ ବନ୍ଧୁତା ଦିବସ ୧୯୮୬ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଯୋଗ ଦେଲେ ଏହି ବ୍ୟାଚର ଛାତ୍ର ଏକାମ୍ର ବିଧାୟକ ବାବୁ ସିଂ ବନ୍ଧୁତା ଦିବସରେ ଜଣାଇଲେ ପରସ୍ପରକୁ ଶୁଭେଚ୍ଛା l ଭୁବନେଶ୍ୱର :-> ପ୍ରଥମ ରବିବାର ବନ୍ଧୁତା ଦିବସ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରସ୍ଥିତ କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ ୧୯୮୬ ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ଏହି ବ୍ୟାଚର ବିଦ୍ୟାଳୟର ଛାତ୍ର ରହିଥିବା ତଥା ଅଧୁନା ବିଧାୟକ ଥିବା ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂଙ୍କ ସମେତ ଅନ୍ୟ ବନ୍ଧୁମାନେ ଏକତ୍ରିତ ହୋଇ ପରସ୍ପରକୁ ବନ୍ଧୁତା ଦିବସରେ ଶୁଭେଚ୍ଛା ଜଣାଇଥିଲେ l ନବ ନିର୍ବାଚିତ ବିଧାୟକ ଶ୍ରୀ ସିଂଙ୍କୁ ନିଜ ବ୍ୟାଚର ଛାତ୍ରଛାତ୍ରୀମାନେ ସମ୍ବର୍ଦ୍ଧିତ କରିବା ସହ ଛାତ୍ରଛାତ୍ରୀମାନେ ସେମାନଙ୍କର ବିଗତ ଦିନର ସ୍ମୃତିକୁ ଉଜ୍ଜୀବିତ କରିଥିଲେ । ଏହି ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ କରିଥିବା ତତ୍କାଳୀନ ଶିକ୍ଷକ ଶିକ୍ଷୟିତ୍ରୀ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସେମାନଙ୍କର ଛାତ୍ର ତଥା ବର୍ତ୍ତମାନର ବିଧାୟକ ଶ୍ରୀ ସିଂ ଏବଂ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ଭଲ କାମ କରି ସୁନାମ ଅର୍ଜନ କରିବାକୁ ଆଶୀର୍ବାଦ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ l କାର୍ଯ୍ୟକ୍ରମକୁ ଏହି ବ୍ୟାଚର ଛାତ୍ର ବିଜୟ କୁମାର ବେହେରା, ରଶ୍ମିରଞ୍ଜନ ମହାପାତ୍ର ଓ ହଳଧର ସେନାପତି ସଂଯୋଜନା କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026 ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026