Home ଓଡ଼ିଶା ଓ୍ବାର୍ଡମେମ୍ବର ପଦବୀ ଅସିଦ୍ଧ ଘୋଷଣା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଜପତି :-> ଆର,ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ ଗ୍ରାମ ପଞ୍ଚାୟତର ଓ୍ବାର୍ଡ ମେମ୍ବର ୧୨ ର ସଭ୍ୟା ଅନିଳା ପାଳ ଓ୍ବାର୍ଡ ସଭ୍ୟା ପଦବୀ ରଦ୍ଦ ହୋଇଛି । ଏହାକୁ ମାନ୍ୟବର ଦେବାନୀ ଅଦାଲତ ଶ୍ରୀମାନ ତରୁଣ କୁମାର ସେଠୀ ଓ୍ବାର୍ଡ ସଭ୍ୟ ପଦବୀ ରଦ୍ଦ ରାୟପ୍ରକାଶ କରିଥିବା ଜଣାପଡିଛି । ପ୍ରକାଶ ଯେ ଗତ ଜାନୁୟାରୀ ୨୦୨୨ ପାଇଁ ନିର୍ବାଚନରେ ଅନିଳା ପାଳ, ଅଜୀବ ଲୋଚନ ରଇତ, ଯୋଗେନ୍ଦ୍ର ଦଳାଇ, ହରିଶ୍ଚନ୍ଦ୍ର କାର୍ଯ୍ୟ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଗତ ତା ୨୨- ୧-୨୦୨୨ ରିଖରେ ଅଜୀବ ଲୋଚନ ରଇତ, ଯାଞ୍ଚ ସମୟରେ ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ଯେ ଅନିଳା ପାଳଙ୍କ ଛଅ ଗୋଟି ସନ୍ତାନ, ଯୋଗେନ୍ଦ୍ର ଦଳେଇଙ୍କ ଚାରିଗୋଟି ସନ୍ତାନ ଏବଂ ହରିଶ୍ଚନ୍ଦ୍ର କାର୍ଯୀଙ୍କ ଚାରିଗୋଟି ସନ୍ତାନ ଅଛନ୍ତି । ଯାହାକି ଗ୍ରାମ ପଞ୍ଚାୟତ ଆଇନର ଧାର ୨୫ ପ୍ରକାରେ ସେମାନେ ଅଯୋଗ୍ୟ ଅଟନ୍ତି। କିନ୍ତୁ ନିର୍ବାଚନ ଅଧିକାରୀ ଲିଖିତ ଅଭିଯୋଗକୁ ଗ୍ରହଣ କରିନଥିଲେ । ବରଂ ନିର୍ବାଚନରେ ଓ୍ବାର୍ଡ ସଭ୍ୟ ଭାବେ ଅନିଳା ପାଳଙ୍କୁ ଘୋଷଣା କରିଥିଲେ। ଏହାକୁ ଚାଲେଞ୍ଜ କରି ଅଜୀବ ଲୋଚନ ରୟତ ଆର,ଉଦୟଗିରି ଦେଜ୍ଞାନୀ ଅଦାଲତରେ ଇଲେକ୍ସର୍ମ ପିଟିସନ ନଂ ୨/୨୦୨୨ ମୁତାବକ କେସ ଦାୟର କରିଥିଲେ। ସମସ୍ତ ସାକ୍ଷ୍ୟ ଏବଂ ପରିବାର ସତ୍ତେ ରେଜିଷ୍ଟର , ପରିବାର ସ୍ବାସ୍ଥ୍ୟ ରେଜିଷ୍ଟ୍ରର, ପରିବାର ସ୍ବାସ୍ଥ୍ୟ ରେଜିଷ୍ଟ୍ରର, ଭୋଟର ତାଲିକା, ରେସନ କାର୍ଡ, R.T.I ତଥ୍ୟର ସମସ୍ତ ସୂଚନାକୁ ଗ୍ରହଣ କରି କୋର୍ଟ ଶନିବାର ଶୁଣାଣୀ କରି ଓ୍ବାର୍ଡ ନଂ- ୧୨ ସଭ୍ୟା ଅନିଳା ପାଳଙ୍କ ପ୍ରାର୍ଥତ୍ବକୁ ରଦ୍ଦ କରିଥିବା ଜଣାପଡିଛି । ଆବେଦନକାରୀ ରଳ ଅଜୀବ ଲୋଚନ ରୟତଙ୍କ ପକ୍ଷରୁ ଦିଗପହଣ୍ଡିର ବରିଷ୍ଠ ଆଇନଜୀବୀ କୁରେଶୁ ପଣ୍ଡା କେସ ପରିଚାଳନା କରିଛନ୍ତି । ମହେନ୍ଦ୍ରଗଡ ପଞ୍ଚାୟତର ଓ୍ବାର୍ଡ ନଂ ୧୨ ପ୍ରାର୍ଥୀତ୍ବ ରଦ୍ଦ ଘୋଷଣାକୁ ଐତିହାସିକ ରାୟ ବୋଲି ବୃଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି । Categories: ଓଡ଼ିଶା, ଗଜପତି, ହୋମ୍ Related Content ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତା ସମସ୍ତଙ୍କ ପାଇଁ ପ୍ରେରଣା by Proprietor Abhimanyu Maharana October 4, 2026 ଛାତ୍ରଛାତ୍ରୀଙ୍କ ପାଇଁ ଶୁଦ୍ଧ ପାନୀୟଜଳର ସୁବିଧା: କ୍ରିଦାଶପୁର ହାଇସ୍କୁଲକୁ ରୋଟାରୀ କ୍ଲବ୍ର ଆକ୍ୱାଗାର୍ଡ ଉପହାର by Proprietor Abhimanyu Maharana October 4, 2026 ଇଟାମାଟିରେ ରକ୍ତଦାନ ଶିବିର by Proprietor Abhimanyu Maharana October 4, 2026 ନୟାଗଡ଼ରେ ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ ଏବଂ ସ୍ୱଚ୍ଛ ଭାରତ ଦିବସ ପାଳିତ by Proprietor Abhimanyu Maharana October 4, 2026 ରଣଜୀ ଟ୍ରଫି ପାଇଁ ଇଷ୍ଟ କୋଷ୍ଟ ରେଲୱେ ସ୍ପୋର୍ଟସ୍ ଆସୋସିଏସନ୍ ପକ୍ଷରୁ ଭାରତୀୟ ରେଳ କ୍ରିକେଟ୍ ଦଳ ଚୂଡ଼ାନ୍ତ by Proprietor Abhimanyu Maharana October 4, 2026 ଜଳ ଅର୍ପଣ ଦିବସ ପାଳିତ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଯୋଗୁଁ ଜାତୀୟ ସ୍ତରରେ ବେଲଗାଁ ପଞ୍ଚାୟତ ପୁରସ୍କୃତ : ମୁଖ୍ୟ ଅତିଥି by Proprietor Abhimanyu Maharana October 3, 2026