Home ଓଡ଼ିଶା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଇଟାମାଟି : ଶିଶୁବାଟିକା ବିଭାଗର ମାତୃସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଇଟାମାଟି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଇଟାମାଟି ଠାରେ ଶିଶୁବାଟିକା ବିଭାଗର ମାତୃସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୮୦ ଜଣ ଅଭିଭାବିକା ଓ କୁନି କୁନି ଭାଇଭଉଣୀ ମଧ୍ୟ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମ୍ପାଦକ ମହଦୋୟ ଶ୍ରୀଯୁକ୍ତ ଡଃ ରଜନୀ କାନ୍ତ ମିଶ୍ର ମା ସରସ୍ୱତୀଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ କରି ସମସ୍ତ ଙ୍କ ଆଶିଷ ଭିକ୍ଷା କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରକାଶ ଜୀବନ ପାଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ଡ଼ଃ ରଜନୀ କାନ୍ତ ମିଶ୍ର ମାତୃ ସମ୍ମିଳନୀର ଆଭିମୁଖ୍ୟ ବିଷୟରେ ସମ୍ୟକ୍ ଧାରଣା ଦେଇଥିଲେ । ବିଦ୍ୟାଳୟ ର ସଭାପତି ମହୋଦୟ ଶ୍ରୀଯୁକ୍ତ ଅଭିମନ୍ୟୁ ନାୟକ ଆର୍ଶୀବଚନ ଦେଇଥିଲେ । ତା ପରେ ବିଦ୍ୟାଳୟ ର ବରିଷ୍ଠା ଆଚାର୍ଯ୍ୟା ଶ୍ରୀମତୀ ରଞ୍ଜୁଲତା ଦେଇ ଶିଶୁବାଟିକା ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ମାଆ ମାନଙ୍କୁ ସମ୍ୟକ୍ ଧାରଣା ଦେଇଥିଲେ । ଶିଶୁବାଟିକା ପ୍ରମୁଖା ଟୁନି ଗୁରୁମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ତା ପରେ ମା ମାନଙ୍କୁ ନେଇ ଭାଷା ବିକାଶ ,କାହାଣୀ, ଗୀତ , ଅଙ୍କଜ୍ଞାନ କାଳାଂଶ କରାଯାଇଥିଲା , ଶାନ୍ତିମନ୍ତ୍ର ପରେ ବନ୍ଦେ ମାତରଂ କରାଯାଇଥିଲା । ସର୍ବ ଶେଷରେ ପ୍ରଦର୍ଶନୀ ଦେଖି ସାରି ବା ପରେ ସମସ୍ତେ ବିଦ୍ୟାଳୟ ପରିସର ଛାଡିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଶିଶୁବାଟିକା ପ୍ରମୁଖ ପରିଚାଳନା କରିଥିଲେ । ପ୍ରାତଃ ପର୍ଯ୍ୟାୟ ର ସମସ୍ତ ଗୁରୁମା ଓ ସେବିକା ଭାଇଭଉଣୀ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ହୋଇଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ନୟାଗଡ଼ ନିଉଜ୍, ହୋମ୍ Related Content Chandi Bhandar Unveils the “Aaranya” Edit for Durga Puja by Proprietor Abhimanyu Maharana October 5, 2026 ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 4, 2026 ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ by Proprietor Abhimanyu Maharana October 4, 2026 ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 5, 2026