Home ଓଡ଼ିଶା ଦୃଷ୍ଟିବାଧିତ ଶିଶୁକନ୍ୟାକୁ ଆପଣାଇଲେ ଆମେରିକୀୟ ଦମ୍ପତି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତିରେ ରହୁଥିବା ଜଣେ ଦୃଷ୍ଟିବାଧିତ ଶିଶୁକନ୍ୟାକୁ ଆପଣାଇ ନେଇଛନ୍ତି ଆମେରିକୀୟ ଦମ୍ପତି। ଜଣେ ଦୃଷ୍ଟିବାଧିତ କନ୍ୟାକୁ ଆପଣାଇ ଆମେରିକୀୟ ଦମ୍ପତି ଲୋକଙ୍କ ହୃଦୟ ଜିତିଛନ୍ତି। ଆମେରିକାର କାରଲାଇଜଲି ଏଭିନ୍ୟୁ ହେନରିକୋର ଦମ୍ପତି ଆରୋନ ମିଚେଲ ୱିଲସନ ଓ ତାଙ୍କ ପତ୍ନୀ ଡାନିଲେ ରିକିଆ ୱିଲସନ ସମସ୍ତ ସରକାରୀ ନିତି ନିୟମ ତଥା ଜିଲା ମାଜିଷ୍ଟ୍ରେଟଙ୍କ ସମସ୍ତ ନୀତି ନିୟମକୁ ମାନି ଓ କାଗଜପତ୍ର କାମ ସମ୍ପୂର୍ଣ୍ଣ କରି ବାଲିଗୁଡା ବନବାସୀ ସେବା ସମିତିରେ ରହି ଆସୁଥିବା ଜଣେ ଦୃଷ୍ଟିବାଧିତ ଶିଶୁକନ୍ୟା ଇତିକୁ ପୋଷ୍ୟସନ୍ତାନ ଭାବରେ ଆପଣାଇଛନ୍ତି। ଅନାଥ ଇତି(କନ୍ୟା) ଗତ ୬/୪/୨୦୨୧ ମସିହାରୁ ବନବାସୀ ସେବା ସମିତିରେ ଶିଶୁଗୃହରେ ରହିଆସୁଥିଲା। ବର୍ତ୍ତମାନ ତାକୁ ବୟସ ତିନି ବର୍ଷ ଚାରି ମାସ।ଦମ୍ପତି ବନବାସୀ ସେବା ସମିତିର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ ଜିଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିଶୁକୁ ଗ୍ରହଣ କରିଥିବାର ଜଣାଯାଇଛି। ଆମେରିକା ଦମ୍ପତି ପୋଷ୍ୟସନ୍ତାନ ଗ୍ରହଣବେଳେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ରଜତ କୁମାର ଦିଗାଳ ଏବଂ ଅନ୍ୟ ସଦସ୍ୟମାନଙ୍କ ସହିତ ଡିସିପିଓ ରଶ୍ମିତା କରନ୍, ବନବାସୀ ସେବା ସମିତିର ସହ ସଂପାଦକ ରବୀନ୍ଦ୍ର କୁମାର ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଗତ ୩ ବର୍ଷ ହେଲା ସେମାନେ ତାରା(ସେଣ୍ଟ୍ରାଲ୍ ଆଡପସନ୍ ରିସୋର୍ସ ଅଥରିଟି) ପାଖରେ ସେମାନେ ଆବେଦନ କରିଥିବାବେଳେ ଗତ ୩ ଦିନ ତଳେ ଉକ୍ତ ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବାର ଡିସିପିଓ ରଶ୍ମିତା କରନ୍ ସୂଚନା ଦେଇଛନ୍ତି। ଦୁଇବର୍ଷ ପର୍ଯ୍ୟନ୍ତ ଏହି ଦମ୍ପତି ଶିଶୁ କନ୍ୟାର କିଭଳି ଭାବେ ଯତ୍ନ ନେଉଛନ୍ତି ତାହା କନ୍ଧମାଳ ଜିଲା ପ୍ରଶାସନ ଓ ବନବାସୀ ସେବା ସମିତିଙ୍କୁ ସଂପୂର୍ଣ୍ଣ ତଥ୍ୟା ପ୍ରତ୍ୟେକ ସମୟରେ ପ୍ରଦାନ କରିବାର ନିୟମ ରହିଛି ବୋଲି ମଧ୍ୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆମେରିକୀୟ ଦମ୍ପତି ଉକ୍ତ ଦୃଷ୍ଟିବାଧିତ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ଯୋଗୁଁ ବନବାସୀ ସେବା ସମିତି ଓ ବିଭିନ୍ନ ମହଲରେ ଖୁସିର ଲହରିୀ ଖେଳିଯାଇଛି। ଉଲ୍ଲେଖଯୋଗ୍ୟ, ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଦମ୍ପତିଙ୍କ ମଧ୍ୟରୁ ସ୍ୱାମୀ ଗୋଟିଏ ୫-ଷ୍ଟାର ହୋଟେଲରେ କାମ କରୁଥିବାବେଳେ ତାଙ୍କ ପତ୍ନା ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିବା ତଥ୍ୟ ପ୍ରଦାନ କରିଛନ୍ତି। Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ by Proprietor Abhimanyu Maharana October 2, 2026 ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ by Proprietor Abhimanyu Maharana October 2, 2026