ରାଜ୍ଯ ଇଣ୍ଡେନ୍ସ ସାଇନ୍ସ ଅଲମ୍ପିଆଡ଼ ପାଇଲେ ମିଲି

୦୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ  :-> ରାଜ୍ୟସ୍ତରୀୟ ଇଣ୍ଡେନ୍ସ ସାଇନ୍ସ ଅଲମ୍ପିଆଡ ପ୍ରତିଯୋଗିତାରେ ପୁରୀ ପୁରୁଣା ସଦରଥାନା ନିକଟରେ ଥିବା ଡି ଏମ ପବ୍ଲିକ ସ୍କୁଲର ଏଲକେଜି ଛାତ୍ରୀ ମିଲି ନାୟକ ରାଜ୍ଯରେ ଇଂରାଜୀ ପ୍ରତିଯୋଗିତାର ଦ୍ବିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ଏହି ପ୍ରତିଯୋଗିତାର ଫାଇନାଲ ରାଉଣ୍ଡ ଭୁବନେଶ୍ବର ନିକଟ ଫୁଲନଖରା ଜାଭିୟର ସ୍କୁଲରେ ଅନୁଷ୍ଠିତ ହୋଇଥିଲା । ପ୍ରାଞ୍ଜଳ ଭାବେ ଇଂରାଜୀରେ ଲେଖି ମିଲି ଏହି ପୁରସ୍କାର ପ୍ରାପ୍ତ ହୋଇଥିଲେ ।

ପୁରସ୍କାର ବିତରଣ ଉତ୍ସବ ଭୁବନେଶ୍ବର ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବେ ରାଜ୍ଯ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ,ସମ୍ମାନିତ ଅତିଥି ଭାବେ ସତ୍ଯବାଦୀ ବିଧାୟକ ଓମପ୍ରକାଶ ମିଶ୍ର ଓ ଏକାମ୍ର ବିଧାୟକ ବାବୁ ସିଂହ ପ୍ରମୁଖ ଯୋଗଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଡିଏମ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ଇତିଶ୍ରୀ ମହାପାତ୍ର ଏହି ଉତ୍ସବରେ ଯୋଗ ଦେଇଥିଲେ । ତାଙ୍କର ଏହି ସଫଳତାରେ ସ୍କୁଲର ପ୍ରିନ୍ସିପାଲ ସଂଘମିତ୍ରା ଶଥପଥୀ , ଛାତ୍ରୀର ପିତା ପ୍ରଭାସ ନାୟକ ଓ ମାତା ଲିପିକା ନାୟକ ଏବଂ ଗୁରୂଜନ ମାନେ ଖୁସି ବ୍ୟକ୍ତ କରିଛନ୍ତି ।

Exit mobile version