Home ଓଡ଼ିଶା ଚଳିତ ବଜେଟ୍ରେ ବିକାଶକୁ ମୁଖ୍ୟ ଆଧାର କରାଯାଇଛି : ମନମୋହନ ସାମଲ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ପାରଳାଖେମୁଣ୍ଡିରେ ରାଜ୍ୟ ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ ସଂକଳ୍ପପତ୍ରର ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ଜାତି, ବର୍ଣ୍ଣ ଓ ଦଳଗତ ନିର୍ବିଶେଷରେ ସମସ୍ତ ବାସହୀନଙ୍କୁ ପକ୍କାଘର ଯୋଗାଇ ଦିଆଯିବ ଗରିବ, ଯୁବକ, କୃଷକ ଓ ମହିଳାମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ପ୍ରସ୍ତୁତ ହୋଇଛି ବଜେଟ ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ, ଧାନ କ୍ୱିଂଟାଲ ପିଛା ୩୧୦୦ ଟଙ୍କା ଏବଂ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ପାଇଁ ଚଳିତ ବଜେଟରେ ଅର୍ଥ ବ୍ୟୟବରାଦ କରାଯାଇଛି ପର୍ଯ୍ୟଟନ ଶିଳ୍ପର ସୁବିିନିଯାଗ କରିବା ପାଇଁଁ ବଜେଟ୍ରେ ବିଶେଷ ପ୍ରାବଧାନ କରାଯାଇଛି ଶିକ୍ଷା ଓ ସ୍ୱାସ୍ଥ୍ୟ, ଭିତିଭୁମିର ବିକାଶକୁ ଅଧିକ ଗୁରୁତ୍ୱ ଦିଆଯିବ ପ୍ରତି କ୍ୟାଲେଣ୍ଡର ବର୍ଷରେ ୧ ଲକ୍ଷ ଚାକିରି ସୃଷ୍ଟି କରାଯିବ ଓଡ଼ିଶା ଧନୀ, ଓଡ଼ିଶାର ଲୋକେ ମଧ୍ୟ ଧନୀ ହେବେ ୦୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି/ଭୁବନେଶ୍ୱର :-> ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି । ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଭଲ ପାଇବା ପାଇଁ ଏହା ସମ୍ଭବ ହୋଇପାରିଛି । ବିଜେପି ସଂକଳ୍ପପତ୍ରରେ ଯାହା ସବୁ ପ୍ରତିଶ୍ରୁତି ଦେଇଛି ତାହା ପୂରଣ କରିବାପାଇଁ ପ୍ରତିଶ୍ରୁତିବଦ୍ଧ । ବିକାଶକୁ ମୁଖ୍ୟ ଆଧାର କରି ଚଳିତ ଥର ଲୋକାଭିମୁଖୀ ବଜେଟ ପ୍ରସ୍ତୁତ କରାଯାଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଗଜପତି ଜିଲ୍ଲା ଗସ୍ତରେ ଥିବା ରାଜ୍ୟ ସଭାପତି ଶ୍ରୀ ସାମଲ ଆଜି ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବିଜେପି ସରକାରର ପ୍ରଥମ କ୍ୟାବିନେଟ ନିଷ୍ପତିରେ ଶ୍ରୀ ମନ୍ଦିରର ଚାରି ଦ୍ୱାର ଖୋଲାଯିବା, ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ, ଧାନ କ୍ୱିଂଟାଲ ପିଛା ୩୧୦୦ ଟଙ୍କା ଏବଂ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ ଭଳି ଐତିହାସିକ ନିଷ୍ପତି ନିଆଯାଇ ଚଳିତ ବଜେଟରେ ଅର୍ଥ ବ୍ୟୟବରାଦ କରାଯାଇଛି । ଏଥି ସହ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଜଣାଇ ରତ୍ନଭଣ୍ଡାର ଖୋଲାଯାଇଛି । ନିର୍ବାଚନ ପୂର୍ବରୁ ସଂକଳ୍ପ ପତ୍ରରେ ଉଲ୍ଲେଖ ହୋଇଥିବା ସମସ୍ତ ପ୍ରତିଶୃତିକୁ ପାଳନ କରିବା ପାଇଁ ଚଳିତ ବଜେଟରେ ଅର୍ଥ ବ୍ୟୟବରାଦ କରାଯାଇଛି । ଗତ ବର୍ଷ ତୁଳନାରେ ଚଳିତ ବଜେଟରେ ୧୫ ପ୍ରତିଶତ ବ୍ୟୟବରାଦ ବୃଦ୍ଧି କରାଯାଇଛି । ଗରିବ, ଯୁବକ, କୃଷକ ଓ ମହିଳାମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ଏହି ବଜେଟ୍ ପ୍ରସ୍ତୁତ କରାଯାଇଛି । ୭୫ ବର୍ଷରେ ଯେଉଁ ମୌଳିକ ସମସ୍ୟା ସମାଧାନ ହୋଇପାରୁନଥିଲା ତାହାର ସମାଧାନ କରିବା ପାଇଁ ବଜେଟ୍ରେ ଗୁରୁତ୍ୱ ଦିଆଯାଇଛି । ଅଚଳ ପଡିଥିବା ଶୀତଳଭଣ୍ଡାରକୁ ସଚଳ କରାଯିବା ସହିତ ଆହୁରି ୫୮ଟି ନୂତନ ଶୀତଳ ଭଣ୍ଡାର ଖୋଲିବା ପାଇଁ ବଜେଟ୍ରେ ପ୍ରାବଧାନ ରହିଛି । ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ପ୍ରଧାନମନ୍ତ୍ରୀ ସ୍ୱପ୍ନ ଦେଖିଛନ୍ତି । ତାହାକୁ ପୂରଣ କରିବା ପାଇଁ ରାଜ୍ୟରେ ବିଜେପି ସରକାର ଖାଦ୍ୟ ପ୍ରୋସେସିଂ ୟୁନିଟ୍ ତିଆରି କରାଯିବ । କୃଷିଭିତିକ ଶିଳ୍ପ ପ୍ରତିଷ୍ଠା କରାଯିବ । ଚାଷୀମାନଙ୍କ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବାରେ ସରକାର ସବୁପ୍ରକାର ସହାୟତା ଯୋଗାଇଦେବେ । ପିଡିଏସ୍ ସିଷ୍ଟମ୍ ଅଧିକ ମଜ୍ବୁତ କରାଯିବ । ଚାଷୀମାନେ ଯେପରି ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ୍ ମୂଲ୍ୟ ପାଇପାରିବେ, ସେଥିପାଇଁ ବ୍ୟବସ୍ଥା କରାଯିବ । ଜଳସେଚନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯିବ । ଓଡ଼ିଶାରେ ୧୭ ଭାଗ ଜଳସେଚିତ ଜମି ଅଛି ତାହାକୁ ୧୦୦ ପ୍ରତିଶତ କରିବା ପାଇଁ ସ୍ଥିର କରାଯାଇଛି । ପ୍ରଧାନମନ୍ତ୍ରୀ ଜଳସେଚନ ଯୋଜନାର ଅର୍ଥ ଓ ରାଜ୍ୟ ବଜେଟ୍ରେ ହୋଇଥିବା ଅର୍ଥକୁ ମିଶାଇ ଏଥିପାଇଁ ବ୍ୟବସ୍ଥା କରାଯିବ । ଜଳସେଚନ ପାଇଁ ଏକ ବଡ ପ୍ୟାକେଜ କରାଯିବ । ଏନେଇ ଚେକ୍ ଡ୍ୟାମଠାରୁ ଆରମ୍ଭ କରି ବୃହତ ଜଳସେଚନ ପ୍ରକଳ୍ପ ଆଦି ନିର୍ମାଣ କରାଯିବ । ଯେଉଁ ଚାଷୀମାନେ କିସାନ ସମ୍ମାନ ଯୋଜନା ବଂଚିତ ହୋଇଛନ୍ତି ସେମାନଙ୍କୁ ଚିହ୍ନଟ କରି ଏହି ଯୋଜନା ସହ ଯୋଡ଼ାଯିବ ବୋଲି ଶ୍ରୀ ସାମଲ କହିଛନ୍ତି । ମା’ ଭଉଣୀମାନଙ୍କ ପାଇଁ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ ହୋଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ୨୫ ଲକ୍ଷ ଲକ୍ଷପତି ଦିଦି କରିବା ପାଇଁ ଓଡ଼ିଶା ସରକାର ଲକ୍ଷ୍ୟ ରଖିଛନ୍ତି । ଏନେଇ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସବୁପ୍ରକାର ସହାୟତା ଯୋଗାଇ ଦିଆଯିବ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତଭାବେ କାର୍ଯ୍ୟ କରୁଛନ୍ତି । ଯୁବକମାନଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି । ଏନେଇ ସବୁ ସ୍କୁଲରେ ଶିକ୍ଷକ ନିଯୁକ୍ତି କରାଯିବା ସହ ଖାଲି ପଡ଼ିଥିବା ସରକାରୀ ପଦବୀଗୁଡ଼ିକ ପୁରଣ କରାଯିବ । ପ୍ରତି କ୍ୟାଲେଣ୍ଡର ବର୍ଷରେ ୧ ଲକ୍ଷ ଚାକିରି ସୃଷ୍ଟି କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି । ପୂର୍ବ ସରକାର ଅମଳରେ ଖଣିଜ ସମ୍ପଦ ଶାଗ ମାଛ ଦରରେ ବିକ୍ରି ହେଉଥିଲା । ମାତ୍ର ବିଜେପି ସରକାରରେ ସେପରି ହେବନାହିଁ । ଶିଳ୍ପ ପ୍ରତିଷ୍ଠା ଉପରେ ଆମ ସରକାର ଅଧିକ ଗୁରୁତ୍ୱ ଦେଉଛି । ଯେଉଁମାନେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିବେ ସେମାନଙ୍କୁ ସମସ୍ତ ପ୍ରକାର ଭିତିଭୂମି ସହ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଏନେଇ ରାଉରକେଲାରୁ ଧାମରା କରିଡର ଓ ଅନୁଗୁଳ କଳିଙ୍ଗନଗର ଦେଇ ପାରାଦୀପ କରିଡର କରାଯିବ । ଫଳରେ ଯୁବକମାନେ ଅଧିକ କର୍ମସଂସ୍ଥାନ ପାଇପାରିବେ । ଏହାଦ୍ୱାରା୧ ଲକ୍ଷରୁ ଅଧିକ ଯୁବକ ନିଯୁକ୍ତି ପାଇପାରିବେ । ସବୁଠାରୁ ଅଧିକ ନିଯୁକ୍ତି ପର୍ଯ୍ୟଟନ କ୍ଷେତ୍ରରେ ସୃଷ୍ଟି ହେବ । ଓଡ଼ିଶାରେ ବେଳାଭୂମିଠାରୁ ଆରମ୍ଭ କରି, ଚିଳିକା ଜଳରାଶି ଥିବାବେଳେ ୫୬ ଭାଗ ଜଙ୍ଗଲ ସମ୍ପଦ ରହିଛି । ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ସୁବିିନିଯାଗ କରିବା ପାଇଁଁ ବଜେଟ୍ରେ ବିଶେଷ ପ୍ରାବଧାନ କରାଯାଇଛି । ଏହାଦ୍ୱାର ରାଜ୍ୟର ଯୁବକମାନଙ୍କୁ ଦାଦନ ଖଟିବାକୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି । ଭାରତମାଳା ଯୋଜନାରେ ସାରା ଓଡ଼ିଶାରେ ଭିିତିଭୂମିର ବିକାଶ କରାଯିବ । ଏହି ଯୋଜନାରେ ପାଇଁ ୧୧ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଛି ଏବଂ ଏଥିରେ ଓଡ଼ିଶା ସବୁଠାର ଅଧିକ ଲାଭବାନ ହୋଇଛି । ରେଳ ବଜେଟ୍ରେ ଓଡ଼ିଶାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ଏଥିପାଇଁ ୧୦୫୮୬ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । କୋଷ୍ଟାଲ ହାଇୱେ ନିର୍ମାଣ ପାଇଁ ସ୍ୱିକୃତୀ ମିଳିଛି । ଏହାଛଡ଼ା ଜାତୀୟ ରାଜପଥର ନିର୍ମାଣ ପାଇଁ ଯେଉଁ ସବୁ ପ୍ରକଳ୍ପ ପଠାଯାଇଥିଲା, ସେସବୁ ପାଇଁ କେନ୍ଦ୍ର ସରକାରଙ୍କଠାରୁ ଅନୁମୋଦନ ମିଳିିଯାଇଛି । ପ୍ରଥମ ପର୍ଯ୍ୟାୟରେ ୪ଟି ପ୍ରକଳ୍ପକୁ ସ୍ୱୀକିତ ମିଳିିଛି । ଓଡ଼ିଶାରେ ଆଉ ମାଟି ରାସ୍ତା ରହିବ ନାହିଁ । ଗାଁଗହଳି ସବୁର କଂକ୍ରିଟ୍ ରୋଡ ହୋଇଯିବ । ଏନେଇ ରାଜ୍ୟରେ ୭୫ହଜାର କିଲୋମିଟର କଂକ୍ରିଟ ରୋଡ୍ କରାଯିବ । ଏଥିପାଇଁ ବଜେଟ୍ରେ ବ୍ୟବସ୍ଥା ହୋଇଛି । ବିଜେପି ସରକାର ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଅଧିକ ଗୁରୁତ୍ୱ ଦେଉଛି । ଶିକ୍ଷା ହେଉଛି ଓଡ଼ିଶାର ମେରୁଦଣ୍ଡ । କୌଣସି ସ୍କୁଲ କଲେଜରେ ଯେପିର ଲାବରୋଟୋରି ଅବା ଶିକ୍ଷକ ଅଭାବ ରହିବ ନାହିଁ, ସେଥିପାଇଁ ବିଶେଷ ଧ୍ୟାନ ଦିଆଯାଇଛି । ପ୍ରତି ଜିଲାରେ ମେଡିକାଲ କଲେଜ ଖୋଲିବା ପାଇଁ ସ୍ଥିର କରାଯାଇଛି । ଯେଉଁମାନେ ଘରୋଇ ମେଡ଼ିକାଲ କଲେଜ ଖୋଲିବେ ସେମାନଙ୍କୁ ରାଜ୍ୟ ସରାକର ଏନ୍ଓସି ଦେବେ । ଏଥିପାଇଁ କେନ୍ଦ୍ର ସରକାର ରାଜି ହୋଇଛନ୍ତି । ପୂର୍ବ ସରକାର ଏଥିପାଇଁ ପୂର୍ବରୁ ଅନୁମିତି ଦେଉ ନ ଥିଲେ । ଏବେ ଓଡ଼ିଶାରେ ଅଧିକରୁ ଅଧିକ ମେଡିକାଲ କଲେଜ ଓ ଟେକ୍ନିକାଳ ଶିକ୍ଷା ଦିଆଯାଇ ଓଡ଼ିଶାକୁ ବିକଶିତ କରାଯିବ । ଜାତି, ବର୍ଣ୍ଣ ଓ ଦଳଗତ ନିର୍ବିଶେଷରେ ସମସ୍ତ ଗରିବଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗାଇ ଦିଆଯିବ । ସବୁ ଘରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ୧୦ହଜାର କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିଥିବା ସତ୍ୱେ ଗତ ସରକାର ଅମଳରେ ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ବିଜେପି ସରକାରରେ ଏହାକୁ ଯୁଦ୍ଧକାଳୀନ ଭିତିରେ ଶେଷ କରାଯାଇ ସମସ୍ତଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ଓଡ଼ିଶାବାସୀଙ୍କ ମୌଳିକ ସମସ୍ୟାର ସମାଧାନ କରାଯିବ । ଓଡ଼ିଶା ଧନୀ, ଓଡ଼ିଶାର ଲୋକେ ମଧ୍ୟ ଧନୀ ହେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଚିକିଟି ବିଧାୟକ ମନୋରଞ୍ଜ ସାମନ୍ତରାୟ, ଗଜପତି ଜିଲା ସଭାପତି ତଥା ପୂର୍ବତନ ବିଧାୟକ କେ. ନାରାୟଣ ରାଓ ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ଗଜପତି, ହୋମ୍ Related Content ନୟାଗଡ଼ରେ ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ ଏବଂ ସ୍ୱଚ୍ଛ ଭାରତ ଦିବସ ପାଳିତ by Proprietor Abhimanyu Maharana October 4, 2026 ରଣଜୀ ଟ୍ରଫି ପାଇଁ ଇଷ୍ଟ କୋଷ୍ଟ ରେଲୱେ ସ୍ପୋର୍ଟସ୍ ଆସୋସିଏସନ୍ ପକ୍ଷରୁ ଭାରତୀୟ ରେଳ କ୍ରିକେଟ୍ ଦଳ ଚୂଡ଼ାନ୍ତ by Proprietor Abhimanyu Maharana October 4, 2026 ଜଳ ଅର୍ପଣ ଦିବସ ପାଳିତ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଯୋଗୁଁ ଜାତୀୟ ସ୍ତରରେ ବେଲଗାଁ ପଞ୍ଚାୟତ ପୁରସ୍କୃତ : ମୁଖ୍ୟ ଅତିଥି by Proprietor Abhimanyu Maharana October 3, 2026 ପ୍ରଶାସନ ଶୁଣିଲାନି, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ ପରେ ପ୍ରତିଶ୍ରୁତି by Proprietor Abhimanyu Maharana October 3, 2026 ଐତିହାସିକ ଗାନ୍ଧୀ ପୀଠ ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୭ ତମ ଜନ୍ମ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଯୁବ ଉଦ୍ୟୋଗୀ ଟିଟନ ସାହୁଙ୍କୁ ବିଶ୍ୱସ୍ତରୀୟ ଉତ୍କର୍ଷ ସମ୍ମାନ ପ୍ରଦାନ by Proprietor Abhimanyu Maharana October 3, 2026